ETV Bharat / city

ବସ୍ତିରେ ବିଭତ୍ସ ହତ୍ୟାକାଣ୍ଡ: ଶାଳକ ଖଣ୍ତା ଚୋଟରେ ଭିଣୋଇ ମୃତ - ବସ୍ତିରେ ବିଭତ୍ସ ହତ୍ୟାକାଣ୍ଡ

ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ତ । ଶାଳକର ଖଣ୍ଡା ଚୋଟରେ ଭିଣୋଇର ଗଲା ଜୀବନ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅଧିକ ପଢନ୍ତୁ

ବସ୍ତିରେ ବିଭତ୍ସ ହତ୍ୟାକାଣ୍ଡ:ଶାଳକ ଖଣ୍ତା ଚୋଟରେ ଭିଣୋଇ ମୃତ

author img

By

Published : Dec 31, 2021, 8:12 PM IST

ଭୁବନେଶ୍ବର : ୨୦୨୧ ବର୍ଷର ଶେଷ ଦିନରେ ରକ୍ତ ରଞ୍ଜିତ ହେଲା ରାଜଧାନୀ । ବୁଲିଲା ଖଣ୍ଡା ଗଡିଲା ମୁଣ୍ଡ। ଶାଳକର ଖଣ୍ଡା ଚୋଟରେ ଭିଣୋଇର ଗଲା ଜୀବନ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଗୁରୁବାର ବିଳମ୍ବିତ ରାତିରେ ମଞ୍ଚେଶ୍ୱର ଥାନା ଧିରକୁଟ ବସ୍ତିରେ ଘଟିଛି ହତ୍ୟାକାଣ୍ତ । ପାରିବାରିକ କଳହକୁ ନେଇ ଏଭଳି ବିଭତ୍ସ ହତ୍ୟାକାଣ୍ତ ଘଟିଥିବା ସନ୍ଦେହ କରାଯାଉଛି ।

ବସ୍ତିରେ ବିଭତ୍ସ ହତ୍ୟାକାଣ୍ଡ:ଶାଳକ ଖଣ୍ତା ଚୋଟରେ ଭିଣୋଇ ମୃତ

ସୂଚନା ଅନୁସାରେ, ଅଭିଯୁକ୍ତ ପାପୁନି ନାୟକ ଓ ଭିଣୋଇ ସୁଶାନ୍ତଙ୍କ ମଧ୍ୟରେ କୈଣସି ଏକ ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ତିକ୍ତତା ଆରମ୍ଭ ହୋଇଥିଲା । ପରେ ଏହା ଉଗ୍ର ରୂପ ନେଇଥିଲା । ପାପୁନି ଖଣ୍ଡାରେ ଭିଣୋଇ ସୁଶାନ୍ତଙ୍କୁ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ମେଡ଼ିକାଲରେ ସୁଶାନ୍ତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ଫରେନସିକ ଟିମ ଘଟଣାସ୍ଥଳରେ ପହଞ୍ଚିଛି । ହତ୍ୟାକାଣ୍ତ ଘଟିଥିବା ସ୍ଥାନରେ ପ୍ରମାଣ ସଂଗ୍ରହ କରିଛି ଟିମ । ଏ ହତ୍ୟାକାଣ୍ଡକୁ ମିଶାଇ ରାଜଧାନୀରେ ଚଳିତ ବର୍ଷ ୩୩ଟି ହତ୍ୟାକାଣ୍ଡ ହୋଇଛି ।

ଭୁବନେଶ୍ବରରୁ ତାପସ ପରିଡା , ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.