ETV Bharat / city

BMC Election: ଶେଷ ଦିନରେ ୫୨ ପ୍ରାର୍ଥୀ କଲେ ନାମାଙ୍କନ ପ୍ରତ୍ୟାହାର - ବିଏମ୍‌ସି ନିର୍ବାଚନ ପାଇଁ ନାମାଙ୍କନ ପ୍ରତ୍ୟାହାର କଲେ ପ୍ରାର୍ଥୀ

ସୋମବାର ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ଥିଲା । ୩୪୧ ବିଏମସି ନିର୍ବାଚନ ପାଇଁ କର୍ପୋରେଟର ପଦପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିବାବେଳେ ୫୨ ଜଣ ପ୍ରାର୍ଥୀ ନାମାଙ୍କନ ପ୍ରତ୍ୟାହାର କରିଛନ୍ତି । ଅଧିକ ପଢ଼ନ୍ତୁ

BMC Election: ଶେଷ ଦିନରେ ୫୨ ପ୍ରାର୍ଥୀ କଲେ ନାମାଙ୍କନ ପ୍ରତ୍ୟାହାର

author img

By

Published : Mar 14, 2022, 9:46 PM IST

ଭୁବେନଶ୍ବର: ସୋମବାର ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ଥିଲା । ୩୪୧ ବିଏମସି ନିର୍ବାଚନ ପାଇଁ କର୍ପୋରେଟର ପଦପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିବାବେଳେ ୫୨ ଜଣ ପ୍ରାର୍ଥୀ ନାମାଙ୍କନ ପ୍ରତ୍ୟାହାର କରିଛନ୍ତି । ମୋଟ ୨୮୯ ପ୍ରାର୍ଥୀ ବର୍ତ୍ତମାନ ବିଏମ୍‌ସି ନିର୍ବାଚନ ରଣାଙ୍ଗନାରେ ରହିଛନ୍ତି । ସୋମବାର ରାଜନୈତିକ ଦଳମାନେ ଅସନ୍ତୁଷ୍ଟମାନଙ୍କୁ ମନାଇବାକୁ ଚେଷ୍ଟା କରିଥିଲେ । ସେଥିମଧ୍ୟରୁ କିଛି ଦଳ କଥା ବୁଝି ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଥିବା ବେଳେ କିଛିଙ୍କୁ ବୁଝାଇବାରେ ଅସଫଳ ରହିଛନ୍ତି ରାଜନୈତିକ ଦଳ ।

BMC Election: ଶେଷ ଦିନରେ ୫୨ ପ୍ରାର୍ଥୀ କଲେ ନାମାଙ୍କନ ପ୍ରତ୍ୟାହାର
ନାମାଙ୍କନ ପ୍ରତ୍ୟାହାର ପରେ ଆଜି ପ୍ରକାଶ ପାଇଛି ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା । ବିଏମ୍‌ସି ମେୟର ପଦବୀରେ ୧୨ଜଣ ପ୍ରାର୍ଥିନୀ ଓ ୬୭ଟି ଓ୍ବାର୍ଡ ପାଇଁ ମୋଟ ୨୮୯ଜଣ କର୍ପୋରେଟର ପ୍ରାର୍ଥୀ ନିର୍ବାଚନୀ ମଇଦାନରେ ରହିବା ଚୂଡ଼ାନ୍ତ ହୋଇଛି । ପ୍ରଚାର ଗାଡି ପାଇଁ ଅନୁମତି ପ୍ରଦାନ ସହ ନିର୍ବାଚନକୁ ଶୃଙ୍ଖଳିତ କରିବାକୁ ପୋଲିଂ ଓ ପ୍ରିଜାଇଡିଂ ଅଧିକାରୀଙ୍କ ସ୍ବତନ୍ତ୍ର ତାଲିମ ଆରମ୍ଭ ହୋଇଛି ।କର୍ପୋରେଟର ପଦବୀରୁ ଦୁଇଦିନ ପୂର୍ବରୁ ମୋଟ ୮ଜଣ ସ୍ବାଧିନ ପ୍ରାର୍ଥୀ ନାମାଙ୍କନ ପ୍ରତ୍ୟାହାର କରିଥିଲେ । ନାମାଙ୍କନ ପ୍ରତ୍ୟାହାରର ଶେଷ ଦିନରେ ଆଉ ୫୨ଜଣ ସ୍ବାଧିନ କର୍ପୋରେଟର ପ୍ରାର୍ଥୀ ସେମାନଙ୍କ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନେଇଛନ୍ତି । ନାମାଙ୍କନ ପ୍ରତ୍ୟାହାର କରିଥିବା ପ୍ରାର୍ଥୀ ଓ ପ୍ରାର୍ଥିନୀ ଉଭୟ ଦଳୀୟ ଟିକେଟ ଆଶା ରଖି ନାମାଙ୍କନ ଦାଖଲ କରିଥିଲେ । ତେବେ କୌଣସି ଚାପରେ ନୁହଁ ବରଂ ସ୍ବଇଚ୍ଛାରେ ନାମାଙ୍କନ ପ୍ରତ୍ୟାହାର କରିଥିବା କଥା କହିଛନ୍ତି । ତା ସହିତ ରାଜନୀତିରେ ସକ୍ରିୟ ରହି ପ୍ରଚାର କାର୍ଯ୍ୟରେ ସାମିଲ ହେବେ ବୋଲି କହିଛନ୍ତି ।

ସେପଟେ ମହାନଗର ନିଗମ ନିର୍ବାଚନକୁ କିଭଳି ଅବାଧ, ନିରପେକ୍ଷ ସହିତ ଶୃଙ୍ଖଳିତ କରାଯିବ ସେଥିପ୍ରତି ଧ୍ୟାନ ଦେଇଛନ୍ତି ନିର୍ବାଚନ ଅଧିକାରୀ । ୭୦୫ବୁଥ୍ ପାଇଁ ଉଭୟ ମେୟର ଓ କର୍ପୋରେଟର ଭୋଟ ପାଇଁ ଦୁଇଟି ଲେଖାଏଁ ଇଭିଏମ୍ ରହିବ ଏଥିପାଇଁ ପର୍ଯ୍ୟାୟ କ୍ରମେ ପୋଲିଂ ଓ ପ୍ରିଜାଇଡିଂ ଅଧିକାରୀଙ୍କ ସ୍ବତନ୍ତ୍ର ତାଲିମ୍ ଆରମ୍ଭ ହୋଇଛି । ନିର୍ବାଚନରେ ୭ଟି ଟିମ୍‌ ନିୟୋଜିତ ଅଛନ୍ତି । କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ସେହିଭଳି ୭୦୫ ବୁଥରେ ଅସ୍ଥାୟୀ ଷ୍ଟ୍ରଙ୍ଗ୍ ରୁମ ରଖାଯାଇଛି । ପ୍ରାୟ ୩ ହଜାର ୮ଶହ ପୋଲିଂ ଅଧିକାରୀ ନିୟୋଜିତ ରହିବେ । ପ୍ରଥମ ପର୍ଯାୟରେ ୫୫୦ ଜଣଙ୍କୁ ଟ୍ରେନିଂ ଦିଆଯିବ । ସେପଟେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ପରେ ପ୍ରାର୍ଥୀଙ୍କୁ ପ୍ରଚାର ଗାଡି ପାଇଁ ଅନୁମତି ଦିଆଯାଇଛି । ଭୁବନେଶ୍ବରରେ ପ୍ରାଥମିକ ପର୍ଯ୍ୟାୟରେ ମୋଟ ୩୩୧ଟି ସମ୍ବେଦନଶୀଳ ବୁଥ୍ ଚିହ୍ନଟ କରାଯାଇଛି । ସେହିସବୁ ବୁଥ୍‌ ସିସିଟିଭି ଲଗାଯିବା ସହ ପୋଲିସ କର୍ମଚାରୀଙ୍କୁ ନିୟୋଜିତ କରାଯିବ ବୋଲି କହିଛନ୍ତି ନିର୍ବାଚନ ଅଧିକାରୀ ।

ଭୁବେନଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.