ଭୁବନେଶ୍ବର: ମହାଲିଙ୍ଗ ସ୍କୁଲ ଶିକ୍ଷୟତ୍ରୀ ମମିତା ମେହେର ହତ୍ୟାକାଣ୍ଡକୁ ନେଇ ସାରା ରାଜ୍ୟରେ ଉଭୟ ବିଜେପି ଓ କଂଗ୍ରେସର ଜାରି ରହିଛି ବିକ୍ଷୋଭ । ଖାଲି ରାଜନୈତିକ ଦଳ ନୁହଁନ୍ତି ମମିତାଙ୍କୁ ନ୍ୟାୟ ଦେବା ପାଇଁ ଆଜି ମୈଦାନକୁ ଆସିଛନ୍ତି ରାଜ୍ୟ କିନ୍ନର ସଂଘ ।
ମନ୍ତ୍ରୀଙ୍କ ଇସ୍ତଫା ଦାବି କରି କିନ୍ନର ମାନେ ଆଜି ରାଜରାସ୍ତାରେ ଆନ୍ଦୋଳନ କରିବା ସହ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରିଥିଲେ । ଏହାସହ ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରିଥିଲେ । କିନ୍ନର ସଂଘ ଅଭିଯୋଗ କରିଛି ଯେ ରାଜ୍ୟରେ ମହିଳା ଅସୁରକ୍ଷିତ, ତାଙ୍କୁ ସୁରକ୍ଷା ଦେବାରେ ସରକାର ବିଫଳ । ଯଦି ସରକାର ଉଚ୍ଚିତ ପଦକ୍ଷେପ ନେବେ ନାହିଁ ତେବେ ଆଗାମୀ ଦିନରେ କିନ୍ନର ସମାଜ ରାଜରାସ୍ତାରେ ଉଚିତ ଜବାବ ଦେବ ବୋଲି ଧମକ ଦେଇଥିଲେ ।
ଏହି ଆନ୍ଦୋଳନରେ କିନ୍ନର ସମାଜ ସଂଘର ବହୁ ସଦସ୍ୟ ସାମିଲ ହୋଇଥିଲେ ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ