ETV Bharat / city

Omicron Infection: ଆଜି ସର୍ବାଧିକ ୬୭ ଆକ୍ରାନ୍ତ ଚିହ୍ନଟ - 67 more Omicron cases detected in Odisha

ବୁଧବାର ରାଜ୍ୟରେ ସର୍ବାଧିକ ୬୭ ଜଣ ଓମିକ୍ରନ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଓମିକ୍ରନ ଭାରିଏଣ୍ଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭୦ରେ ପହଞ୍ଚିଛି । ଅଧିକ ପଢଞନ୍ତୁ

many omicron variant infected detected in odisha in one day
Omicron Infection: ଆଜି ସର୍ବାଧିକ ୬୭ ଆକ୍ରାନ୍ତ ଚିହ୍ନଟ
author img

By

Published : Jan 12, 2022, 4:01 PM IST

ଭୁବନେଶ୍ବର: ବୁଧବାର ରାଜ୍ୟରେ ସର୍ବାଧିକ ୬୭ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଓମିକ୍ରନ ଭାରିଏଣ୍ଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭୦ରେ ପହଞ୍ଚିଛି । ଏନେଇ ସ୍ୱାସ୍ଥ୍ୟ ବିଭାଗକୁ ସୂଚିତ କରିଛି ILS (Institute of Life Science) ।

ଗତ ଡିସେମ୍ବର ୨୧ ତାରିଖରେ ରାଜ୍ୟରେ ୨ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏହାପରେ ନିର୍ଦ୍ଦିଷ୍ଟ ବ୍ୟବଧାନରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଡିସେମ୍ବର ୨୩ ତାରିଖରେ ୨ ଜଣ, ଡିସେମ୍ବର ୨୬ ତାରିଖରେ ୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏହାପରେ ୨୯ ତାରିଖରେ ଜଣେ, ୩୦ ତାରିଖରେ ୫ ଜଣ, ଜାନୁଆରୀ ୨ ତାରିଖରେ ୨୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।

ପରେ ଜାନୁଆରୀ ୫ ତାରିଖରେ ୨୪ ଜଣ, ଜାନୁଆରୀ ୮ ତାରିଖରେ ୧୪ଜଣ, ଜାନୁଆରୀ ୧୦ ତାରିଖରେ ସର୍ବାଧିକ ୨୮ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ତେବେ ଆଜି ରାଜ୍ୟରେ ସବୁ ଓମିକ୍ରନ ଆକ୍ରାନ୍ତଙ୍କ ଚିହ୍ନଟ ରେକର୍ଡ ଟପିଛି । ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୭ ଜଣ ଓମିକ୍ରନ ଭାରିଏଣ୍ଟ ଆକ୍ରାନ୍ତ । ଏହାକୁ ନେଇ ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ଚିନ୍ତାରେ ପଡ଼ି ଯାଇଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.