ETV Bharat / city

'ଶିକ୍ଷା ବ୍ୟବସ୍ଥାର ବଡ ଅଭିଭାବକ ହେଉଛି ଶିକ୍ଷା ବିଭାଗ'

author img

By

Published : Feb 18, 2021, 7:04 PM IST

ଭୁବନେଶ୍ୱରେ ଓଡିଶା ଅଭିଭାବକ ମହାସଙ୍ଘର ଏକ ଅଭିଭାବକ ଅଧିବେଶନ ଅନୁଷ୍ଠିତ । ଉଚ୍ଚଶିକ୍ଷା ମନ୍ତ୍ରୀ ଏବଂ ଗଣଶିକ୍ଷା ମନ୍ତ୍ରୀ ଉପସ୍ଥିତ । ଅଧିକ ପଢନ୍ତୁ...

'ଶିକ୍ଷା ବ୍ୟବସ୍ଥାର ବଡ ଅଭିଭାବକ ହେଉଛି ଶିକ୍ଷା ବିଭାଗ'
'ଶିକ୍ଷା ବ୍ୟବସ୍ଥାର ବଡ ଅଭିଭାବକ ହେଉଛି ଶିକ୍ଷା ବିଭାଗ'

ଭୁବନେଶ୍ୱର: ଓଡିଶା ଅଭିଭାବକ ମହାସଙ୍ଘର ଏକ ଅଭିଭାବକ ଅଧିବେଶନ ଅନୁଷ୍ଠିତ ହୋଇଛି । କୋରୋନା ଲକ ଡାଉନ ସମୟରେ ଅଭିଭାବକମାନେ ଅନେକ ଅଭିଜ୍ଞତା ପାଇଛନ୍ତି । ଏଥିପାଇଁ ଅଭିଭାବକଙ୍କୁ ନେଇ ଏକ ଅଧିବେଶନ କରାଯାଇଛି ।

ଏହି ଅବସରରେ ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ କହିଛନ୍ତି ଯେ, ଚଳିତ ବର୍ଷ ଶିକ୍ଷା ଓ ସ୍ୱାସ୍ଥ୍ୟକୁ ଫୋକସରେ ରଖାଯାଇଛି । ମୋ ସ୍କୁଲ ଅଭିଯାନ ଭଳି ଅଭିଯାନ ସାରା ଦେଶରେ କୌଣସି ରାଜ୍ୟରେ ନାହିଁ । ଏହି ଯୋଜନାରେ 2 ଲକ୍ଷ 32 ହଜାର ଆଲୁମୁନିମାନେ ଯୋଡି ହୋଇଛନ୍ତି । ପରୀକ୍ଷା ଦର୍ପଣ ସବୁ ଫର୍ମ ଭରିଥିବା ଛାତ୍ରଛାତ୍ରୀଙ୍କ ପାଇଁ ଦିଆଯିବାର ବ୍ୟବସ୍ଥା କରାଯାଇଛି ।

ସେହିପରି ଅଭିଭାବକ ଅଧିବେଶନରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି ଯେ, ପିଲାଙ୍କ ପାଠପଢା ପାଇଁ ଅଭିଭାବକଙ୍କ ବିରାଟ ଭୂମିକା ରହିଛି । ଶିକ୍ଷା ବ୍ୟବସ୍ଥାର ବଡ ଅଭିଭାବକ ହେଉଛି ଶିକ୍ଷା ବିଭାଗ । ମୋ ସ୍କୁଲ ଯୋଜନାରେ ରାଜ୍ୟପାଳ 58 କୋଟି 70 ଲକ୍ଷ ଟଙ୍କା ଆଲୁମୁନିକୁ ସ୍ଵେଚ୍ଛାକୃତ ଭାବରେ ଦେଇଥିବା କହିଛନ୍ତି । ଯେଉଁଥିରେ 17 ହଜାର 396 ଟି ସ୍କୁଲ ଯୋଡି ହୋଇଛି । ଏହି ଟଙ୍କାର ଡବଲ ଟଙ୍କା ସରକାର ଦେବେ ଯାହା ବଜେଟରେ ନାହିଁ ।

4.5 ଲକ୍ଷ ଏସସି ଓ ଏସଟି ପିଲାଙ୍କୁ ହଷ୍ଟେଲ ଓ ଶିକ୍ଷାନୁଷ୍ଠାନର ବ୍ୟବସ୍ଥା କରାଯାଇଛି । ଓଡିଶାରେ 214 ଓଡିଶା ଆଦର୍ଶ ବିଦ୍ୟାଳୟ ଖୋଲିଲାଣି । ସବୁ ବିଦ୍ୟାଳୟ ଅପେକ୍ଷା ଭଲ ରେଜଲ୍ଟ ହେଉଛି । ରାଜ୍ୟରେ 17035 ଟି ରେସିଡେଣ୍ଟାଲ ସ୍କୁଲ ଖୋଲାଯାଇଛି, ଆଦିବାସୀ ପିଲାଙ୍କ ପାଇଁ 7000 ହଷ୍ଟେଲ ହୋଇଛି । ସାଢେ 4 ଲକ୍ଷ ଏସଟି ଏସସି ପିଲା ରହୁଛନ୍ତି । ସେହିପରି 17 ଲକ୍ଷ ପିଲାଙ୍କ ପାଇଁ ମାଟ୍ରିକ ପରେ ସ୍କଲାରସିପ ଦିଆଯାଉଛି ବୋଲି ଉଚ୍ଚ ଶିକ୍ଷାମନ୍ତ୍ରୀ ଅରୁଣ ସାହୁ କହିଛନ୍ତି ।

ଭୁବନେଶ୍ୱରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.