ETV Bharat / city

ରାଜଧାନୀରେ ଗୁରୁବାରଠୁ ବସିବ ହାଟ, ବଜାରର ହେବ ବିକେନ୍ଦ୍ରୀକରଣ - ରାଜଧାନୀରେ ଗୁରୁବାରଠୁ ବସିବ ହାଟ

ରାଜ୍ୟରେ ଦ୍ରୁତ ଗତିରେ ବଢୁଛି ସଂକ୍ରମଣ । ଏଥିଲାଗି ରାଜ୍ୟରେ ବଜାର ହାଟର ବିକେନ୍ଦ୍ରୀକରଣ ସହିତ ଗୁରୁବାରଠୁ ହାଟ ବସିବ ବୋଲି ସୂଚନା ମିଳିଛି । ଅଧିକ ପଢନ୍ତୁ

ରାଜଧାନୀରେ ଗୁରୁବାରଠୁ ବସିବ ହାଟ, ବଜାରର ହେବ ବିକେନ୍ଦ୍ରୀକରଣ

author img

By

Published : Jan 11, 2022, 6:29 PM IST

Updated : Jan 11, 2022, 7:21 PM IST

ଭୁବନେଶ୍ବର: ରାଜ୍ୟରେ ଦ୍ରୁତ ଗତିରେ କୋରୋନାର ୩ୟ ଲହର କାୟା ବିସ୍ତାର କରିବାରେ ଲାଗିଛି । ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖି ବିଏମସି ପକ୍ଷରୁ ବଜାର ଓ ହାଟ ଉପରେ ନଜର ରଖାଯାଇଥିବାବେଳେ ଏହାର ବିକେନ୍ଦ୍ରୀକରଣ କରାଯିବ । ଆସନ୍ତା ଗୁରୁବାରଠାରୁ ରାସ୍ତାକଡ଼ରେ ହାଟ ବସିବ ବୋଲି ସୂଚନା ମିଳିଛି ।

ରାଜଧାନୀରେ ଗୁରୁବାରଠୁ ବସିବ ହାଟ, ବଜାରର ହେବ ବିକେନ୍ଦ୍ରୀକରଣ

କାରଣ ଜନଗହଳିପୂର୍ଣ୍ଣ ହାଟରେ ସାମାଜିକ ଦୂରତା ଓ ମାସ୍କ ପରିଧାନ ହେଉନଥିବା ପରିଲକ୍ଷିତ ହେଉଛି। ତେଣୁ ହାଟ ଓ ବଜାରର ବିକେନ୍ଦ୍ରୀକରଣ କରାଯିବ । ଏନେଇ ୟୁନିଟ-1 ହୋଲସେଲ ଓ ୟୁନିଟ-4 ଭଳି ଜନଗହଳି ପୂର୍ଣ୍ଣ ମାର୍କେଟ ରାସ୍ତା ଆଡକୁ ଉଠିବ । ପ୍ରଥମ ଓ ଦ୍ବିତୀୟ ଲହର ଭଳି ଅନୁରୂପ ପଦକ୍ଷେପ ନେବାକୁ ସମସ୍ତ ଜୋନାଲ ଡେପୁଟି କମିଶନରଙ୍କୁ BMC କମିଶନର ସଞ୍ଜୟ କୁମାର ସିଂଙ୍କ ନିର୍ଦ୍ଦେଶ ଦେଇଥିଲେ । ଏହାକୁ ଆଧାର କରି ଜୋନାଲ ଡେପୁଟି କମିଶନର ମଙ୍ଗଳବାର ଦୁଇ ହାଟର କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଛନ୍ତି ।

ଏହା ବି ପଢନ୍ତୁ: Omicron Fear: ମକର ଓ ପୋଙ୍ଗଲ ପାଇଁ କଟକଣା, ତଟରେ ବୁଡ ପକାଇବା ମନା

ହାଟର କର୍ମକର୍ତ୍ତା ବୈଠକ ବସିବା ପରେ ୨ ଦିନ ପ୍ରସ୍ତୁତି ପାଇଁ ସମୟ ମାଗିଛନ୍ତି । ଆଲୋଚନା ପରେ ୨ ବଡ଼ ହାଟ ଗୁରୁବାରଠୁ ରାସ୍ତାକଡ଼ରେ ଖୋଲିବ ବୋଲି ନିଷ୍ପତ୍ତି ହୋଇଛି । ଆଉ ଏହି ବିକେନ୍ଦ୍ରୀକରଣକୁ ସମସ୍ତ ବ୍ୟବସାୟୀ ଗ୍ରହଣ କରିଥିବା ବେଳେ କୋରୋନାର ସମସ୍ତ ନିୟମ ଅନୁପାଳନ କରାଯିବ । ଗ୍ରାହକଙ୍କୁ ମଧ୍ୟ ବ୍ୟବସାୟୀମାନେ ସଚେତନତା କରାଇବେ ବୋଲି ପ୍ରତିକ୍ରିୟା ରଖିଛନ୍ତି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

Last Updated : Jan 11, 2022, 7:21 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.