ଭୁବନେଶ୍ବର: ରାଜ୍ୟରେ ସ୍କୁଲ ଖୋଲିବା ପୂର୍ବରୁ ମନ୍ତ୍ରୀ ସମୀର ଦାଶ କଲେ ସ୍କୁଲ ପରିଦର୍ଶନ କରିବା ସହ ସ୍ଥିତି ସମୀକ୍ଷା କରିଛନ୍ତି । ରାଜ୍ୟରେ 10 ହଜାର 18 ଟି ସ୍କୁଲ ରହିଛି । ଏହାମଧ୍ୟରୁ 8 ହଜାର ସରକାରୀ ଓ 2 ହଜାର ବେସରକାରୀ ସ୍କୁଲ । 10018 ସ୍କୁଲରେ 6 ଲକ୍ଷ ପିଲା ପାଠ ପଢୁଛନ୍ତି। କୋଭିଡ କଟକଣା ଅନୁସାରେ ସମସ୍ତ ନିୟମ କରାଯାଇଛି ।
ପ୍ରତି ଜିଲ୍ଲାରେ ନୋଡାଲ ଅଫିସର ରହିଛନ୍ତି। ସେମାନେ ଜିଲ୍ଲା ଗସ୍ତରେ ଅଛନ୍ତି। 9 ମାସ ପରେ ସ୍କୁଲ ଖୋଲାଯିବା ନେଇ ବ୍ୟାପକ ପ୍ରସ୍ତୁତି କରାଯାଇଛି। କ୍ଳାସରେ ବସିବା ପାଇଁ ସମସ୍ତ ପ୍ରକାରର ପ୍ରସ୍ତୁତି ସରିଥିବାବେଳେ ସ୍କୁଲର ପ୍ରଧାନ ଶିକ୍ଷକ କହିଛନ୍ତି ଯେ ପିଲାମାନେ କ୍ଳାସରେ ବସିବା ସମୟରେ 5 ଫୁଟର ସାମାଜିକ ଦୂରତା ବଜାୟ ରଖିବେ।
ଏହାସହ 20 ରୁ ଅଧିକ ପିଲା ହେଲେ ଅଧିକ କ୍ଳାସର ବ୍ୟବସ୍ଥା କରାଯାଇଛି। ପିଲାଙ୍କୁ ସ୍କୁଲ ମଧ୍ୟକୁ ପ୍ରବେଶ କରିବା ପୂର୍ବରୁ ସାନିଟାଇଜ ଓ ଭଲ ଭାବରେ ମାସ୍କ ପିନ୍ଧିବା ଆବଶ୍ୟକ। 6 ଲକ୍ଷ ପିଲା ପାଠ ପଢୁଛନ୍ତି ଏବଂ କ୍ଲାସରେ ବସିବା ପାଇଁ କ୍ଲାସ ରୁମକୁ ଭଲ ଭାବରେ ସାନିଟାଇଜ କରାଯାଇଛି । ଏନେଇ ଏସଓପି ଅନୁସାରେ ସମସ୍ତ ବ୍ୟବସ୍ଥା କରାଯାଇଛି ।
ଭୁବନେଶ୍ବରରେ ଜ୍ଞାନଦର୍ଶୀ ସାହୁ/ ବିକାଶ ଦାସ, ଇଟିଭି ଭାରତ