ଭୁବନେଶ୍ବର: ଦିନ ଦ୍ବିପହରେ ରକ୍ତ ରଞ୍ଜିତ ହେଲା ରାଜଧାନୀ, ପୁଣି ଘଟିଲା ବିଭତ୍ସ ହତ୍ୟାକାଣ୍ଡ । ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ସ୍ୱାମୀ । ହତ୍ୟା ପରେ ନିଜକୁ ବଞ୍ଚାଇବା ପାଇଁ ଆତ୍ମହତ୍ୟାର ରୂପ ଦେଇଥିଲା ନୃଶଂସ ସ୍ୱାମୀ । ମୃତ ପତ୍ନୀ ହେଉଛନ୍ତି ଲିଲି ଦାସ । ସହିଦ ନଗର ଥାନା ଅନ୍ତର୍ଗତ ବାସୁଆଘାଇରେ ଘଟିଛି ଏହି ବୀଭତ୍ସ ହତ୍ୟାକାଣ୍ଡ ।
ଏନେଇ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ କେଉଁ କାରଣକୁ କେନ୍ଦ୍ର କରି ଅଭିଯୁକ୍ତ ସ୍ୱାମୀ ସୌଭାଗ୍ୟ ରଞ୍ଜନ ଦାସ ଏଭଳି ନୃସଂଶ ଭାବେ ସ୍ତ୍ରୀକୁ ହତ୍ୟା କଲା ସେନେଇ ସ୍ପଷ୍ଟ ସୂଚନା ମିଳିପାରି ନାହିଁ । ଘଟଣାରେ ତଦନ୍ତ ଚାଲିଥିବା ବେଳେ ଆବଶ୍ୟକ ସ୍ଥଳେ ସାଇଣ୍ଟିଫିକ ଟିମ ପହଞ୍ଚିବା ନେଇ ବୋଲି ସୂଚନା ଦେଇଛି ପୋଲିସ । ଅଭିଯୁକ୍ତ ସ୍ୱାମୀକୁ ଗିରଫ କରି ପଚରାଉଚରା କରୁଛି ସହିଦନଗର ପୋଲିସ ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ