ETV Bharat / city

ବୈଠକରେ ଏକାଠି ମମତା-ଶାହା

ଏକାଠି ବସିଲେ ମମତା ଓ ଶାହା। ପୂର୍ବାଞ୍ଚଳ ରାଜ୍ୟ ପରିଷଦ ବୈଠକରେ ଉଭୟଙ୍କୁ ଗୋଟିଏ ସ୍ଥାନରେ ଦେଖିବାକୁ ମିଳିଛି । ଯାହାକୁ ନେଇ ଲାଗି ରହିଛି ଚର୍ଚ୍ଚା । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

author img

By

Published : Feb 28, 2020, 12:56 PM IST

Mamata and Shah together
ଏକାଠି ମମତା ଓ ଶାହା; ଚର୍ଚ୍ଚାରେ ବୈଠକ

ଭୁବନେଶ୍ବର: ଚର୍ଚ୍ଚାରେ ପୂର୍ବାଞ୍ଚଳ ରାଜ୍ୟ ପରିଷଦ ବୈଠକ । ଏଥର ବୈଠକରେ ଦେଖିବାକୁ ମିଳିଛି ଭିନ୍ନ ଦୃଶ୍ୟ । ପରସ୍ପର ସରକାରକୁ କଟୁ ସମାଲୋଚନା କରୁଥିବା ଦୁଇ ବିରୋଧୀଙ୍କୁ ଗୋଟିଏ ସ୍ଥାନରେ ଦେଖିବାକୁ ମିଳିଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା ରାଜଧାନୀରେ ଆୟୋଜିତ ହେଉଥିବା ପୂର୍ବାଞ୍ଚଳ ରାଜ୍ୟ ପରିଷଦ ବୈଠକରେ ଉଭୟଙ୍କୁ ଏକାଠି ଦେଖିବାକୁ ମିଳିଛି । ଯାହା ସମସ୍ତଙ୍କୁ ଚକିତ କରିଛି । କେବଳ ସେତିକି ନୁହେଁ ଶାହା-ନବୀନଙ୍କ ସହ ମମତା ଏକାଠି ଲଞ୍ଚ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି ।

ଅନ୍ୟପକ୍ଷରେ ପୂର୍ବରୁ CAA,NRC, NPR କୁ ବିରୋଧ କରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା ମମତା ଏବେ ନୀରବ । ଦିଲ୍ଲୀ ଦଙ୍ଗା ଘଟଣାରେ ମୁହଁ ଖୋଲୁ ନାହାନ୍ତି ଦିଦି । ଏପରିକି 4 ଦିନ ଓଡ଼ିଶାରେ ରହିଥିଲେ ବି ନିଜକୁ ଗଣମାଧ୍ୟମ ଠାରୁ ନିଜକୁ ଯଥେଷ୍ଟ ଦୂରେଇ ରଖିଛନ୍ତି ମମତା । ତେବେ ଦୁହିଁଙ୍କୁ ଗୋଟିଏ ସ୍ଥାନରେ ଦେଖି ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.