ETV Bharat / city

OAS Reshuffle: ଓଏଏସ ସ୍ତରରେ ବଡ଼ଧରଣର ଅଦଳବଦଳ

author img

By

Published : Oct 14, 2022, 7:02 AM IST

ଓଏଏସ ସ୍ତରରେ ବଡ଼ଧରଣର ଅଦଳବଦଳ । 139 ଜଣ ପ୍ରଶାସନିକ ଅଧିକାରୀଙ୍କୁ ବଦଳି କରାଯାଇଛି । ଅଧିକ ପଢନ୍ତୁ

OAS Reshuffle: ଓଏଏସ ସ୍ତରରେ ବଡ଼ଧରଣର ଅଦଳବଦଳ
OAS Reshuffle: ଓଏଏସ ସ୍ତରରେ ବଡ଼ଧରଣର ଅଦଳବଦଳ

ଭୁବନେଶ୍ବର: ରାଜ୍ୟ ସରକାର ଓଡ଼ିଶା ପ୍ରଶାସନିକ ସେବା (OAS) ସ୍ତରରେ ଏକ ବଡ଼ଧରଣର ଅଦଳବଦଳ(Major OAS Reshuffle) କରିଛନ୍ତି । 139 ଜଣ ପ୍ରଶାସନିକ ଅଧିକାରୀଙ୍କୁ ବଦଳି କରାଯାଇଛି । ଗୁରୁବାର ଅପରାହ୍ନ ସୁଦ୍ଧା ସେମାନଙ୍କୁ ରିଲିଭ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ(Revenue and Disaster Management Department) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ଅନୁସାରେ, 139 ଜଣ ଓଏଏସଙ୍କୁ ବଦଳି କରାଯାଇ ସେମାନଙ୍କୁ ତୁରନ୍ତ ନୂତନ ସ୍ଥାନରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ଅଫିସରମାନଙ୍କୁ 14 ତାରିଖ ଅପରାହ୍ନ ସୁଦ୍ଧା ରିଲିଭ କରିବା ପାଇଁ କୁହାଯାଇଛି ।

ଏଥିରେ ଅଧିକାଂଶ ବିଡିଓ ଓ ତହସିଲଦାର ଅଛନ୍ତି । ଜାରି ରହିଥିବା ବିଭିନ୍ନ ଉନ୍ନୟନମୂଳକ ଓ ଶିଳ୍ପ ପ୍ରକଳ୍ପକୁ ତୁରନ୍ତ ସାରିବାକୁ ରାଜ୍ୟ ସରକାର ଗୁରୁତ୍ବ ଦେଉଛନ୍ତି । ତେଣୁ ଜଗତସିଂହପୁର ଜିଲ୍ଲାରେ ଜେଏସଡବ୍ଲ୍ୟୁ ପ୍ରକଳ୍ପ ଓ କୋଷ୍ଟାଲ ହାଇୱେ କାର୍ଯ୍ୟକୁ ତ୍ବରାନ୍ବିତ କରିବା ନିମନ୍ତେ 3 ଜଣ ଜମି ଅଧିଗ୍ରହଣ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଛି । ଭୁବନେଶ୍ବରର ଅତିରିକ୍ତ ତହସିଲଦାର ଥିବା ଚିତ୍ତରଞ୍ଜନ ପିଲାଇଙ୍କୁ ଡେପୁଟି ଜିଲ୍ଲାପାଳ ଭାବେ ଜଗତସିଂହପୁର ବଦଳି କରାଯାଇଛି । ସେହିପରି କୃଷ୍ଣପ୍ରସାଦର ଅତିରିକ୍ତ ତହସିଲଦାର ଶଶୀଭୂଷଣ ମିଶ୍ରଙ୍କୁ ଡେପୁଟି ଜିଲ୍ଲାପାଳ ଓ ଖଲ୍ଲିକୋଟ ସବରେଜିଷ୍ଟ୍ରାର ମହେଶ୍ବର ବେହେରାଙ୍କୁ ଡେପୁଟି ଜିଲ୍ଲାପାଳ ଭାବେ ଜଗତସିଂହପୁର ବଦଳି କରାଯାଇଛି ।

ଏହାମଧ୍ୟ ପଢନ୍ତୁ: ଅଗରତାଲା ରେଳ ଷ୍ଟେସନରୁ ଦୁଇଟି ଟ୍ରେନ୍‌ର ସମ୍ପ୍ରସାରଣ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.