ETV Bharat / city

ଅନିଶ୍ଚିତତା ଭିତରେ ମେକ ଇନ ଓଡିଶା କନକ୍ଲେଭ-2020 - ମହାମାରୀରେ ମେକ ଇନ ଓଡିଶା

କୋରୋନା ମହାମାରୀ ସମୟରେ କିପରି ହେବ ମେକ ଇନ ଓଡିଶା କନକ୍ଲେଭ ? ଆସନ୍ତା ନଭେମ୍ବର ମାସରେ ହେବାକୁ ଥିବା ଏହି ମେଗା ଇଭେଣ୍ଟ ନେଇ ଏବେ ଚିନ୍ତାରେ ପଡିଛନ୍ତି ରାଜ୍ୟ ସରକାର । ଅଧିକ ପଢନ୍ତୁ...

make in odisha conclave 2020, make in odisha conclave, make in odisha amid pandemic, bhubaneswar latest news, ମେକ ଇନ ଓଡିଶା କନକ୍ଲେଭ 2020, ମେକ ଇନ ଓଡିଶା କନକ୍ଲେଭ, ମହାମାରୀରେ ମେକ ଇନ ଓଡିଶା, ଭୁବନେଶ୍ବର ଲାଟେଷ୍ଟ ନ୍ୟୁଜ୍‌
ଅନିଶ୍ଚିତତା ଭିତରେ ମେକ ଇନ ଓଡିଶା କନକ୍ଲେଭ-2020
author img

By

Published : Aug 18, 2020, 1:45 PM IST

ଭୁବନେଶ୍ବର: କୋରୋନା ମହାମାରୀ ସମୟରେ କିପରି ହେବ ମେକ ଇନ ଓଡିଶା କନକ୍ଲେଭ ? ଆସନ୍ତା ନଭେମ୍ବର ମାସରେ ହେବାକୁ ଥିବା ଏହି ମେଗା ଇଭେଣ୍ଟ ନେଇ ଏବେ ଚିନ୍ତାରେ ପଡିଛନ୍ତି ରାଜ୍ୟ ସରକାର । ଶିଳ୍ପ ବିଭାଗ ଏହାର ନୋଡାଲ ଏଜେନ୍ସି ରହିଛି । ଏବେ ଯାଏଁ ଆମ ରାଜ୍ୟରେ 12 ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ ମଧ୍ୟ ହୋଇଛି । ଓଡିଶାକୁ ପୁଞ୍ଜି ନିବେଶକାରୀମାନେ ଶିଳ୍ପାୟନର ରାଜ୍ୟ ହିସାବରେ ଗ୍ରହଣ କରିଛନ୍ତି । ସେଭଳି ବାତାବରଣ ଇକୋ ସିଷ୍ଟମ, ଇଣ୍ଡଷ୍ଟ୍ରିଆଲ ଡେଭଲପମେଣ୍ଟ ଓ ଇନଫ୍ରାଷ୍ଟକଚରକୁ ବଢାଇବାରେ ଓଡିଶା ସମର୍ଥ ହୋଇଛି ।

ଅନିଶ୍ଚିତତା ଭିତରେ ମେକ ଇନ ଓଡିଶା କନକ୍ଲେଭ-2020

ସେପଟେ ସି-ପୋର୍ଟ ତା’ ସହିତ କୋଷ୍ଟାଲ ଡେଭଲପମେଣ୍ଟ ଓ ମାଇନିଂ ଓ ମିନେରାଲ ଭଳି ସବୁ କ୍ଷେତ୍ରରେ ପୁଞ୍ଜି ନିବେଶ ହୋଇଛି । ସବୁଠୁ ଗୁରୁତ୍ବପୂର୍ଣ୍ଣ 6ଟି ଫୋକସ ସେକ୍ଟର ଯଥା ପେଟ୍ରୋକେମିକାଲ, କେମିକାଲ ମାଇନ୍ସ, ମିନେରାଲ ଆଇରନ ଷ୍ଟିଲ ଓ ଆଲୁମିନିୟମ ପରି ଫୁଡ଼ ପ୍ରୋସେସିଂ ଏବଂ ଆଇଟି ଓ ଇଲେକ୍ଟ୍ରୋନିକ୍ସ । ଟ୍ରିଲିୟନ ଡ଼ଲାର ସ୍ବପ୍ନର ମାଧ୍ୟମ ହେବ ଆଇଟି ଓ ଇଲୋକ୍ଟ୍ରୋନିକ୍ସ । ତେବେ ବର୍ତ୍ତମାନ ସମୟରେ ଆମେରିକା ଓ ଚୀନା ମଧ୍ୟରେ ଚାଲିଥିବା ଟ୍ରେଡ ୱାରର ସୁଯୋଗ ନେଇ ରାଜ୍ୟ ଆଇଟି ଓ ଇଲେକ୍ଟ୍ରୋନିକ୍ସକୁ ସୁଦୃଢ଼ କରିବା ପାଇଁ ଚେଷ୍ଟା ଆରମ୍ଭ କରିଛି ।

ଏମିତିରେ 2020 ମେକଇନ ଓଡ଼ିଶା ପାଇଁ ବିଚାର ବିମର୍ଷ ଚାଲିଛି । ଏହାର ପ୍ରସ୍ତୁତି ପାଇଁ ବହୁତଗୁଡିଏ ଅନ୍ତର୍ଜାତୀୟ ଏଜେନ୍ସି ସହ ଡିଜିଟାଲ ପ୍ଲାଟଫର୍ମରେ କଥା ଚାଲିଛି । କୋଭିଡ ପରିସ୍ଥିତି ଓ ଷ୍ଟକ ହୋଲ୍ଡରମାନଙ୍କ ସ୍ଥିତିକୁ ଦେଖି ଉଚିତ ସମୟରେ ନିଷ୍ପତ୍ତି ନେବା ନେଇ ସ୍ପଷ୍ଟ କରିଛନ୍ତି ଆଇଟି ମନ୍ତ୍ରୀ ତୁଷାରକାନ୍ତି ବେହେରା । ସେ ଏହା ମଧ୍ୟ କହିଛନ୍ତି କି ବର୍ତ୍ତମାନ ସ୍ଥିତିରେ ଫିଜିକାଲି ମିଟ ବହୁତ କଠିନ ସମସ୍ୟା । କିଭଳି ଏହା ଆୟୋଜନ କରାଯିବ କିମ୍ବା ସ୍ଥଗିତ କରାଯିବ ସେ ଉପରେ ବିଚାରବିମର୍ଷ ଜାରି ରହିଛି । କିଛି ନହେଲେ ଭର୍ଚୁଆଲ ମାଧ୍ୟମରେ ଇଭେଣ୍ଟ ଆୟୋଜନ କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.