ETV Bharat / city

ସ୍ବାଭିମାନ ଅଞ୍ଚଳରେ ଏନକାଉଣ୍ଟର, ଜଣେ ମାଓବାଦୀ ନିହତ

author img

By

Published : Nov 26, 2020, 3:25 PM IST

Updated : Nov 26, 2020, 8:41 PM IST

ମାଲକାନଗିରି ଜିଲ୍ଲା ସ୍ବାଭିମାନ ଅଞ୍ଚଳରେ ସୁରକ୍ଷା ବାହୀନୀ ଏବଂ ମାଓବାଦୀଙ୍କ ମଧ୍ୟରେ ଏନକାଉଣ୍ଟର । ଜଣେ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି । ଏହାସହ ଜଣେ ମାଓବାଦୀକୁ ଆହତ ଅବସ୍ଥାରେ ଧରିବାରେ ସୁରକ୍ଷାକର୍ମୀ ସଫଳ ହୋଇଛନ୍ତି। ଅଧିକ ପଢ଼ନ୍ତୁ...

ସ୍ବାଭିମାନ ଅଞ୍ଚଳରେ ମାଓ ଏନକାଉଣ୍ଟର, ଜଣେ ମାଓବାଦୀ ନିହତ

ଭୁବନେଶ୍ବର: ମାଲକାନଗିରି ଜିଲ୍ଲା ସ୍ବାଭିମାନ ଅଞ୍ଚଳରେ ଏନକାଉଣ୍ଟର ହୋଇଥିବା ସୂଚନା ମଳିଛି । ଆଜି (ଗୁରୁବାର) ସକାଳୁ ମାଓ ଅଧ୍ୟୁଷିତ ଇଲାକାରେ ସୁରକ୍ଷା କର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଏଥିରେ ଜଣେ ମାଓବାଦୀ ମିଲିଟାରୀ ପ୍ଲାଟୁନ କମାଣ୍ଡର ନିହତ ହୋଇଥିବା ସୂଚନା ମିଳିଛି । ଏହାସହ ଜଣେ ମାଓବାଦୀକୁ ଆହତ ଅବସ୍ଥାରେ ଧରିବାରେ ସୁରକ୍ଷାକର୍ମୀ ସଫଳ ହୋଇଛନ୍ତି । ଏନେଇ ପୋଲିସ ଡିଜି ଅଭୟ ଟ୍ବିଟ ଯୋଗେ ସୂଚନା ଦେଇଛନ୍ତି ।

ସ୍ବାଭିମାନ ଅଞ୍ଚଳରେ ଏନକାଉଣ୍ଟର, ଜଣେ ମାଓବାଦୀ ନିହତ

ପୋଲିସି ଡିଜି ଅଭୟ ଟ୍ବିଟ କରିଛନ୍ତି ଯେ, "ଆଜି ସ୍ବାଭିମାନ ଅଞ୍ଚଳରେ ସୁରକ୍ଷା ବାହିନୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଗୁଳି ବିନିମୟ ବେଳେ ଜଣେ ମାଓବାଦୀ ନିହତ ହୋଇଛି । ଏହାସହ ଜଣେ ଆହତ ମାଓବାଦୀକୁ ଧରିବାରେ ସକ୍ଷମ ହୋଇଛନ୍ତି ସୁରକ୍ଷାକର୍ମୀ । ଘଟଣାସ୍ଥଳରୁ ଗୋଟିଏ ଏକେ-47 ବନ୍ଧୁକ ସହ ବହୁ ମାଓ ସାମଗ୍ରୀ ଜବତ କରାଯାଇଛି । ଆମର ସମସ୍ତ ସୁରକ୍ଷାକର୍ମୀ ସୁରକ୍ଷିତ ରହିଛନ୍ତି। ସୁରକ୍ଷାକର୍ମୀଙ୍କ ପରାକ୍ରମକୁ ମୁଁ ସାଧୁବାଦ ଜଣାଉଛି।"

ଗତ 48 ଘଣ୍ଟା ଧରି ଓଡିଶା ପୋଲିସର ଏସଓଜି, ଡିଭିଏଫ ଓ ବିଏସଏଫ ସହ ଆନ୍ଧ୍ରପ୍ରଦେଶ ଗ୍ରେହଣ୍ଟ ମିଳିତ ଭାବରେ ଏହି ଅପରେସନ ଚଳାଇଥିଲେ । ଗୁଇନ୍ଦା ସୂତ୍ରରୁ ମାଲକାନଗିରି ସିମାନ୍ତ ଜୋଡାମ୍ବ ଥାନା ଜନତ୍ରି ଗ୍ରାମରେ ମାଓବାଦୀ ଲୁଚି ରହିଥିବା ଖବର ପାଇଥିଲେ ସୁରକ୍ଷାକର୍ମୀ । ଅପରେସନ ବେଳେ ମାଓବାଦୀମାନେ ପୋଲିସ ଉପରକୁ ଗୁଳି ଚାଳନା କରିଥିଲେ । ଜବାବରେ ସୁରକ୍ଷାକର୍ମୀମାନେ ମଧ୍ୟ ମାଓବାଦୀ ଉପରକୁ ଗୁଳି ଚାଳନା କରିଥିଲେ । ଫଳରେ ଜଣେ ମାଓବାଦୀର ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଛି ।

ଘଟଣାସ୍ଥଳରେ ଥିବା ଅନ୍ୟ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିବା ସୂଚନା ମିଳିଛି । ଉତ୍ତର ସ୍ବାଭିମାନ ଅଞ୍ଚଳର ଗୁରୁପ୍ରିୟା ସେତୁ ନିର୍ମିତ ହେବା ପରେ ଏହା ପ୍ରଥମ ମାଓ ଅପରେସନ। ଜଣେ ମାଓବାଦୀ ମିଲିଟାରୀ ପ୍ଲାଟୁନ କମାଣ୍ଡର ନିହତ ହେବା ମାଓବାଦୀଙ୍କ ପାଇଁ ଏକ ବଡ଼ କ୍ଷତି ବୋଲି କହିଛନ୍ତି ପୋଲିସ ଡିଜି। ବର୍ତ୍ତମାନ ଆହତ ହୋଇଥିବା ମାଓବାଦୀକୁ ସ୍ଥାନୀୟ ଏକ ହସ୍ପିଟାଲରେ ଚିକିତ୍ସା କରାଯାଉଛି।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

Last Updated : Nov 26, 2020, 8:41 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.