ETV Bharat / city

ମମିତାଙ୍କ ପରିବାରକୁ ସମବେଦନା, କ୍ୟାପଟେନଙ୍କୁ କ୍ଲିନଚିଟ ଦେଲା BJD ! - ଉପ-ସଭାପତି ତଥା ବିଧାୟିକା ପ୍ରମିଳା ମଲ୍ଲିକ

କଳାହାଣ୍ଡି ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣାରେ ଶେଷରେ ମୁହଁ ଖୋଲିଛି ଶାସକ ବିଜୁ ଜନତା ଦଳ (ବିଜେଡି) । ମମିତା ମେହେର ଘଟଣାରେ ସାମ୍ବାଦିକ ସମ୍ମିଳନୀ କରି ଦଳ ପକ୍ଷରୁ ଉପ-ସଭାପତି ତଥା ବିଧାୟିକା ପ୍ରମିଳା ମଲ୍ଲିକ ଦଳର ପକ୍ଷ ରଖିବା ସହ ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ରଙ୍କ ସମର୍ଥନରେ ଦଳ ଓକିଲାତି କରିଛି । ଅଧିକ ପଢନ୍ତୁ...

Mamita Meher's murder case
Mamita Meher's murder case
author img

By

Published : Oct 20, 2021, 9:10 PM IST

ଭୁବନେଶ୍ବର: କଳାହାଣ୍ଡି ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣାରେ ଶେଷରେ ମୁହଁ ଖୋଲିଛି ଶାସକ ବିଜୁ ଜନତା ଦଳ (ବିଜେଡି) । ମମିତା ମେହେର ଘଟଣାରେ ସାମ୍ବାଦିକ ସମ୍ମିଳନୀ କରି ଦଳ ପକ୍ଷରୁ ଉପ-ସଭାପତି ତଥା ବିଧାୟିକା ପ୍ରମିଳା ମଲ୍ଲିକ ଦଳର ପକ୍ଷ ରଖିବା ସହ ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ରଙ୍କ ସମର୍ଥନରେ ଦଳ ଓକିଲାତି କରିଛି ।

ମମିତାଙ୍କ ପରିବାରକୁ ସମବେଦନା, କ୍ୟାପଟେନଙ୍କୁ କ୍ଲିନଚିଟ ଦେଲା ବିଜେଡି !

ପ୍ରେସମିଟ କରି ପ୍ରମିଳା କହିଛନ୍ତି ମମିତାଙ୍କ ମୃତ୍ୟୁ ସମାଜର ଓ ପରିବାରର କ୍ଷତି ହୋଇଛି । ଆମେ ସମବେଦନା ଜଣାଉଛୁ । ମାମଲାର ତଦନ୍ତ ଜାତୀୟ ତଦନ୍ତକାରୀ ସଂସ୍ଥାରେ କାମ କରିଥିବା ଜଣେ ଅଧିକାରୀଙ୍କୁ ତଦନ୍ତ ପାଇଁ ଦାୟିତ୍ବ ଦିଆଯାଇଛି । ଅଭିଯୁକ୍ତ ନିଶ୍ଚୟ ଦଣ୍ଡ ପାଇବେ । ଅନ୍ୟ ଯେଉଁମାନେ ବି ସମ୍ପୃକ୍ତ ସେମାନେ ବି ଦଣ୍ଡ ପାଇବେ । ଉକ୍ତ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀ, ଶିକ୍ଷକ କାମ କରୁଛନ୍ତି । ସେମାନଙ୍କୁ ବଦନାମ କରା ନଯାଉ । ଅନ୍ୟମାନେ ବି ସେଠାରେ ଅଛନ୍ତି । ଛାତ୍ରଛାତ୍ରୀ ଭଲ ପାଠ ପଢନ୍ତୁ । ଅନୁଷ୍ଠାନ ଅଛି ମାନେ ମନ୍ତ୍ରୀ, ନେତା ଯିବେ । ଯଦି କିଏ ଫଟୋ ଉଠାଇଲା, ତାଙ୍କୁ ଦୋଷୀ ସଜାଇବା ଠିକ ନୁହେଁ ।

ସେହିପରି ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ରଙ୍କ ସପକ୍ଷରେ ଯୁକ୍ତି ବାଢି ପ୍ରମିଳା କହିଛନ୍ତି ମନ୍ତ୍ରୀ ଆର୍ଥିକ ଅନୁଦାନ ଦେଇ ଦେଲେ ଦୋଷୀ ହେବେନାହିଁ । ମନ୍ତ୍ରୀ ସେଠାକୁ ଯାଉଥିଲେ କି ନାହିଁ, ତାହା ତଦନ୍ତ ପରେ ଜଣାପଡିବ । ଯଦି ଫଟୋ ଉଠାଇ ଦେଲେ ଦୋଷୀ ହେବେ ତାହା ହେଲେ ବିଜେପିର ବହୁ ନେତାଙ୍କ ଫଟୋ ଅପରାଧୀଙ୍କ ସହ ରହିଛି ବୋଲି ପ୍ରମିଳା କହିଛନ୍ତି ।

ସେହିଭଳି ବିଜେପିକୁ ସମାଲୋଚନା କରି ପ୍ରମିଳା କହିଛନ୍ତି ବିଜେପି ବିଧାୟକ ମୋହନ ମାଝୀଙ୍କ ବି ଅନେକ ନେତାଙ୍କ ସହ ଫଟୋ ଅଛି । ଉତ୍ତର ପ୍ରଦେଶରେ କେନ୍ଦ୍ର ଗୃହରାଷ୍ଟ୍ରମନ୍ତ୍ରୀଙ୍କ ନାଁ ଚର୍ଚ୍ଚା ହେଲା । ସେଠି କାହିଁ ବିଜେପି ନେତା ସିବିଆଇ ତଦନ୍ତ ପାଇଁ ଦାବି କଲେନି ? ଆମର ନ୍ୟାୟ ପାଳିକା ଓ ପୋଲିସ ଉପରେ ଭରସା ଅଛି । ବିଜେପି ଶସ୍ତା ରାଜନୀତି କରୁଛି । ମମିତା ନ୍ୟାୟ ପାଇବା ଦରକାର । ଅଭିଯୁକ୍ତକୁ ତୁରନ୍ତ ଗିରଫ କରାଯାଇଛି । ଅନ୍ୟମାନେ ସମ୍ପୃକ୍ତ ଥିଲେ ଗିରଫ ହେବେ ବୋଲି ପ୍ରମିଳା କହିଛନ୍ତି । ଏହାସହ ଆର୍ଥିକ ଅନୁଦାନ ନେଇ ପ୍ରମିଳା କହିଛନ୍ତି ବିଧାୟକ, ମନ୍ତ୍ରୀମାନେ ଆର୍ଥିକ ଅନୁଦାନ ଦେଇପାରିବେ । ପୋଲିସ ସବୁ ବେଳେ ନିରପେକ୍ଷ ଭାବେ କାମ କରୁଛି ।

ଏହାବାଦ ବିରୋଧୀଙ୍କ ଅଭିଯୋଗକୁ ନେଇ ପ୍ରମିଳା କହିଛନ୍ତି ରାଜ୍ୟରେ କୌଣସି ନାରୀ ନିର୍ଯାତନା ମାମଲା ଲୁଚାଇ ରଖା ଯାଉନାହିଁ । ପୋଲିସ ଉପରେ ଅଧିକ ଭରସା ବୋଲି ଅଭିଯୋଗ ଆସିଲେ ନାରୀ ନିର୍ଯ୍ୟାତନା ମାମଲା ରୁଜୁ କରାଯାଉଛି । ମହିଳା ନିର୍ଯ୍ୟାତନା ଘଟଣାରେ ଯେଉଁ ଅଧିକାରୀ ତଦନ୍ତ କଲେ ମଧ୍ୟ ସେହି ଅଧିକାରୀ ପ୍ରଭାବିତ ହେବେ ନାହିଁ । ଯଦି ମନ୍ତ୍ରୀଙ୍କ ସଂପୃକ୍ତି ଥିବ ସେ ମଧ୍ୟ ଗିରଫ ହେବେ ଦଣ୍ଡ ପାଇବେ । ମନ୍ତ୍ରୀ ଇସ୍ତଫା ଦେଇ ଦେଲେ କଣ ନ୍ୟାୟ ମିଳି ଯିବ କି ? ତଦନ୍ତ ବନ୍ଦ ହେବ କି ? ସବୁ ଶେଷ ହୋଇ ଯିବକି ବୋଲି ପ୍ରମିଳା ଓଲଟା ପ୍ରଶ୍ନ କରିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.