ଭୁବନେଶ୍ବର: ରାଜଧାନୀ ରାସ୍ତାରେ ଆକାଶକୁ ଉଠୁଛି କଳାଧୂଆଁ । ପାହାଳ ନିକଟରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା । ମୋବିଲ ଢାଳି ଯିବାରୁ ଅଗ୍ନିକାଣ୍ଡ ହୋଇଥିବା ଜଣାପଡ଼ିଛି । ନିଆଁକୁ ଲିଭାଇବା ପାଇଁ ଘଟଣା ସ୍ଥଳରେ ଅଗ୍ନିଶମବାହିନୀ ନିୟୋଜିତ ହୋଇଛନ୍ତି ।
ଅଗ୍ନିକାଣ୍ଡ ଯୋଗୁଁ ରାସ୍ତାକଡ଼ରେ କଳାଧୂଆଁ ଉଠିବା ପରେ ଲୋକେ ଆତଙ୍କିତ ହୋଇଛନ୍ତି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । କିଛି ଦିନ ତଳେ ଏକ ଟ୍ରକରୁ ମୋବିଲ ଢାଳି ହୋଇଯାଇଥିବା ବେଳେ ଆଜି କିଏ ଦୁର୍ବୃତ୍ତ ସେଠାରେ ନିଆଁ ଲଗାଇଦେଇଥିବା ସୂଚନା ମିଳିଛି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ