ETV Bharat / city

ପୋଲିସ ସାହାଯ୍ୟରେ ପ୍ରମାଣ ନଷ୍ଟ ପରେ ମନ୍ତ୍ରୀ ନିଜକୁ ଦେଉଛନ୍ତି କ୍ଲିନଚିଟ୍‌: BJP - Dibya Shankar Over Self Clean Chits

ଠାକୁର ଘରେ କିଏ ନା ମୁଁ କଦଳୀ ଖାଇନି, ଭଳି ବୁଧବାର ଗୃହ ରାଷ୍ଟ୍ର ମନ୍ତ୍ରୀ ନିଜକୁ ନିଜେ କ୍ଲିନ୍‌ ଚିଟ୍‌ ଦେଇଛନ୍ତି । ପ୍ରେସ ମିଟ୍‌ରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଉଦ୍ଦେଶ୍ୟରେ ଏହା କହି ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର କଟାକ୍ଷ କରିଛନ୍ତି । ଅଧିକ ପଢନ୍ତୁ

Mamita Murder Case: BJP questions Minister Dibya Shankar Over Self Clean Chits
ପୋଲିସ ସାହାଯ୍ୟରେ ପ୍ରମାଣ ନଷ୍ଟ ପରେ ମନ୍ତ୍ରୀ ନିଜକୁ ଦେଉଛନ୍ତି କ୍ଲିନଚିଟ୍‌: BJP
author img

By

Published : Nov 18, 2021, 7:20 PM IST

ଭୁବନେଶ୍ବର: ଠାକୁର ଘରେ କିଏ ନା ମୁଁ କଦଳୀ ଖାଇନି, ଭଳି ବୁଧବାର ଗୃହ ରାଷ୍ଟ୍ର ମନ୍ତ୍ରୀ ନିଜକୁ ନିଜେ କ୍ଲିନ୍‌ ଚିଟ୍‌ ଦେଇଛନ୍ତି । ପ୍ରେସ ମିଟ୍‌ରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଉଦ୍ଦେଶ୍ୟରେ ଏହା କହି ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର କଟାକ୍ଷ କରିଛନ୍ତି ।

ମମିତା ହତ୍ୟାକାଣ୍ଡ ଘଟଣାରେ ସମଗ୍ର ଓଡିଶା ଜଳୁଛି । ମମିତାର ନିର୍ମମ ହତ୍ୟା ପଛର ପକୃତ କାରଣ କ'ଣ ଜାଣିବାକୁ ସମସ୍ତେ ପ୍ରଶ୍ନ କରୁଛନ୍ତି । ମେହେର ସମ୍ପ୍ରଦାୟର ଗୋଟିଏ ଝିଅକୁ ମାରି ଦିଆଗଲା ଆଉ ଏଥିରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ନାମ ରହିଛି । ମାତ୍ର ଏତେ ଦିନ ପରେ ମନ୍ତ୍ରୀ ସାମ୍ନାକୁ ଆସି ନିଜକୁ କ୍ଲିନ ଚିଟ୍‌ ଦେଇଛନ୍ତି । ବୋଧ ହୁଏ ସବୁ ତଥ୍ୟ ପ୍ରମାଣ ନଷ୍ଟ କରିବା ପରେ ଆଜି ନିଜକୁ କ୍ଲିନ ଚିଟ ଦେଉଛନ୍ତି । କେଉଁ ଅଧିକାରୀ ତାଙ୍କୁ କ୍ଲିନ ଚିଟ୍‌ ଦେଲେ କାହାର ସେ ଅଧିକାର ରହିଛି ବୋଲି କହି ପ୍ରଶ୍ନ କରିଛି ବିଜେପି ।

ପୋଲିସ ସାହାଯ୍ୟରେ ପ୍ରମାଣ ନଷ୍ଟ ପରେ ମନ୍ତ୍ରୀ ନିଜକୁ ଦେଉଛନ୍ତି କ୍ଲିନଚିଟ୍‌: BJP

ମନ୍ତ୍ରୀଙ୍କ ବିବୃତି ସାମ୍ବିଧାନିକ ବିଧି ବ୍ୟବସ୍ଥା ପାଇଁ ଉପହାସ । DIG କଣ ଏଜେନ୍ସି ? ସେ କ୍ଲିନ ଚିଟ୍‌ ଦେବେ । ମନ୍ତ୍ରୀ ଇସ୍ତଫା ଦେଲେ ଯାଇ ହିଁ ତଦନ୍ତ ନିରପେକ୍ଷ ହୋଇ ପାରିବ । ଦିବ୍ୟଶଙ୍କରଙ୍କ ନିର୍ଦ୍ଦେଶରେ ମମିତାଙ୍କୁ ହତ୍ୟା କରା ଯାଇଛି ଆଉ ତଥ୍ୟ ପ୍ରମାଣ ନଷ୍ଟ କରାଯାଇଛି ।

କାହିଁକି ଏତଲା ପ୍ରଥମେ ଗ୍ରହଣ କରାଗଲା ନାହିଁ ? ଏହାର ଉତ୍ତର ମନ୍ତ୍ରୀ ରଖିବେ କି ? କେମିତି 3ଟି ଥାନା ଗୋବିନ୍ଦକୁ ନିଆଗଲା । ଗୋବିନ୍ଦକୁ ଟିଟିଲାଗଡ଼ ନେଇ ଖସେଇ ଦେବାର ଯୋଜନା ମନ୍ତ୍ରୀ କରିଥିଲେ କି ? ତାହାର ଉତ୍ତର ଦିଅନ୍ତୁ । କାହିଁକି ଏ ସବୁ ପ୍ରଶ୍ନର ପୋଲିସ ସଠିକ ଉତ୍ତର ଦେଇ ପାରୁନାହିଁ ତାହାର ଉତ୍ତର ମନ୍ତ୍ରୀ ଦିଅନ୍ତୁ । ତଦନ୍ତ ଶେଷ ହୋଇନଥିବାବେଳେ ମନ୍ତ୍ରୀ ନିର୍ଲଜ ଭଳି ସାମ୍ନାକୁ ଆସି ନିଜକୁ ନିଜେ କ୍ଲିନଚିଟ୍‌ ଦେଉଛନ୍ତି । ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଓଡ଼ିଶା ବାସୀଙ୍କୁ ଭ୍ରମିତ କରୁଥିବା କହିଛନ୍ତି ଲେଖାଶ୍ରୀ ।

ଦୀର୍ଘ ଦିନ ପରେ ବାରମ୍ବାର ଯେଉଁ ସଫେଇ ଦେଉଛନ୍ତି ଯଦି ପ୍ରକୃତରେ ଆପଣ ଚାହୁଁଛନ୍ତି ତଦନ୍ତ ଠିକ ଭାବରେ ହେଉ ତେବେ କୁହନ୍ତୁ ମୋ ବିରୁଦ୍ଧରେ ଯେଉଁ ଅଭିଯୋଗ ଆସିଛି, ତାହାର ପୋଲିସ ତଦନ୍ତ କରୁ । ଏମିତି ଯଦି ମନ୍ତ୍ରୀ କରିଥାନ୍ତେ ତେବେ ଏ ସଫେଇର ଆବଶ୍ୟକତା ପଡି ନଥାନ୍ତା । ଯେଉଁ ଯେଉଁ ପ୍ରଶ୍ନ ପଚରାଯାଉଛି ତାହାର ଉତ୍ତର ଦିଅନ୍ତୁ, ଭେଳିକି କରନ୍ତୁ ନାହିଁ । ମନ୍ତ୍ରୀଙ୍କର ବିବେକ ନାହିଁ । ପୋଲିସ ଉପରେ ଚାପ ପ୍ରୟୋଗ କରାଯାଉଛି । ତେଣୁ ପୋଲିସ ଆଗାମୀ ଦିନରେ ଓଡ଼ିଶାବାସୀଙ୍କ ଆଶା ଓ ବିଶ୍ବାସ ହରାଇବ । ଯିଏ ତଣ୍ଟି ଚିପିଛି ସେ ଯେତିକି ଦୋଷୀ ତାର ପ୍ରଛଦପଟରେ ଥିବା ଲୋକ ଅଧିକ ଦୋଷୀ । 40 ଦିନ କାହିଁକି ନଷ୍ଟ କଲେ ରାଜ୍ୟ ସରକାର । ପ୍ରଥମ ଦିନରୁ CBIକୁ ଦେଲେନି । ଜଣା ପଡି ଯାଇଥାନ୍ତା କିଏ ଦୋଷୀ କିଏ ନିର୍ଦ୍ଦୋଷ । ମନ୍ତ୍ରୀଙ୍କୁ ବୁଲି ବୁଲି ଏମିତି ନିଜକୁ ନିଜେ କ୍ଲିନଚିଟ୍‌ ଦେବାକୁ ପଡ଼ନ୍ତାନି ବୋଲି ସାମ୍ବାଦିକ ସମ୍ମିଳନୀରେ ବିଜେପି ସାଧାରଣ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର ଅଭିଯୋଗ କରିଛନ୍ତି ।

ଏତେ ଦିନ ପରେ ଏବେ ମନ୍ତ୍ରୀ ନିଜକୁ ନିଜେ କ୍ଳିନ ଚିଟ୍ ଦେଇ ଦେଲେ। ବୋଧେ ସମସ୍ତ ତଥ୍ୟ ପ୍ରମାଣ ନଷ୍ଟ ହେଲା ପରେ ଭରସା ଆସିଲା। ପୋଲିସ ତଦନ୍ତ କରୁଛି ହେଲେ ମନ୍ତ୍ରୀ ଜଜ୍ ହୋଇ ନିଜକୁ କ୍ଲିନ୍ ଚିଟ୍ ଦେଇ ଦେଲେ। ଏହା ଗଣତନ୍ତ୍ର ପ୍ରତି ଓ ଓଡ଼ିଶା ବାସୀଙ୍କ ପ୍ରତି ଉପହାସ । ଯଦି ମନ୍ତ୍ରୀ ଦୋଷୀ ନୁହଁନ୍ତି, 21 ଦିନ କାହିଁ ଆତ୍ମଗୋପନ କରିଥିଲେ । ବାରିପଦା ମୁଖ୍ୟମନ୍ତ୍ରୀ ସଭାକୁ କାହିଁକି ବସିଲେନି । ନିଜ ଏଜେନ୍ସି ଦ୍ଵାରା ତଥ୍ୟ ପ୍ରମାଣ ନଷ୍ଟ କଲା ପରେ ନିଜେ ନିଜକୁ କ୍ଲିନ୍ ଚିଟ୍ ଦେଇ ଦେଲେ। ତଦନ୍ତ ଆଉ କୋର୍ଟ କହିବ କିଏ ଦୋଷୀ। ସେ ନିଜକୁ କ୍ଲିନ୍ ଚିଟ୍ ଦେଇ ପାରିବେନି। ମନ୍ତ୍ରୀ କହିଲେ ବିନା ଚାପରେ ତଦନ୍ତ ହେଉ ହେଲେ ମନ୍ତ୍ରୀ ଇସ୍ତଫା ଦେଲେ ହିଁ ପୋଲିସ ବିନା ଚାପରେ ତଦନ୍ତ କରି ପାରିବ । ଯଦି ମନ୍ତ୍ରୀଙ୍କ ଚାପ ନଥିଲା କାହିଁକି କେଁଗାଁ ପୋଲିସ ମାମଲା ରୁଜୁ କଲା ନାହିଁ। ପରବର୍ତ୍ତୀ ସମୟରେ ନିଜେ ଅଭିଯୁକ୍ତ ଗୋବିନ୍ଦ ସାହୁ ଅଭିଯୋଗରେ ହିଁ ମାମଲା ରୁଜୁ ହୋଇଛି ଯିଏ ନିଜେ ଦୋଷୀ । ଗୋବିନ୍ଦ ସାହୁ କାହା ସହ ଲୋକ ସେବା ଭବନ ନବୀନ ନିବାସ ଆସିଥିଲା। ଏହା ସହ ଗୋବିନ୍ଦଙ୍କୁ କାହିଁକି ବ୍ୟାରେକରେ ରଖାଗଲା । ଏମିତି ଅନେକ ପ୍ରଶ୍ନର ଉତ୍ତର ବିଭାଗୀୟ ମନ୍ତ୍ରୀ ଭାବେ ଉତ୍ତର ରଖନ୍ତୁ ନିଜକୁ କ୍ଲିନ୍ ଚିଟ୍ ନ ଦିଅନ୍ତୁ । ଠାକୁର ଘରେ କିଏ ନା ମୁଁ କଦଳୀ ଖାଇନି ଢଙ୍ଗରେ ମନ୍ତ୍ରୀ କ୍ଳିନ ଚିଟ୍। ବିଜେପି ଏବେ ବି ଅଭିଯୋଗ କରୁଛି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ହିଁ ମୁଖ୍ୟ ଷଡଯନ୍ତ୍ରକାରୀ। ତେଣୁ ମନ୍ତ୍ରୀ ଇସ୍ତଫା ନଦେଲେ ନିରପେକ୍ଷ ତଦନ୍ତ ହେବନି । ଗତକାଲି ସନସାଇନ୍ ସ୍କୁଲ ଯାଇନାହାନ୍ତି ଏବଂ ନିର୍ଦ୍ଦୋଷ ବୋଲି ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଥିଲେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.