ETV Bharat / city

ପାଖଉଛି ପଞ୍ଚାୟତ ନିର୍ବାଚନ, ରଣନୀତି ଆରମ୍ଭ କଲେଣି ୩ ପ୍ରମୁଖ ଦଳ

ରାଜ୍ୟରେ ବାଜି ସାରିଲାଣି ପଞ୍ଚାୟତ ନିର୍ବାଚନ ନେଇ ବିଗୁଲ । ପଞ୍ଚାୟତ ହତାଇବାକୁ ଆରମ୍ଭ ହୋଇଗଲାଣି ସବୁୁ ଦଳର ପ୍ରସ୍ତୁତି । ୩ ପ୍ରମୁଖ ଦଳ ଆରମ୍ଭ କରିସାରିଛନ୍ତି ତାଙ୍କର ରଣନୀତି । ଅଧିକ ପଢନ୍ତୁ...

ପାଖଉଛି ପଞ୍ଚାୟତ ନିର୍ବାଚନ, ରଣନୀତି ଆରମ୍ଭ କଲେଣି ୩ ପ୍ରମୁଖ ଦଳ
ପାଖଉଛି ପଞ୍ଚାୟତ ନିର୍ବାଚନ, ରଣନୀତି ଆରମ୍ଭ କଲେଣି ୩ ପ୍ରମୁଖ ଦଳ
author img

By

Published : Jul 19, 2021, 10:44 PM IST

ଭୁବନେଶ୍ବର: ରାଜ୍ୟରେ ବାଜି ସାରିଲାଣି ପଞ୍ଚାୟତ ନିର୍ବାଚନ ନେଇ ବିଗୁଲ । ଆନୁଷ୍ଠାନିକ ନହେଲେ ବି ଅଣଆନୁଷ୍ଠାନିକ ଭାବେ ଆରମ୍ଭ ହୋଇ ସାରିଛି କାଉଣ୍ଟଡାଉନ । ନିର୍ବାଚନ ନେଇ ପ୍ରକ୍ରିୟା ଆରମ୍ଭ କରିଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ । ସେପଟେ ବଳ କସିଲେଣି ରାଜ୍ୟର 3 ପ୍ରମୁଖ ରାଜନୈତିକ ଦଳ । ମହିଳା ଭୋଟରଙ୍କୁ ନିଜ ସପକ୍ଷରେ ଆଣିବା ଲାଗି ଗୋଟି ଚଲେଇଛନ୍ତି ବିଜେଡି, ବିଜେପି ଓ କଂଗ୍ରେସ । ମିଶନ ଶକ୍ତି ଏସଏଚଜିଙ୍କ ଲାଗି ପ୍ରାୟ 453 କୋଟି ଟଙ୍କାର କୋଭିଡ଼ ସହାୟତା ପ୍ୟାକେଜ ଘୋଷଣା କରିଛି ବିଜେଡି ଶାସିତ ରାଜ୍ୟ ସରକାର । ମହିଳା ଭୋଟରଙ୍କୁ ଆକୃଷ୍ଟ କରି ପଞ୍ଚାୟତ ନିର୍ବାଚନ ହାତେଇବା ଲାଗି ବିଜେଡିର ଏହି ରାଜନୈତିକ ମହତ୍ତ୍ବକାଂକ୍ଷୀକୁ ବାରିଛି ବିଜେପି । ସେପଟେ ଦରଦାମ ବୃଦ୍ଧି, ମହିଳାଙ୍କ ସମସ୍ୟାକୁ ପ୍ରସଙ୍ଗକୁ ନିର୍ବାଚନୀ ଏଜେଣ୍ଡା କରିବାକୁ ପ୍ରସ୍ତୁତ ମହିଳା କଂଗ୍ରେସ ।

ପାଖଉଛି ପଞ୍ଚାୟତ ନିର୍ବାଚନ, ରଣନୀତି ଆରମ୍ଭ କଲେଣି ୩ ପ୍ରମୁଖ ଦଳ

ମହିଳା ଭୋଟର ଗେମ ଚେଞ୍ଜର !

କାହିଁକି ମହିଳା ଭୋଟରଙ୍କ ଉପରେ ଫୋକସ କରୁଛନ୍ତି 3 ପ୍ରମୁଖ ରାଜନୈତିକ ଦଳ ? କାହିଁକି ନା କ୍ରମାଗତ ଭାବେ ଗତ ନିର୍ବାଚନମାନଙ୍କରେ ଗେମ ଚେଞ୍ଜର ହୋଇଛନ୍ତି ମହିଳା ଭୋଟର । ପଞ୍ଚାୟତ ନିର୍ବାଚନରେ 853 ଜିଲ୍ଲା ପରିଷଦ, 6802 ସରପଞ୍ଚ, 6801 ପଞ୍ଚାୟତ ସମିତି, 92052 ୱାର୍ଡ ମେମ୍ବର ପଦ ଲାଗି ନିର୍ବାଚନ ହେବ । ଗୁରୁତ୍ବପୂର୍ଣ୍ଣ କଥା ହେଉଛି ସବୁ ପଦର ଅଧା ଅର୍ଥାତ 50 ପ୍ରତିଶତ ମହିଳାଙ୍କ ଲାଗି ସଂରକ୍ଷିତ ହୋଇଛି । 2021 ଜନଗଣନା ଅନୁସାରେ ରାଜ୍ୟରେ 2 କୋଟି 33 ଲକ୍ଷ ମହିଳା ଅଛନ୍ତି । ରାଜ୍ୟ ନିର୍ବାଚନ ଆୟୋଗଙ୍କ ତଥ୍ୟ ଅନୁସାରେ 2019 ସୁଦ୍ଧା 1,39,87,183 ମହିଳା ଭୋଟର ପଞ୍ଜିକୃତ ଅଛନ୍ତି । ସେମାନଙ୍କ ମଧ୍ୟରୁ 1,04,37,534 ମହିଳା 2019 ନିର୍ବାଚନରେ ମତଦାନ କରିଥିଲେ । ମହିଳାଙ୍କ ଭୋଟିଂ ପ୍ରତିଶତ 74.98 ଥିଲା । ମହିଳାଙ୍କ ତୁଳନାରେ ପୁରୁଷଙ୍କ ଭୋଟିଂ ପ୍ରତିଶତ କମ ରହିଥିଲା । ପୁରୁଷ ଭୋଟରଙ୍କ ସଂଖ୍ୟା 1,51,64,146 ଥିବାବେଳେ ଭୋଟ ଦେଇଥିଲେ 1,09,98,963 । ପୁରୁଷ ଭୋଟିଂ ପ୍ରତିଶତ 71 ପ୍ରତିଶତ ରହିଥିଲା ।

ବିଜେଡିର ବଳ, ମିଶନ ଶକ୍ତି ଦଳ

ବିଜେଡି ଶାସିତ ଓଡ଼ିଶା ସରକାରଙ୍କର ମିଶନ ଶକ୍ତି SHG ଏକ ବଡ଼ ଭୋଟ ବ୍ୟାଙ୍କ । ଏଥିରେ କାହାର ସନ୍ଦେହ ନାହିଁ । କାହିଁକି ନା ମିଶନ ଶକ୍ତି ସ୍ବୟଂ ସହାୟକ ଗୋଷ୍ଠୀରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ 70 ଲକ୍ଷରୁ ଅଧିକ ମହିଳା ଓ ଯୁବତୀ ସାମିଲ ଅଛନ୍ତି । ଆଉ ଏହି ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ଜରିଆରେ ପଞ୍ଚାୟତ ନିର୍ବାଚନ ଦଖଲ କରିବାକୁ ଯୋଜନା କରିଛି ବିଜେଡି । ଏ କଥା ବି କାହାକୁ ଅଛପା ନାହିଁ । କିଛିଦିନ ତଳେ ଏହି ମିଶନ ଶକ୍ତି ଗୋଷ୍ଠୀଙ୍କ ଜରିଆରେ ମହିଳା କାର୍ଡ ଖେଳିଛନ୍ତି ରାଜ୍ୟ ସରକାର ।

453 କୋଟି ଟଙ୍କାର କୋଭିଡ଼ ସହାୟତା ପ୍ୟାକେଜ ଘୋଷଣା କରିଛନ୍ତି ସରକାର । 338ଟି ବ୍ଲକ୍‌ସ୍ତରୀୟ ମିଶନ ଶକ୍ତି ମହାସଂଘର ନିଜସ୍ବ ଘର 'ମିଶନ ଶକ୍ତି ଭବନ' ନିର୍ମାଣ ପାଇଁ 50 ଲକ୍ଷ ଟଙ୍କା ଲେଖାଏ 169 କୋଟି ଟଙ୍କା ପ୍ରଦାନ କରାଯାଇଛି । ଏହା ସହିତ ସେମାନଙ୍କୁ ବ୍ୟବସାୟରେ ସହାୟତା ପାଇଁ 84.50 କୋଟି ଟଙ୍କାର ଆବର୍ତ୍ତନ ପାଣ୍ଠି ପ୍ରଦାନ କରାଯାଇଛି । ତା ଛଡା ସ୍ବୟଂ ସହାୟକ ଗୋଷ୍ଠୀ ମାନଙ୍କର ଋଣ ଉପରେ ସୁଧ ଫେରସ୍ତ ପାଇଁ 200 କୋଟି ଟଙ୍କା ପ୍ରଦାନ କରାଯିବ ।

ମହିଳା ଭୋଟର ନିର୍ବାଚନକୁ ବେଶ ପ୍ରଭାବିତ କରନ୍ତି ବୋଲି ଗତ କିଛି ନିର୍ବାଚନକୁ ଅନୁଶୀଳନ କଲେ ଜଣାପଡେ । ତେଣୁ ଏହି ମହିଳା ଭୋଟ ବ୍ୟାଙ୍କକୁ ନିଜ ଦଖଲରେ ରଖିବା ମିଶନ ଶକ୍ତି ଏକ ବଡ଼ ଅସ୍ତ୍ର ହୋଇଛି । ମିଶନ ଶକ୍ତିକୁ ବିଭାଗ ଓ ଏହା ଜରିଆରେ ମହିଳା ଭୋଟରଙ୍କୁ ବାନ୍ଧି ରଖିବା ଲାଗି ବିଜେଡି ଜୋରଦାର ପ୍ରୟାସ କରୁଛି । ତେଣୁ ବ୍ଳକ ସ୍ତରରେ ମିଶନ ଶକ୍ତି କାର୍ଯ୍ୟାଳୟ କରିବା ଲାଗି ନିଷ୍ପତ୍ତି ନିଆଯାଇଛି । ଗତ ସାଧାରଣ ନିର୍ବାଚନରେ ମହିଳାଙ୍କ ମତଦାନ ପ୍ରତିଶତ ପ୍ରାୟ 75 ପ୍ରତିଶତ ଥିଲା । ମିଶନ ଶକ୍ତି ଜରିଆରେ ପ୍ରଭାବିତ କରି ଏହାକୁ 80 ପ୍ରତିଶତ କରିବା ଲକ୍ଷ୍ୟରେ ରହିଛି ବିଜେଡି । ଯଦି ଏହା ସଫଳ ହୁଏ, ତାହାଲେ ଏହା ବିଜେଡି ଲାଗି ବେଶ ସହାୟକ ହେବ ।

ବିଜେପିର ସାହାରା ମହିଳା ବିରୋଧୀ ହିଂସା

ମିଶନ ଶକ୍ତି ନାଁରେ ରାଜ୍ୟ ସରକାର ନିର୍ବାଚନୀ ଥୋପ ଦେଇ ମହିଳା ଭୋଟରଙ୍କୁ ବିଜେଡି ଆକୃଷ୍ଟ କରିଥିବା ବିଜେପି ଅନୁଭବ କରିସାରିଛି । ଏହାକୁ କାଉଣ୍ଟର କରିବା ଲାଗି ନିଜର ମହିଳା ବ୍ରିଗେଡ଼କୁ ଆଣିଛି ବିଜେପି । ମହିଳା କାର୍ଯ୍ୟକାରିଣୀରେ ଏ ନେଇ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରିଛି ଦଳ । 40 ହଜାର ବୁଥ ସ୍ତରକୁ ଯିବ ବିଜେପି । ରାଜ୍ୟରେ ମହିଳାଙ୍କ ସ୍ଥିତି, ପରିସ୍ଥିତି ଓ ଉପସ୍ଥିତିକୁ ନେଇ ଦଳ କାମ କରିବ । କେନ୍ଦ୍ର ସରକାରଙ୍କ ବେଟି ବଚାଓ, ବେଟି ପଢ଼ାଓ, ଉଜ୍ଜ୍ଵଳା ଯୋଜନାର ସଫଳତା ଓ ଅନ୍ୟାନ୍ୟ ମହିଳା ସମ୍ପର୍କିତ ଯୋଜନା ବାବଦରେ ସଚେତନ କରିବ ଦଳ । ରାଜ୍ୟରେ ପୁରୁଷ ସ୍ୱାକ୍ଷରତା ହାର 81 ପ୍ରତିଶତ ଥିବାବେଳେ ମହିଳା ସ୍ବାକ୍ଷରତା ହାର 64 ପ୍ରତିଶତ । ଆଜି ବି ଶହେ ମହିଳାଙ୍କ ମଧ୍ୟରୁ ୩୬ଜଣ ସ୍ବାକ୍ଷର ନୁହଁନ୍ତି ।

21 ବର୍ଷର ଓଡ଼ିଶା ସରକାର ମହିଳା ଶିକ୍ଷା ଓ ଦକ୍ଷତା ବୃଦ୍ଧିକୁ ନେଇ କୌଣସି ଆଖିଦୃଶିଆ କାର୍ଯ୍ୟ ହୋଇନଥିବା ଅଭିଯୋଗ କରିଛି । 70 ଲକ୍ଷ ସଦସ୍ୟ ବିଶିଷ୍ଟ ‘ମିଶନ ଶକ୍ତି’ ମହିଳାଙ୍କୁ ସାମାଜିକ, ଅର୍ଥନୈତିକ ସ୍ତରରେ ସ୍ବାବଲମ୍ବୀ କରିବାରେ ଉଦ୍ୟମ କରାଯାଉ । ଭୋଟବ୍ୟାଙ୍କ ପରି ନଦେଖି ଗୋଷ୍ଠୀର ଉତ୍ପାଦିତ ସାମଗ୍ରୀକୁ ବଜାର ଯୋଗାଇଦେବା ଦାବି କରିଛି ବିଜେପି । ଏହା ସହ ମହିଳା ବିରୋଧୀ ହିଂସା, ମହିଳା ଶ୍ରମିକଙ୍କ ସମସ୍ୟା, ମହିଳା ପୋଲିସ ଓ ପ୍ରଶାସନିକ ଅଧିକାରୀଙ୍କ ଅଭାବକୁ ଏଜେଣ୍ଡା କରିବ ବିଜେପି ।

ଇନ୍ଧନ ଓ ଦରଦାମ ବୃଦ୍ଧି କଂଗ୍ରେସ କରିବ ବନ୍ଦୀ ୨୦୧୭ ଫେବୃଆରୀ ମାସରେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ନିର୍ବାଚନରେ ବିଜେଡି 1 ନମ୍ବର ଦଳ ଥିବାବେଳେ କଂଗ୍ରେସକୁ ପଛକୁ ଖସେଇ 2 ନମ୍ବର ଦଳ ହୋଇଥିଲା ବିଜେପି । କଂଗ୍ରେସ ନିଜର ସ୍ଥିତିରେ ଉନ୍ନତି ଆଣିବା ପାଇଁ ଆପ୍ରାଣ ଉଦ୍ୟମ କରିବ । ନିର୍ବାଚନ ପ୍ରସ୍ତୁତିରେ ଟିକେ ପଛରେ ପଡିଥିବା ପରି ଲାଗୁଥିବା କଂଗ୍ରେସ ଇନ୍ଧନ ଓ ଦରଦାମ ବୃଦ୍ଧିକୁ ପ୍ରସଙ୍ଗ କରିବ । ଗରିବଙ୍କୁ ଘର ଯୋଗାଇବା ଓ ଦରଦାମ ବୃଦ୍ଧି ନିୟନ୍ତ୍ରଣ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଫଳ ହୋଇଥିବା ନେଇ ସଚେତନ କରିବ କଂଗ୍ରେସ । ଏହା ସହ ଉଭୟ ସରକାରଙ୍କ ଦ୍ୱାରା ଅବହେଳାର ଶିକାର ମହିଳା ଓ ଯୁବ ବର୍ଗଙ୍କୁ କଂଗ୍ରେସ ପ୍ରାର୍ଥୀ କରିବ ବୋଲି ଯୋଜନା କରିଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.