ETV Bharat / city

ମମିତା ହତ୍ୟାକାଣ୍ଡ; NCWଙ୍କ ଚିଠି ପରେ ବଢିଲା ରାଜନୀତି - କଳାହାଣ୍ଡି ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲ

ସାରା ରାଜ୍ୟରେ ଜାରି ରହିଛି କଳାହାଣ୍ଡି ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣାର ପ୍ରତିବାଦ । ରାଜନୈତିକ ଦଳ, ସାମାଜିକ ସଂଗଠନ ସମତେ ବିଭିନ୍ନ ବର୍ଗର ଲୋକେ ଏବେ ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଏପରି ସ୍ଥଳେ ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରୀୟ ମହିଳା ଅୟୋଗଙ୍କ ଚିଠି ପରେ ତେଜିଲା ରାଜନୀତି । ଅଧିକ ପଢନ୍ତୁ...

SURA RAOUTRAY
SURA RAOUTRAY
author img

By

Published : Oct 21, 2021, 10:17 PM IST

ଭୁବନେଶ୍ବର: ସାରା ରାଜ୍ୟରେ ଜାରି ରହିଛି କଳାହାଣ୍ଡି ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣାର ପ୍ରତିବାଦ । ରାଜନୈତିକ ଦଳ, ସାମାଜିକ ସଂଗଠନ ସମତେ ବିଭିନ୍ନ ବର୍ଗର ଲୋକେ ଏବେ ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଏପରି ସ୍ଥଳେ ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରୀୟ ମହିଳା ଅୟୋଗଙ୍କ ଚିଠି ପରେ ତେଜିଲା ରାଜନୀତି ।

ମମିତା ହତ୍ୟାକାଣ୍ଡ; ମହିଳା କମିଶନଙ୍କ ଚିଠି ପରେ ବଢିଲା ରାଜନୀତି

ମହାଲିଙ୍ଗ ଶିକ୍ଷୟିତ୍ରୀ ମମିତା ମେହେର ଙ୍କ ହତ୍ୟା କୁ ନେଇ ସାରା ରାଜ୍ୟ ଉଠୁଛି ପଡୁଛି।କଲେଜ ମାଲିକ ଗୋବିନ୍ଦ ସାହୁ ସହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଘନିଷ୍ଠତା ଥିବାରୁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ତାଙ୍କ ଇସ୍ତଫା ପାଇଁ ଦାବି କରାଯାଉଛି। ରାଜରାସ୍ତାରେ ଉଭୟ ବିଜେପି ଓ କଂଗ୍ରେସ ବିକ୍ଷୋଭ ଜାରି ରଖିଛନ୍ତି। ମୁଖ୍ୟମନ୍ତ୍ରୀ ଚୁପ ନବସି ମନ୍ତ୍ରୀଙ୍କୁ ବହିଷ୍କାର କରନ୍ତୁ ବୋଲି କଂଗ୍ରେସ ଗୁରୁବାର ଭୁବନେଶ୍ବରରେ ବିକ୍ଷୋଭ ପ୍ରଦର୍ଶନ କରିଛି। ହାଇକୋର୍ଟରେ ମଧ୍ୟ ଏନେଇ ଜନସ୍ବାର୍ଥ ମାମଲା କରାଯାଇଛି।

ଗୃହରାଷ୍ଟ୍ର ମନ୍ତ୍ରୀ ଇସ୍ତଫା ନ ଦେଲେ ପୋଲିସ ତଦନ୍ତ କଣ ନିରପେକ୍ଷ ହୋଇପାରିବ ତାକୁ ନେଇ କେନ୍ଦ୍ରୀୟ ମହିଳା ଆୟୁକ୍ତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ପୋଲିସ ମହାନିର୍ଦ୍ଦେଶକଙ୍କୁ ଚିଠି ଲେଖିଛନ୍ତି । ଚିଠିରେ ମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ସେ ଉଲ୍ଲେଖ କରିବା ପରେ ଏବେ ତେଜିଛି ରାଜନୀତି । ମନ୍ତ୍ରୀ ଇସ୍ତଫା ନ ଦେଲେ ତଦନ୍ତ ଠିକ ବାଟରେ ହେବ ନାହିଁ ବୋଲି ସେ ଲେଖିଛନ୍ତି ତେଣୁ ମନ୍ତ୍ରୀଙ୍କ ଇସ୍ତଫା ନିହାତି ଆବଶ୍ୟକ ।

ଯାହାକୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ ହୋଇପଡିଛି । ଘଟଣାକୁ ନେଇ କଂଗ୍ରେସ ବରିଷ୍ଠ ବିଧାୟକ ସୁର ରାଉତରାୟ କହିଛନ୍ତି ନବୀନ ବାବୁ ରାଜ୍ୟରେ ଦୁର୍ନୀତିକୁ ପ୍ରଶୟ ଦେଉଛନ୍ତି । ବିଜେଡି ସରକାରରେ ବହୁ ବିଧାୟକ, ସାଂସଦ, ନେତା ଚିଟଫଣ୍ଡ ଦୁର୍ନୀତି ଠାରୁ ଆରମ୍ଭ କରି ଡକାୟତି, ହିଂସାରେ ଜଡିତ ରହିଛନ୍ତି । ହେଲେ ନବୀନ ସେମାନଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି।

ତେଣୁ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦେବା ଉପରେ କିଛି ପୂର୍ଵନୁମାନ କରିବା କାଠିକର ପାଠ। ନବୀନ ବାବୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ବହୁ ନିବିଡ ସମ୍ପର୍କ ରହିଛି। ତେଣୁ ତାଙ୍କ ହାତରେ ସବୁ ଅଛି । କେନ୍ଦ୍ରୀୟ ମହିଳା ଆୟୁକ୍ତ ଚିଠି ଦେଲେ କିଛି ଫରକ ପଡିବନି ବୋଲି କହିଛନ୍ତି ସୁର ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.