ETV Bharat / city

ପରିଚୟ ଏମଡିଙ୍କ ଭାଇ, ପେଶା ଚାକିରି ଦେବା ନାଁରେ ଠକେଇ

author img

By

Published : Apr 21, 2021, 8:53 PM IST

ରାଜଧାନୀରେ ମାତିଛନ୍ତି ଠକ । ଚାକିରି ଦେବାକୁ କହି ଠକୁଛନ୍ତି ଲକ୍ଷାଧିକ ଟଙ୍କା । ଅଧିକ ପଢନ୍ତୁ...

ପରିଚୟ ଏମଡିରେ ଭାଇ, ପେଶା ଲୋକଙ୍କୁ ଠକିବା
ପରିଚୟ ଏମଡିରେ ଭାଇ, ପେଶା ଲୋକଙ୍କୁ ଠକିବା

ଭୁବନେଶ୍ବର: ରାଜଧାନୀରେ ଠକିବା ପାଇଁ ଜାଲ ବିଛାଉଛନ୍ତି ଠକ । ବିଶ୍ବାସ ଆଳରେ ରଚୁଛନ୍ତି ଠକେଇର ଜାଲ । ଆଉ ବିଭିନ୍ନ ପ୍ରଲୋଭନ ଦେଖାଇ ଲୋକକୁ ଠକୁଛନ୍ତି । ଏହାରି ମଧ୍ୟରେ ସାମ୍ନାକୁ ଆସିଛନ୍ତି ଜଣେ ଏମଡିର ଭାଇ ସାଜିଥିବା ଠକ ।

ଚାକିରି ଦେବା ନାଁରେ ଏମଡି ଭାଇର ପରିଚୟ ଦେଇ ଏକ ଘରୋଇ ମେଡିକାଲର ଚାକିରି ଦେବ କହି ନିରିହ ଲୋକଙ୍କୁ ଠୁ ଠକିନେଇଛନ୍ତି ଟଙ୍କା । ତେବେ ଏହି ଠକ ଏମଡି ଭାଇଙ୍କ ନାମ ହେଉଛି ନିରଞ୍ଜନ ସାହୁ । ଘର ଖୋର୍ଦ୍ଦା ଜିଲ୍ଲାର ଆରିକମା । କେତେବେଳ ବ୍ଲାକ ବ୍ଲେଜରରେ ଦେଖା ଦିଅନ୍ତି ତ ପୁଣି କେତେବଳେ ଆଲିଶାନ ଅଫିସରେ ରହି ଭିଡିଓ ଚାଟରେ କଥା ହୁଅନ୍ତି । ସୁଟ୍ ବୁଟ ଗେଟଅପରେ ନିଜକୁ ଏମଡିର ଭାଇ ପରିଚୟ ଦେଇ ଲୋକଙ୍କୁ ଚାକିରି ଦେବାର ଲୋଭ ଦେଖାନ୍ତି । ଏଥିପାଇଁ କନସଲଟାନ୍ସି ଚାର୍ଜ ଭାବରେ କାହାଠୁ ୨୦ ହଜାର ତ କାହାଠୁ ୫ ହଜାର ଏପରି କରି ଲକ୍ଷାଧିକ ଟଙ୍କାର ଚୁନା ଲଗାଇଛନ୍ତି ନିରଞ୍ଜନ । ଘରୋଇ ମେଡିକାଲରେ ଭଲ ରେଫରେନ୍ସ ଓ ଖାସ୍ ଚିହ୍ନା ପରିଚୟ କହି ଘରୋଇ ମେଡିକାଲରେ ଚାକିରୀ ଦେବାକୁ ଭୁବନେଶ୍ବରରେ ୨୦ରୁ ଅଧିକ ଲୋକଙ୍କ ଠାରୁ ୧୫ଲକ୍ଷ ଟଙ୍କା ଠକେଇ କରିଛନ୍ତି ସେ ।

ଆକାଉଣ୍ଟାଣ୍ଟ ପାଇଁ ୭୦ ହାଜର, ସୁପରଭାଇଜର ପାଇଁ ୫୦ ହଜାର, ସୁଇପର ପାଇଁ ୨୦ ଓ ସିକ୍ୟୁରିଟି ଗାର୍ଡ ପାଇଁ ୧୦ ହଜାର ଟଙ୍କା ନେଉଥିଲା । ଏଥିପାଇଁ ଫେକ୍ ଏଗ୍ରିମେଣ୍ଟ ସହ ଅଫର ଲେଟର ବି ଦିଅନ୍ତି । ହେଲେ ଜଏନିଂ ଲେଟର ଧରାଇ ଦେଇ ଗାଏବ ହୋଇଯାଏ ନିରଞ୍ଜନ । ଏନେଇ ଠକାମିର ଶିକାର ହୋଇଥିବା କେତେକ ବ୍ୟକ୍ତି ଚନ୍ଦ୍ରଶେଖପୁର ଥାନାରେ ଅଭିଯୋଗ କରିବା ପରେ ତଦନ୍ତ ଆରମ୍ଭ କରିଛି ପୋଲିସ । ଅଭିଯୁକ୍ତ ନିରଞ୍ଜନ ଠକେଇ ଟଙ୍କା କେଉଁଠାରେ ଇନଭେଷ୍ଟ କରିଛି କି ନାହିଁ, ବେଆଇନ ଆର୍ଥିକ କାରବାର ଅଛିକି ନାହିଁ ସେ ଦିଗ ଉପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ସେପଟେ ସରକାରୀ ଚାକିରି ଏକ ପକ୍ରିୟା । ଯଦି କେହି ଟଙ୍କା ଦେଇ ଚାକିରୀ ଦେବାକୁ କହୁଛି ବିଶ୍ବାସ କରନ୍ତୁ ନାହିଁ ବୋଲି ଡିସିପି ଉମାଶଙ୍କର ଦାସ ଜନସାଧାରଣଙ୍କୁ ଅପିଲ କରିଛନ୍ତି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.