ETV Bharat / city

ମାର୍ଚ୍ଚ 30ରେ ଗୋଟିଏ ଦିନ ପାଇଁ ବିଧାନସଭା; ପାରିତ ହେବ ବଜେଟ

author img

By

Published : Mar 26, 2020, 9:09 PM IST

ମାର୍ଚ୍ଚ 30 ରେ ଗୋଟିଏ ଦିନ ପାଇଁ ବସିବ ବିଧାନସଭା । ସମସ୍ତ ବିଲ ପାରିତ ପାଇଁ ଯୋଜନା । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

Surya narayan patra
Surya narayan patra

ଭୁବନେଶ୍ବର: ମହାମାରୀ କୋରୋନା ମୁକାବିଲା ପାଇଁ ବିଧାନସଭାର ବଜେଟ ଅଧିବେଶନ ଅଧାରୁ ସ୍ଥଗିତ ରହିଛି । ବାଚସ୍ପତି ମାର୍ଚ୍ଚ 13ରୁ ମାର୍ଚ୍ଚ 29 ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିଥିଲେ । ତେବେ କୋରୋନାର ପ୍ରକୋପ ବଢୁଥିବାରୁ ଆଉ ବିଧାନସଭା ଶେଷ ପର୍ଯ୍ୟନ୍ତ ଚଳାଇବା ସମ୍ଭବ ନୁହେଁ । ଏଥିପାଇଁ ଆଜି( ଗୁରୁବାର) ବାଚସ୍ପତିଙ୍କ ଦ୍ବାରା ଆୟୋଜିତ ଏକ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତି ନିଆଯାଇଛି ।

ମାର୍ଚ୍ଚ 30ରେ ଗୋଟିଏ ଦିନ ପାଇଁ ବିଧାନସଭା

ବାଚସ୍ପତିଙ୍କ ସୂଚନା ଅନୁସାରେ ମାର୍ଚ୍ଚ 30 ତାରିଖରେ ଗୋଟିଏ ଦିନ ପାଇଁ କେବଳ ବିଧାନସଭା ବସିବ । ଏହି ଦିନ ବାକି ଥିବା ବିଭାଗର ଖର୍ଚ୍ଚ ଦାବି ବଜେଟ ଗିଲୋଟିନ ମାଧ୍ୟମରେ ପାରିତ ହେବା ସହିତ ବ୍ୟୟମଞ୍ଜୁର ବିଲକୁ ମଧ୍ୟ ପାରିତ କରାଯିବ । ବିଧାନସଭାରେ ବଜେଟ ପାରିତ ହେବା ବାଧ୍ୟତାମୂଳକ । ନଚେତ ରାଜ୍ୟ ସରକାର କୌଣସି ଅର୍ଥ ଖର୍ଚ୍ଚ କରିପାରିବେ ନାହିଁ । ଯେଉଁଥିପାଇଁ 30ରେ ବଜେଟକୁ ବିଧାନସଭାରେ ପାରିତ କରାଯିବ ।

ବାଚସ୍ପତି ଆହୁରି କହିଛନ୍ତି ଏଥିପାଇଁ ବିଧାନସଭାରେ ସାମାଜିକ ଦୂରତାକୁ ଗୁରୁତ୍ବ ଦିଆଯିବ । କେବଳ ୧୫ଜଣ ବିଧାୟକଙ୍କୁ ଗୃହ ଭିତରକୁ ଛଡାଯିବ । ଗୃହ ଭିତରେ ବିଧାୟକ ମାନେ ୩ ମିଟର ଦୂରରେ ବସିବେ। ବାକି ବିଧାୟକମାନେ ଲବିରେ ବସିବେ। ପର୍ଯ୍ୟାୟ କ୍ରମେ ବିଧାୟକ ମାନଙ୍କୁ ଗୃହ ଭିତରକୁ ଛଡାଯିବ। ଯେହେତୁ ବିରୋଧୀ ଦଳର ୨୩ ଜଣ ବିଧାୟକ ଅଛନ୍ତି। ସେଥିପାଇଁ ୧୨ ଜଣ ବିଧାୟକ ୩୦ ତାରିଖ ଦିନ ବିଧାନସଭା କାର୍ଯ୍ୟରେ ଯୋଗଦେବେ ବୋଲି କହିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ।

ସେହିପରି ବିଧାୟକ ମାନେ ଯେମିତି ବିଧାନସଭାରେ ପହଞ୍ଚିବେ ସେଥିପାଇଁ ସମସ୍ତ ସୁବିଧା କରିବା ପାଇଁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି। ସୂଚନାଯୋଗ୍ୟଯେ ବିଧାନସଭା ବଜେଟ ଅଧିବେଶନର ଦ୍ବିତୀୟ ପ୍ରର୍ଯ୍ୟୟ ବୈଠକ କରୋନା ପାଇଁ ୨୯ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରହିଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.