ETV Bharat / city

ତୁଟିଲା ବିବାଦ, ୪ଦିନ ପରେ ଖୋଲିଲା ମାର୍କେଟ ବିଲ୍ଡିଂ

author img

By

Published : Aug 4, 2022, 3:54 PM IST

ଦୀର୍ଘ ୪ ଦିନ ପରେ ଉଠା ଦୋକାନୀ ଓ ସ୍ଥାୟୀ ଦୋକାନୀଙ୍କ ବିବାଦକୁ ନେଇ ସମାଧାନର ବାଟ ବାହାର କରିଛି BMC । ଏହାପରେ ଆଜିଠାରୁ ପୁଣି ଖୋଲିଲା ୟୁନିଟ-୨ ମାର୍କେଟ ବିଲ୍ଡିଂ । ଅଧିକ ପଢନ୍ତୁ

୪ଦିନ ପରେ ଖୋଲିଲା ମାର୍କେଟ ବିଲ୍ଡିଂ
୪ଦିନ ପରେ ଖୋଲିଲା ମାର୍କେଟ ବିଲ୍ଡିଂ

ଭୁବନେଶ୍ବର: ତୁଟିଲା ବିବାଦ, ୪ ଦିନ ପରେ ଖୋଲିଲା ୟୁନିଟ-୨ ମାର୍କେଟ ବିଲ୍ଡିଂ(Market Building in Bhubaneswar) । ମାର୍କେଟ ବିଲ୍ଡିଂ ବ୍ୟବସାୟୀ ସଙ୍ଘର ବିଭିନ୍ନ ଦାବିକୁ ମାନିଲା ଭୁବନେଶ୍ବର ମହାନଗର ନିଗମ(BMC) । ଆଜି(ଗୁରୁବାର) ପୁଣି ଖୋଲିଲା ୟୁନିଟ-୨ ମାର୍କେଟ ବିଲ୍ଡିଂ । ଦୁଇ ଗୋଷ୍ଠୀ ବ୍ୟବସାୟୀଙ୍କ ମଧ୍ୟରେ ବିବାଦ ଓ ଗଣ୍ଡଗୋଳ ଯୋଗୁଁ ଗତ ରବିବାର ସନ୍ଧ୍ୟାରୁ ମାର୍କେଟକୁ ବନ୍ଦ ରଖିଥିଲା ସେଣ୍ଟ୍ରାଲ ମାର୍କେଟ ଆସୋସିଏସନ ।

୪ଦିନ ପରେ ଖୋଲିଲା ମାର୍କେଟ ବିଲ୍ଡିଂ

ସୂଚନା ଅନୁସାରେ, ମାର୍କେଟ ଭିତରୁ ଉଠାଦୋକାନୀଙ୍କୁ ସମ୍ପୂର୍ଣ୍ଣ ଉଚ୍ଛେଦ ଦାବିରେ ଅଟଳ ରହିଥିଲା ସଂଘ । ବିବାଦକୁ ନେଇ ଉଭୟ ଗୋଷ୍ଠୀ ପକ୍ଷରୁ କ୍ୟାପିଟାଲ ଥାନାରେ ଦୁଇଟି ପୃଥକ ପୃଥକ ମାମଲା ମଧ୍ୟ ରୁଜୁ ହୋଇଥିଲା । ବିଭିନ୍ନ ପର୍ଯ୍ୟାୟରେ ଉଭୟ ସ୍ଥାୟୀ ଓ ଅସ୍ଥାୟୀ ବ୍ୟବସାୟୀଙ୍କ ସହ ପୋଲିସ ଓ ବିଏମସି କର୍ତ୍ତୃପକ୍ଷଙ୍କ ଆଲୋଚନା ହୋଇଥିଲେ ମଧ୍ୟ ସମାଧାନର କୌଣସି ବାଟ ଫିଟି ନଥିଲା । ଗତକାଲି(ବୁଧବାର) ସେଣ୍ଟ୍ରାଲ ମାର୍କେଟ ଆସୋସିଏସନ ସହିତ ଆଲୋଚନା ପରେ ମାର୍କେଟ ବିଲଡିଂରୁ ଉଠାଦୋକାନୀଙ୍କୁ ଉଚ୍ଛେଦ ନେଇ ବିଏମସି ପକ୍ଷରୁ ଲିଖିତ ପ୍ରତିଶ୍ରୁତି ମିଳିବା ପରେ ଆଜିଠାରୁ ଖୋଲିଲା ୟୁନିଟ-୨ ମାର୍କେଟ ବିଲ୍ଡିଂ ।

ଏହା ମଧ୍ୟ ପଢନ୍ତୁ: ଅନିର୍ଦ୍ଦିଷ୍ଟ ସମୟ ପାଇଁ ଭୁବନେଶ୍ବର ମାର୍କେଟ ବିଲ୍ଡିଂ ବନ୍ଦ

ପୋଲିସ ଉପସ୍ଥିତିରେ ବିଏମସିର ୪୦ନମ୍ବର ୱାର୍ଡ ଉଠାଦୋକାନୀଙ୍କୁ ଉଚ୍ଛେଦ କରିବାକୁ ନିର୍ଦେଶନାମା ଜାରିକରିଛି ବିଏମସି । ସକାଳୁ ବ୍ୟାପକ ପୋଲିସ ମୁତୟନ ସହ ଦୋକାନୀ ଦୋକାନ ଖୋଲିଥିବାବେଳେ ଗ୍ରାହକଙ୍କ ଭିଡ଼ ପରିଲକ୍ଷିତ ହୋଇଛି । ଉଠାଦୋକାନୀଙ୍କ ପ୍ରବେଶ ଉପରେ ରୋକ୍‌ ଲାଗିବା ସହ ମାର୍କେଟ ବିଲ୍ଡିଂର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ମୁକ୍ତା ଯୋଜନାରେ ହାତକୁ ନିଆଯିବ ବୋଲି ସୂଚନା ଦେଇଛନ୍ତି ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ ।

ମାର୍କେଟ ବିଲ୍ଡିଂରୁ ଉଠାଦୋକାନୀଙ୍କୁ ଉଚ୍ଛେଦକୁ ନେଇ ବିଏମସିର ନିଷ୍ପତ୍ତିକୁ ସ୍ୱାଗତ କରିଛି ସେଣ୍ଟ୍ରାଲ ମାର୍କେଟ ଆସୋସିଏସନ । ସେପଟେ ଦୀର୍ଘ ୪ ଦିନ ପରେ ମାର୍କେଟ ବିଲଡିଂ ଖୋଲିବା ସହ ବ୍ୟବସାୟ କରିବାର ସୁଯୋଗ ମିଳିଥିବାରୁ ଖୁସି ବ୍ୟକ୍ତ କରିଛନ୍ତି ବ୍ୟବସାୟୀ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.