ETV Bharat / city

ମମିତାଙ୍କ ପରିବାରକୁ 2 କୋଟି ସହାୟତା ରାଶି ଦାବି କଲେ ବିରୋଧୀ ଦଳ ନେତା

author img

By

Published : Oct 22, 2021, 5:09 PM IST

ମମିତା ମେହେରଙ୍କ ପରିବାରକୁ ଅମନୁକମ୍ପା ଅର୍ଥ ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଟ୍ବିଟ କରି ଦାବି ଜଣାଇଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ । ଅଧିକ ପଢନ୍ତୁ...

ମମିତାଙ୍କ ହତ୍ୟାକାଣ୍ଡ: 2 କୋଟି ସହାୟତା ଅର୍ଥ ଦାବି କଲେ ବିରୋଧୀ ଦଳ ନେତା

ଭୁବନେଶ୍ବର: ମହାଲିଙ୍ଗ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେରାଙ୍କ ହତ୍ୟାକାଣ୍ଡକୁ ନେଇ ଉଠୁଛି ପଡୁଛି ରାଜ୍ୟ ରାଜନୀତି । ମୃତା ମମିତା ମେହେରଙ୍କ ପରିବାରକୁ ନ୍ୟାୟ ଦାବିରେ ରାସ୍ତାକୁ ଓହ୍ଲାଇଛନ୍ତି ବିରୋଧୀ । ଘଟଣାରେ ରାଜ୍ୟ ସରକାରଙ୍କ ମନ୍ତ୍ରୀ କ୍ୟାପ୍ଟେନ ଦିବ୍ୟ ଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ନେଇ ଅଭିଯୋଗ କରି ପୀଡିତାଙ୍କ ପରିବାର ଉପରେ ଚାପ ପକାଯାଉଥିବା ଦାବି ହେଉଛି । ଏହାରି ମଧ୍ୟରେ ମମିତା ମେହେରଙ୍କ ପରିବାରକୁ ଅମନୁକମ୍ପା ଅର୍ଥ ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଟ୍ବିଟ କରି ଦାବି ଜଣାଇଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ।

  • ପୀଡ଼ିତା ମମିତା ମେହେର ଙ୍କ ପରିବାର ର ଜଣକୁ ସରକାରୀ ଚାକିରୀ ଦେବା ସହ ୨ କୋଟି ଟଙ୍କା ର ଅନୁକମ୍ପା ରାଶି ପରିବାର ବର୍ଗ ଙ୍କୁ ପ୍ରଦାନ କରିବା ପାଇଁ ଏବଂ ଅସୁରକ୍ଷିତ ଭାବେ ରହିଥିବା ତାଙ୍କ ପରିବାର ବୃନ୍ଦ ଙ୍କୁ ତୁରନ୍ତ ସୁରକ୍ଷା ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ @Naveen_Odisha ଙ୍କ ପାଖରେ ଦାବି ଜଣାଉଛି ।#JusticeForMamita

    — Pradipta Kumar Naik (@pradiptanaikbjp) October 22, 2021 " class="align-text-top noRightClick twitterSection" data=" ">

ପୀଡ଼ିତା ମମିତା ମେହେର ଙ୍କ ପରିବାର ର ଜଣକୁ ସରକାରୀ ଚାକିରୀ ଦେବା ସହ ୨ କୋଟି ଟଙ୍କା ର ଅନୁକମ୍ପା ରାଶି ପରିବାର ବର୍ଗ ଙ୍କୁ ପ୍ରଦାନ କରିବା ପାଇଁ ଏବଂ ଅସୁରକ୍ଷିତ ଭାବେ ରହିଥିବା ତାଙ୍କ ପରିବାର ବୃନ୍ଦ ଙ୍କୁ ତୁରନ୍ତ ସୁରକ୍ଷା ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ @Naveen_Odisha ଙ୍କ ପାଖରେ ଦାବି ଜଣାଉଛି ।#JusticeForMamita

— Pradipta Kumar Naik (@pradiptanaikbjp) October 22, 2021

ପ୍ରଦୀପ୍ତ ନାୟକ ଟ୍ବିଟ କରି କହିଛନ୍ତି, ପୀଡ଼ିତା ମମିତା ମେହେରଙ୍କ ପରିବାରର ଜଣକୁ ସରକାରୀ ଚାକିରୀ ଦେବା ସହ ୨ କୋଟି ଟଙ୍କାର ଅନୁକମ୍ପା ରାଶି ପରିବାର ବର୍ଗଙ୍କୁ ପ୍ରଦାନ ଏବଂ ଅସୁରକ୍ଷିତ ଭାବେ ରହିଥିବା ତାଙ୍କ ପରିବାର ବୃନ୍ଦଙ୍କୁ ତୁରନ୍ତ ସୁରକ୍ଷା ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଦାବି ଜଣାଉଛି ।

ସେହିପରି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ଗୁମର ଫିଟୁଥିବାବେଳେ ମନ୍ତ୍ରୀ ଦିବ୍ୟ ଶଙ୍କରଙ୍କ ସମ୍ପୃକ୍ତି ଉପରେ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ଦଳ ନେତା । ଗୋବିନ୍ଦ ମମିତାଙ୍କୁ ହତ୍ୟା କରିବା ପରେ ଜଣଙ୍କୁ ଫୋନ କରିଥିବା କୁହାଯାଉଛି । ତେବେ ସେହି ପ୍ରଭାବଶାଳୀ ବ୍ୟକ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ନୁହନ୍ତି ତ ବୋଲି ପ୍ରଶ୍ନ କରିଛନ୍ତି ପ୍ରଦୀପ୍ତ । ଏଣୁ ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଫୋନ କଲ ତଥ୍ୟ ଏବଂ ଗୋବିନ୍ଦ ସାହୁର ଆଖପାଖ ଲୋକ ଏବଂ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ଆଖପାଖ ଲୋକଙ୍କ ଫୋନ କଲ୍ ତଥ୍ୟକୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରି ଲୋକଲୋଚନକୁ ଅଣାଯିବା ଦରକାର ବୋଲି ପ୍ରଦୀପ୍ତ କରିଛନ୍ତି ।

ଭୁବନେଶ୍ବର: ମହାଲିଙ୍ଗ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେରାଙ୍କ ହତ୍ୟାକାଣ୍ଡକୁ ନେଇ ଉଠୁଛି ପଡୁଛି ରାଜ୍ୟ ରାଜନୀତି । ମୃତା ମମିତା ମେହେରଙ୍କ ପରିବାରକୁ ନ୍ୟାୟ ଦାବିରେ ରାସ୍ତାକୁ ଓହ୍ଲାଇଛନ୍ତି ବିରୋଧୀ । ଘଟଣାରେ ରାଜ୍ୟ ସରକାରଙ୍କ ମନ୍ତ୍ରୀ କ୍ୟାପ୍ଟେନ ଦିବ୍ୟ ଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ନେଇ ଅଭିଯୋଗ କରି ପୀଡିତାଙ୍କ ପରିବାର ଉପରେ ଚାପ ପକାଯାଉଥିବା ଦାବି ହେଉଛି । ଏହାରି ମଧ୍ୟରେ ମମିତା ମେହେରଙ୍କ ପରିବାରକୁ ଅମନୁକମ୍ପା ଅର୍ଥ ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଟ୍ବିଟ କରି ଦାବି ଜଣାଇଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ।

  • ପୀଡ଼ିତା ମମିତା ମେହେର ଙ୍କ ପରିବାର ର ଜଣକୁ ସରକାରୀ ଚାକିରୀ ଦେବା ସହ ୨ କୋଟି ଟଙ୍କା ର ଅନୁକମ୍ପା ରାଶି ପରିବାର ବର୍ଗ ଙ୍କୁ ପ୍ରଦାନ କରିବା ପାଇଁ ଏବଂ ଅସୁରକ୍ଷିତ ଭାବେ ରହିଥିବା ତାଙ୍କ ପରିବାର ବୃନ୍ଦ ଙ୍କୁ ତୁରନ୍ତ ସୁରକ୍ଷା ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ @Naveen_Odisha ଙ୍କ ପାଖରେ ଦାବି ଜଣାଉଛି ।#JusticeForMamita

    — Pradipta Kumar Naik (@pradiptanaikbjp) October 22, 2021 " class="align-text-top noRightClick twitterSection" data=" ">

ପ୍ରଦୀପ୍ତ ନାୟକ ଟ୍ବିଟ କରି କହିଛନ୍ତି, ପୀଡ଼ିତା ମମିତା ମେହେରଙ୍କ ପରିବାରର ଜଣକୁ ସରକାରୀ ଚାକିରୀ ଦେବା ସହ ୨ କୋଟି ଟଙ୍କାର ଅନୁକମ୍ପା ରାଶି ପରିବାର ବର୍ଗଙ୍କୁ ପ୍ରଦାନ ଏବଂ ଅସୁରକ୍ଷିତ ଭାବେ ରହିଥିବା ତାଙ୍କ ପରିବାର ବୃନ୍ଦଙ୍କୁ ତୁରନ୍ତ ସୁରକ୍ଷା ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଦାବି ଜଣାଉଛି ।

ସେହିପରି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ଗୁମର ଫିଟୁଥିବାବେଳେ ମନ୍ତ୍ରୀ ଦିବ୍ୟ ଶଙ୍କରଙ୍କ ସମ୍ପୃକ୍ତି ଉପରେ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ଦଳ ନେତା । ଗୋବିନ୍ଦ ମମିତାଙ୍କୁ ହତ୍ୟା କରିବା ପରେ ଜଣଙ୍କୁ ଫୋନ କରିଥିବା କୁହାଯାଉଛି । ତେବେ ସେହି ପ୍ରଭାବଶାଳୀ ବ୍ୟକ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ନୁହନ୍ତି ତ ବୋଲି ପ୍ରଶ୍ନ କରିଛନ୍ତି ପ୍ରଦୀପ୍ତ । ଏଣୁ ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଫୋନ କଲ ତଥ୍ୟ ଏବଂ ଗୋବିନ୍ଦ ସାହୁର ଆଖପାଖ ଲୋକ ଏବଂ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ଆଖପାଖ ଲୋକଙ୍କ ଫୋନ କଲ୍ ତଥ୍ୟକୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରି ଲୋକଲୋଚନକୁ ଅଣାଯିବା ଦରକାର ବୋଲି ପ୍ରଦୀପ୍ତ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.