ETV Bharat / city

ରାଜ୍ୟସ୍ତରୀୟ ନେତାଜୀ ଜୟନ୍ତୀ ସମାରୋହ: ଇଟିଭି ଭାରତ ସାମ୍ବାଦିକ ରାଷ୍ଟ୍ରୀୟ ଗୌରବ ସମ୍ମାନରେ ସମ୍ମାନିତ

author img

By

Published : Jan 24, 2022, 4:41 PM IST

ରାଜଧାନୀର କେଶରୀ ହୋଟେଲଠାରେ ଆୟୋଜିତ ହୋଇଛି ଏହି କାର୍ଯ୍ୟକ୍ରମ । ସମାରୋହରେ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ରାଷ୍ଟ୍ରୀୟ ଗୌରବ ସମ୍ମାନ ୨୦୨୨ରେ ସମ୍ମାନିତ କରାଯାଇଛି । ସାମ୍ବାଦିକ, ସମାଜସେବୀଙ୍କୁ ଏହି କାର୍ଯ୍ୟକ୍ରମରେ ସମ୍ମାନିତ କରାଯାଇଛି । ଅଧିକ ପଢନ୍ତୁ

many people felicitated in sate-level-netaji-jayanti-celebrated-at-bhubaneswar
ରାଜ୍ୟସ୍ତରୀୟ ନେତାଜୀ ଜୟନ୍ତୀ ସମାରୋହ

ଭୁବନେଶ୍ବର: ରାଜଧାନୀରେ ଶହୀଦ ଲକ୍ଷ୍ମଣ ଯୁବକ ସଂଘ ପକ୍ଷରୁ ରାଜ୍ୟସ୍ତରୀୟ ନେତାଜୀ ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଛି । ରାଜଧାନୀର କେଶରୀ ହୋଟେଲରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ସମାରୋହରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ କରିଥିବା ବ୍ୟକ୍ତି ବିଶେଷଙ୍କୁ ରାଷ୍ଟ୍ରୀୟ ଗୌରବ ସମ୍ମାନ ୨୦୨୨ରେ ସମ୍ମାନିତ କରାଯାଇଛି । ସାମ୍ବାଦିକ, ସମାଜସେବୀ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ହୋଇଛନ୍ତି ।

ରାଜ୍ୟସ୍ତରୀୟ ନେତାଜୀ ଜୟନ୍ତୀ ସମାରୋହ, ସମ୍ମାନିତ ହେଲେ ବିଶିଷ୍ଟ ବ୍ୟକ୍ତି

ମହାନ ସ୍ବାଧୀନତା ସଂଗ୍ରାମୀ, ଭାରତମାତାର ସୁଯୋଗ୍ୟ ସନ୍ତାନ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜନ୍ମଜୟନ୍ତୀ ଅବସରରେ ଶହୀଦ ଲକ୍ଷ୍ମଣ ଯୁବକ ସଂଘ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଆଗାମୀ ପିଢ଼ିକୁ ସୁଭାଷ ବୋଷଙ୍କ ବଳିଦାନ ବିଷୟରେ ଅବିହିତ କରିବା ସହ ତାଙ୍କ ସ୍ମୃତିକୁ ସାଉଁଟିବା ଏହି କାର୍ଯ୍ୟକ୍ରମର ମହତ ଉଦ୍ଦେଶ୍ୟ । ଏହା କହିଛନ୍ତି ଭାରତୀୟ ସାମ୍ବାଦିକ ସଂଘ ଓଡ଼ିଶା ଶାଖା ସଭାପତି ସୁଜ୍ଞାନ ଚୌଧୁରୀ ।

ଏହି କାର୍ଯ୍ୟକ୍ରମରେ ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ଶରତ ଚନ୍ଦ୍ର ମିଶ୍ର, ପୂର୍ବତନ ସାଂସଦ ଡଃ ପ୍ରସନ୍ନ କୁମାର ପାଟଶାଣୀ, ପୁଣ୍ୟ ଉତ୍କଳର ଅଧ୍ୟକ୍ଷ ମନୋରଞ୍ଜନ ମହାପାତ୍ର, ମା ରାମଚଣ୍ଡୀ ଫାଉଣ୍ଡେସନର ଅଧ୍ୟକ୍ଷ ରବୀନ୍ଦ୍ର ଗୌଡ଼, ବରିଷ୍ଠ ସାମ୍ବାଦିକ ସୁଜ୍ଞାନ ଚୌଧୁରୀ, ସମାଜସେବୀ କାଳୀ ଚରଣ ସିଂ ପ୍ରମୁଖ ଯୋଗ ଦେଇ ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷତା ହାସଲ କରିଥିବା ବ୍ୟକ୍ତିଙ୍କୁ ରାଷ୍ଟ୍ରୀୟ ଗୌରବ ସମ୍ମାନ ୨୦୨୨ରେ ସମ୍ମାନିତ କରିଛନ୍ତି । ସମାଜସେବୀ ଅରୁନ୍ଧତୀ କୁମାରୀ ଦେବୀ , ସମ୍ବଲପୁର ଇଟିଭି ଭାରତ ପ୍ରତିନିଧି ବାଦଶାହ ଜୁସ୍ମନ ରଣା , ସମାଜସେବୀ ଦୀପକ ପାଣ୍ଡେଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତିଙ୍କୁ ରାଷ୍ଟ୍ରୀୟ ଗୌରବ ସମ୍ମାନରେ ସମ୍ମାନିତ କରାଯାଇଛି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.