ଭୁବନେଶ୍ବର: ଆନ୍ତର୍ଜାତୀୟ କିଶୋର ପ୍ରତିଭା ଲେଖକ ମେମୋୟ ମିଶ୍ରଙ୍କ ‘Being Bad is Being Good’ ପୁସ୍ତକ ଉନ୍ମୋଚନ କରିଛନ୍ତି ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ଦୁର୍ବାର ସୃଜନ କର୍ମର ସ୍ପୃହା ଥିଲେ ଭାବନାକୁ ଅତି ସ୍ୱଳ୍ପ ବୟସରେ ମଧ୍ୟ ମର୍ମସ୍ପର୍ଶୀ ଭାବେ ଚିତ୍ରିତ କରିପାରିବେ । ଆଉ ଏହାର ଜ୍ବଳନ୍ତ ଉଦାହରଣ ହେଉଛନ୍ତି ପୁରୀ ଜିଲ୍ଲା ବିରପୁରୁସତ୍ତମ ପୁର ଅଞ୍ଚଳର ମେମୋୟ ମିଶ୍ର ।
ଆବାସିକ ସିନ୍ଧିଆ ବିଦ୍ୟାଳୟ, ଗଓ୍ବାଲିଅର, ମଧ୍ୟପ୍ରଦେଶରେ ସପ୍ତମ ଶ୍ରେଣୀରେ ପାଠ ପଢ଼ନ୍ତି ମେମୋୟ । ମାତ୍ର 12 ବର୍ଷ ବୟସରେ 2016 ମସିହାରେ ଏହି ପୁସ୍ତକଟି ଲେଖିଥିଲେ କିଶୋର ପ୍ରତିଭା ମେମୋୟ ମିଶ୍ର । ଏହି ରୋମାଞ୍ଚ ସମ୍ବଳିତ ପୁସ୍ତକଟି ଏତେ ସୁନ୍ଦର ଓ ବଳିଷ୍ଠ ଯେ, ଲଣ୍ଡନର ପ୍ରକାଶକ ଆଷ୍ଟିଂନ ମାକେୱେଳଙ୍କ ଦ୍ୱାରା ଜୁନ 17, 2019ରେ ୟୁରୋପ, ଆମେରିକା, କାନାଡ଼ା ଓ ଅଷ୍ଟ୍ରେଲିଆ କାଗଜରେ ଏହା ପ୍ରକାଶିତ ହୋଇଥିଲା । ଏବେ ପୁସ୍ତକଟି ଆନ୍ତର୍ଜାତୀୟ ବହି ଦୋକାନରେ ଉପଲବ୍ଧ ହୋଇଛି ।
ମେମୋୟ ପିଲାଟି ଦିନରୁ ମେଧାବୀ ଏବଂ କଲମ ସହିତ ଦୃଢ ସମ୍ପର୍କ ସ୍ଥାପନ କରି ବହୁତ କାଳ୍ପନିକ ଗଳ୍ପ ଚିତ୍ରାଙ୍କନ ଅନୁଭୂତି ଓ ନିଜର ବିଚାର ଲେଖିଛନ୍ତି । ଏବେ ମେମୋୟ ସିନ୍ଧିଆ ବିଦ୍ୟାଳୟରୁ 10ମ ଶ୍ରେଣୀରେ ପ୍ରଥମ ସ୍ଥାନରେ ଉତିର୍ଣ୍ଣ ହୋଇଛନ୍ତି । ମେମୋୟ ଏହି ପୁସ୍ତକରେ ଏକ ସରଳ ନିଷ୍କପଟ ତଥା ନିଷ୍ପାପ ଜୀବନରୁ ଜଟିଳତା ସଙ୍କୁଳ ସମାଜ ପ୍ରତି ନିର୍ଣ୍ଣାୟକ ଯାତ୍ରା ଜୀବନବୋଧକୁ ଏକ ନୂତନ ଅଭିଜ୍ଞତାରେ ପହଞ୍ଚାଏ । ଯାହାକୁ ନେଇ ଏହି ପୁସ୍ତକରେ ବର୍ଣ୍ଣନା କରିଛନ୍ତି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ