ଭୁବନେଶ୍ବର: ଚିଲିକା ନିକଟ ରାଜହଂସରେ ଲାଗିଥିବା ମାଲେସୀୟ ଜାହାଜରୁ ଆଜିଠାରୁ ଆରମ୍ଭ ହେବ ତେଲ କଢିବା ପ୍ରକ୍ରିୟା । ଏନେଇ ସୂଚନା ଦେଇଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ତେଲ କଢାଯିବା ପରେ ଜାହାଜକୁ ସ୍ଥାନାନ୍ତର କରାଯିବ ।
ଜାହଜର ମାଲିକଙ୍କୁ ଟ୍ରେସ କରାଯିବ ଓ ଦୁଇ ତିନି ଦିନ ତେଲ ବାହାର କରି ପଠାଯିବ । ଏ ପର୍ଯ୍ୟନ୍ତ କୈଣସି ପ୍ରକାର ସମସ୍ୟା ସୃଷ୍ଟି ହୋଇନାହିଁ । ତେଲ କାଢିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ୩ରୁ ୪ ଦିନ ମଧ୍ୟରେ ସମସ୍ତ ପ୍ରକ୍ରିୟା ଶେଷ ହେବ । ଏନେଇ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରସିଡ୍ୟୁଓର ଅନୁସାରେ କାମ କରାଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି । ଏହା ଉପରେ ଡିପାର୍ଟମେଣ୍ଟ ଟିମ୍ ନଜର ରଖିଥିବା କହିଛନ୍ତି ମନ୍ତ୍ରୀ । ଏଜେଣ୍ଟଙ୍କୁ ଟ୍ରେସଆଉଟ୍ କରିବାରେ ବିଳମ୍ବ ହୋଇଥିବା କଥା ମଧ୍ୟ କହିଛନ୍ତି ମନ୍ତ୍ରୀ ପଦ୍ମନାଭ ବେହେରା ।
ଉଲ୍ଲେଖଯୋଗ୍ୟ ଏହି ପଣ୍ୟବାହୀ ଜାହାଜଟି ବାଂଲାଦେଶରୁ ଫେରିବାବେଳେ ପ୍ରତିକୂଳ ପାଗ ଯୋଗୁ ଭୁଲବଶତଃ ଚିଲିକା ଉପକୂଳକୁ ଚାଲିଆସିଥିଲା । ଦୀର୍ଘ ଦିନ ଧରି ପଡି ରହିଥିବାରୁ ଜାହାଜରୁ ତେଲ ଲିକ୍ ହେବାର ଆଶଙ୍କା ଦେଖାଦେଇଛି । ଚିଲିକା ମୁହାଣର ରାଜହଂସ ନିକଟରେ ଅଟକି ଥିବା ଏହି ଜାହାଜରେ ୩୦ ହଜାର ଲିଟର ତେଲ ରହିଛି ।
ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ