ETV Bharat / city

ମନୀଷ ହତ୍ୟାକାଣ୍ଡ: କୋର୍ଟରେ ହାଜର ହେଲେ ୩ ଅଭିଯୁକ୍ତ - 3 accused appeared before court

ମନୀଷ ମୃତ୍ୟୁ ଘଟଣା । ୪ ଦିନିଆ ରିମାଣ୍ଡର ଆଜି ଶେଷ ଦିନ ଥିବାବେଳେ ଘଟଣାର ୩ ଅଭିଯୁକ୍ତ ଜେଏମଏଫସି କୋର୍ଟରେ ହୋଇଛନ୍ତି ହାଜର । ଅଧିକ ପଢନ୍ତୁ...

ମନୀଷ ମୃତ୍ୟୁ ଘଟଣା: କୋର୍ଟରେ ହାଜର ହେଲେ ୩ ଅଭିଯୁକ୍ତ

author img

By

Published : Oct 21, 2021, 2:03 PM IST

Updated : Oct 21, 2021, 2:40 PM IST

ଭୁବନେଶ୍ବର: ମନୀଷ ଅନୁରାଗ ହତ୍ୟାକାଣ୍ଡର ୩ ଅଭିଯୁକ୍ତ ରାଜଧାନୀର ଜୁଡିସିଆଲ ମାଜିଷ୍ଟ୍ରେଟ କୋର୍ଟରେ ଆଜି(ଗୁରୁବାର) ହାଜର ହୋଇଛନ୍ତି । ୩ ଅଭିଯୁକ୍ତଙ୍କୁ କମିଶନରେଟ ପୋଲିସ ୪ ଦିନିଆ ରିମାଣ୍ଡରେ ନେଇଥିବା ବେଳେ ଆଜି ହେଉଛି ରିମାଣ୍ଡର ଶେଷଦିନ । ରିମାଣ୍ଡର ଶେଷ ଦିନରେ ସେମାନଙ୍କୁ କୋର୍ଟରେ ହାଜର କରାଯାଇଛି ।

ମନୀଷ ହତ୍ୟାକାଣ୍ଡ: କୋର୍ଟରେ ହାଜର ହେଲେ ୩ ଅଭିଯୁକ୍ତ

ଏହି ୩ ଅଭିଯୁକ୍ତ ହେଉଛନ୍ତି ମୃତ୍ୟୁଞ୍ଜୟ ମିଶ୍ର, ଅମ୍ରିତ ପ୍ରୀତମ ବିଶ୍ବାଳ ଓ ଦିନେଶ ମହାପାତ୍ର । ଏମାନଙ୍କୁ ଘଟଣା ସମ୍ପର୍କରେ ଅଧିକ ପଚରାଉଚୁରା କରିବା ପାଇଁ କମିଶନରେଟ ପୋଲିସ ଗତ ଅକ୍ଟୋବର ୧୭ ତାରିଖରେ ୪ ଦିନିଆ ରିମାଣ୍ଡରେ ନେଇଥିଲା । ବିଶେଷ କରି ମନୀଷଙ୍କ ମୋବାଇଲ ଓ ଅନ୍ୟାନ୍ୟ ପ୍ରମାଣ ଖୋଜିଵାକୁ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇଥିଲା କମିଶନରେଟ ପୋଲିସ । ତେବେ ମନୀଷଙ୍କ ମୃତ୍ୟୁ ପୂର୍ବରୁ ଅମ୍ରିତ ମନୀଷଙ୍କୁ ପଟିଆ ଇନଫୋସିଟି ଅଞ୍ଚଳରୁ ପିକଅପ କରିଥିଲେ । ଏହାପରେ ସାଉଥସିଟି ବାରରେ ମନୀଷଙ୍କ ସହ ଭେଟ ହୋଇଥିଲେ ମୃତ୍ୟୁଞ୍ଜୟ ଓ ଦିନେଶ । ତେବେ ଏହି ଘଟଣା ସମ୍ପର୍କରେ ଖୁବଶୀଘ୍ର କମିଶନରେଟ ପୋଲିସ ଖୁଲାସା କରିବା ନେଇ ସୂଚନା ମିଳିଛି ।

ପ୍ରକାଶ ଥାଉକି, ଗତ ୯ ତାରିଖ ଶନିବାର ସନ୍ଧ୍ୟାରେ ମନୀଷ କିଛି ଯୁବକଙ୍କ ସହ କାର ଯୋଗେ କେଉଁଆଡ଼େ ଯାଉଥିବା ନେଇ ତାଙ୍କ ବାପା ନବୀନ ଦାସଙ୍କୁ ସୂଚନା ଦେଇଥିଲେ । ଏହାପରେ ରବିବାର ପୁଅ ନିଖୋଜ ହେବା ନେଇ ଇନ୍‌ଫୋସିଟି ଥାନାରେ ଅପହରଣ ଅଭିଯୋଗ ହୋଇଥିବାବେଳେ ଦିନ ପ୍ରାୟ ୧.୩୦ ମିନିଟ୍‌ ବେଳକୁ ତାଙ୍କର ମୃତଦେହ ପାତ୍ରପଡ଼ା ପୋଖରୀରେ ଭାସୁଥିବା ଦେଖିବାକୁ ମିଳିଥିଲା । ଆଉ ଏହାପରେ ତଦନ୍ତ କରାଯାଇ ମନୀଷର ସାଙ୍ଗମାନେ ହିଁ ଟଙ୍କା ପାଇଁ ହତ୍ୟା କରିଥିଲେ ବୋଲି ଜଣାପଡିଥିଲା ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

Last Updated : Oct 21, 2021, 2:40 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.