ETV Bharat / city

ବର୍ଷାଦିନେ ରାଜଧାନୀର ଚିନ୍ତା ବଢାଇଛି ବିପଦପୂର୍ଣ୍ଣ ଡ୍ରେନ - ବିଏମସିର ଡ୍ରେନେଜ୍ ପରିଚାଳନା

ରାଜଧାନୀରେ ବିପଦପୂର୍ଣ୍ଣ ଭାବରେ ରହିଛି ବିଭିନ୍ନ ଡ୍ରେନ । କେଉଁଠି ମୁକୁଳା ହୋଇ ପଡିଛି ତ କେଉଁଠି ଅଧାପନ୍ତରିଆ କାମ । ବର୍ଷା ଆସିଥିବା ବେଳେ ଡ୍ରେନେଜ ସମସ୍ୟା ସହରବାସୀଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି । ବିଏମସିର ଡ୍ରେନେଜ୍ ପରିଚାଳନାରେ ତ୍ରୁଟି ଯୋଗୁଁ ଏପରି ହେଉଥିବା ଦର୍ଶାଇଛନ୍ତି ସାଧାରଣ ଲୋକେ। ଅଧିକ ପଢନ୍ତୁ...

ବିପଦପୂର୍ଣ୍ଣ ଅବସ୍ଥାରେ ବିଭିନ୍ନ ଡ୍ରେନ, ଚିନ୍ତାରେ ରାଜଧାନୀବାସୀ

author img

By

Published : Aug 23, 2020, 6:50 PM IST

ଭୁବନେଶ୍ବର: ରାଜଧାନୀରେ ବିପଦପୂର୍ଣ୍ଣ ଭାବରେ ରହିଛି ବିଭିନ୍ନ ଡ୍ରେନ । କେଉଁଠି ମୁକୁଳା ହୋଇ ପଡିଛି ତ କେଉଁଠି ଅଧାପନ୍ତରିଆ କାମ । ବର୍ଷା ଆସିଥିବା ବେଳେ ଡ୍ରେନେଜ ସମସ୍ୟା ସହରବାସୀଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି । ବିଏମସିର ଡ୍ରେନେଜ୍ ପରିଚାଳନାରେ ତ୍ରୁଟି ଯୋଗୁଁ ଏପରି ହେଉଥିବା ଦର୍ଶାଇଛନ୍ତି ସାଧାରଣ ଲୋକେ।

ବିପଦପୂର୍ଣ୍ଣ ଅବସ୍ଥାରେ ବିଭିନ୍ନ ଡ୍ରେନ, ଚିନ୍ତାରେ ରାଜଧାନୀବାସୀ

ରାଜଧାନୀର ଅନେକ ଅଞ୍ଚଳରେ ଡ୍ରେନେଜ କାମ ସଂପୂର୍ଣ୍ଣ ହୋଇପାରିନି । ରାସ୍ତା ଗୁଡିକରେ ଡ୍ରେନ ଗୁଡିକ ପାଇଁ ବଡ ବଡ ଖାଲ ଖୋଳାଯାଇଛି, ଅନ୍ୟପଟେ ଟ୍ରାଫିକ ସମସ୍ୟା। ସେହିପରି ସାଧାରଣ ଲୋକଙ୍କ ଯିବା ଆସିବାରେ ଅନେକ ସମସ୍ୟା। ଏହି ସବୁ ସମସ୍ୟା କେବେ ସୁଧୀରିବ? କେବେ ସରିବ ଡ୍ରେନେଜ କାମ? ଏପରି ଅନେକ ପ୍ରଶ୍ନ ଉଙ୍କି ମାରିଛି ରାଜଧାନୀବାସୀଙ୍କ ମନରେ ।

ଭୁବନେଶ୍ୱର ମହାନଗର ନିଗମ ଅଧୀନରେ ରହିଛି 67ଟି ୱାର୍ଡ। ଏହି ସମସ୍ତ ୱାର୍ଡ ଗୁଡିକରେ 650 କିଲୋମିଟର ଆଭ୍ୟନ୍ତରୀଣ ଡ୍ରେନ ଓ 60 କିମିର ରହିଛି 10ଟି ମୁଖ୍ୟ ଡ୍ରେନ । ପୂର୍ତ୍ତ ବିଭାଗର କେତୋଟି ଡ୍ରେନକୁ ଛାଡିଦେଲେ ବାକି ସମସ୍ତ ଡ୍ରେନ ବିଏମସି ଅଧୀନରେ ରହିଛି। ହେଲେ ବିଏମସିର ବେପରୁଆ ମନୋଭାବ ପାଇଁ ମୁକୁଳା ପଡିଛି ଡ୍ରେନ । ଏପରିକି କେତେକ ଡ୍ରେନେଜ କାମ ଅଧାରେ ଅଟକିଛି । ଏପଟେ ଖଣ୍ଡଗିରି ଏକ ବ୍ୟସ୍ତ ବହୁଳ ସ୍ଥାନ ହୋଇଥିବା ବେଳେ ରାସ୍ତା ମଝିରେ ଖୋଲା ପଡିଛି ଡ୍ରେନ । ଅନ୍ୟପଟେ ଗ୍ୟାରେଜ ଛକରେ ମଧ୍ୟ ଏକ ଡ୍ରେନ ନିର୍ମାଣ ହେଉଥିବା ବେଳେ ଲୋକେ ହିନସ୍ତା ହେଉଥିବା ଦେଖିବାକୁ ମିଳୁଛି । ଯଦି ଏକ ଆମ୍ବୁଲାନ୍ସ ଅଟକିଗଲା ତେବେ କଥା ସରିଲା। ଏଠାରେ ଘଣ୍ଟା ଘଣ୍ଟା ଧରି ଅଟକି ରହିବାକୁ ହୋଇଥାଏ । ସେହିପରି ରାଜଧାନୀର ପ୍ରମୁଖ ରାସ୍ତା ଜନପଥରେ ସମାନ ଅବସ୍ଥା । ଦୁଇ ରାସ୍ତାର ପାର୍ଶ୍ୱ ଖୋଳାହେବା ସହ ସେହିପରି ଅଧାପନ୍ତରା ଭାବରେ ପଡିରହିଛି। ଯାହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ରାଜଧାନୀବାସୀ ।

ବର୍ଷାଦିନ ଆସିଲେ ପ୍ରଶାସନର ଡ୍ରେନ କଥା ମନେପଡେ ବୋଲି ରାଜଧାନୀବାସୀ ପ୍ରକାଶ କରିଛନ୍ତି । ଭୁବନେଶ୍ୱରରର ଅନେକ ସ୍ଥାନରେ ଡ୍ରେନେଜ ସମସ୍ୟା ମଧ୍ୟରେ ରାସ୍ତା କାମ କରାଯାଉଛି। ଯାହା ଦ୍ବାରା ଯାତାୟାତ କରିବାରେ ଅସୁବିଧା ହେଉଥିବା ସେ ଉଲ୍ଲେଖ କରିଛନ୍ତି । ଏହା ଯୋଗୁଁ ବର୍ଷା ସମୟରେ ରାଜଧାନୀରେ ସମସ୍ୟା ସୃଷ୍ଟି ହେଉଥିବା ବେଳେ ଅନେକ ଅଞ୍ଚଳରେ ଜଳବନ୍ଦୀ ହେବାର ସମ୍ଭାବନା ରହିଛି । ଅନ୍ୟପଟେ କୋରୋନା ପାଇଁ ଡ୍ରେନେଜ ଓ ରାସ୍ତାକାମ ମନ୍ଥର ହେଉଥିବା ଜଣେ ରାଜଧାନିବାସୀ ପ୍ରକାଶ କରିଛନ୍ତି । ଅନ୍ୟପଟେ ଭୁବନେଶ୍ୱର ମହାନଗର ନିଗମର ଅଧିକାରୀଙ୍କୁ ଯୋଗାଯୋଗ ସମ୍ଭବ ହୋଇପାରିନାହିଁ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.