ETV Bharat / city

2020 ରେ 17 ମାଓବାଦୀ ନିହତ, ବିଧାନସଭାରେ ଉତ୍ତର ରଖିଲେ ଗୃହମନ୍ତ୍ରୀ

author img

By

Published : Feb 27, 2021, 7:42 PM IST

ଚଳିତ ବର୍ଷ 17 ମାଓବାଦୀ ନିହତ ହୋଇଛନ୍ତି ବୋଲି ଗୃହରେ ଉତ୍ତର ରଖିଛନ୍ତି ଗୃହମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର । 34 ମାଓବାଦୀ ଗିରଫ ହୋଇଥିବାବେଳ 21 ଜଣ ଆତ୍ମସମର୍ପଣ କରିଛନ୍ତି । ଅଧିକ ପଢନ୍ତୁ...

maoist fight answered by home minister in assembly
ବିଧାନସଭାରେ ଉତ୍ତର ରଖିଲେ ଗୃହମନ୍ତ୍ରୀ, 2020ରେ 17 ମାଓବାଦୀ ନିହତ

ଭୁବନେଶ୍ବର: ମାଓବାଦୀ ସମସ୍ୟାକୁ ନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ଗୃହମନ୍ତ୍ରୀ । ଚଳିତବର୍ଷ 17 ମାଓବାଦୀ ନିହତ । ସେହିପରି 34 ଜଣ ମାଓବାଦୀ ଗିରଫ ହୋଇଥିବାବେଳ 21 ଜଣ ଆତ୍ମସମର୍ପଣ କରିଛନ୍ତି ।

ଆଜି ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟର ଶେଷ ଦିନରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଶାସକ ଓ ବିରୋଧୀ ଆଲୋଚନା କରିଛନ୍ତି । ରାଜ୍ୟରେ ହୋଇଥିବା ବିଭିନ୍ନ ଘଟଣା ଉପରେ ପ୍ରଶ୍ନର ଉତ୍ତର ରଖିଥିଲେ ଗୃହମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର । ରାଜ୍ୟର ମାଓ ଲଢେଇକୁ ନେଇ ଉତ୍ତର ରଖିଛନ୍ତି ଗୃହମନ୍ତ୍ରୀ । ରାଜ୍ୟରେ 2020 ମସିହାରେ ମାଓ ଲଢେଇରେ ପୋଲିସ ଓ ମାଓବାଦୀଙ୍କ ସହିତ ମୁହାଁମୁହିଁ ହୋଇ 16 ଜଣ ମାଓବାଦୀ ନିହତ ହୋଇଛନ୍ତି । ସେହିପରି ଜଣେ ମାଓବାଦୀ ଗ୍ରାମବାସୀଙ୍କ ଆକ୍ରମଣରେ ମୃ୍ତ୍ୟୁବରଣ କିରଥିବା ଉତ୍ତର ରଖିଛନ୍ତି । ମୋଟ 17 ମାଓବାଦୀ ପୋଲିସ ସହ ଗୁଳିବିନିମୟେର ମୃତ୍ୟୁବରଣ କରିଛନ୍ତି । ସେହିପରି 34 ଜଣ ମାଓବାଦୀ ନକ୍ସଲ କାର୍ଯ୍ୟକଳାପ ପାଇଁ ଗିରଫ ହୋଇଥିବାବେଳ 21 ଜଣ ଆତ୍ମସମର୍ପଣ କରିଛନ୍ତି । ସେହି ପରି ପୋଲିସ ବିପୁଳ ପରିମାଣରେ ମାଓ ସାମଗ୍ରୀ ସହ ବିସ୍ପୋରକ ଓ ବନ୍ଧୁକ ଜବତ କରିଥିବା ଉତ୍ତର ରଖିଛନ୍ତି ଗୃହମନ୍ତ୍ରୀ ।

ରାଜ୍ୟରେ ନକ୍ସଲ ପରିସ୍ଥିତି ମଧ୍ୟେର ପୂର୍ବରୁ 15 ଜିଲ୍ଲା ରହିଥିବାବେଳେ ବର୍ତ୍ତମାନ 5 ଟି ଜିଲ୍ଲା ନକ୍ସଲ ମୁକ୍ତ ଭାବରେ ରହିଛି। ଅନୁଗୁଳ,ବୌଦ୍ଧ,ଦେଓଗଡ,ନୟାଗଡ ସମ୍ବଲପୁର ଜିଲ୍ଲା ନକ୍ସଲ କାର୍ଯ୍ୟକଳାପ ମୁକ୍ତ ରହିଛି ।

ଭୁବନେଶ୍ବରରୁ ତପନ କୁମାର ଦାସ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.