ଭୁବନେଶ୍ବର: କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଗିରଫ ହୋଇଛନ୍ତି । ଶର୍ମିଷ୍ଠାଙ୍କ ସହ ତାଙ୍କ ସହଯୋଗୀ ଝୁନା ଭୋଇ ବି ଗିରଫ ହୋଇଛନ୍ତି । ଭଦ୍ରକର ନଳଙ୍ଗାରୁ ଗିରଫ ହେଲା ଶର୍ମିଷ୍ଠା ରାଉତ। ଏକ ୱେବ ପୋର୍ଟାଲର ମାଲିକାଣୀ ଶର୍ମିଷ୍ଠା । ଚାନ୍ଦବାଲି କୋର୍ଟରେ ହାଜର କରିବ କ୍ରାଇମବ୍ରାଞ୍ଚ ଟିମ୍ । ଏନେଇ ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ।
ଉଭୟଙ୍କ ପ୍ରଥମେ ତିହିଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଏହାପରେ ଚାନ୍ଦବାଲି JMFC କୋର୍ଟରେ ହାଜର ହୋଇଛନ୍ତି ଦୁଇ ଅଭିଯୁକ୍ତ । କ୍ରାଇମବ୍ରାଞ୍ଚ ଉଭୟ ଅଭିଯୁକ୍ତଙ୍କୁ 10 ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିବେ। ତେବେ ଏନେଇ ପୋଲିସ କିମ୍ବା କ୍ରାଇମବ୍ରାଞ୍ଚ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ । ପୂର୍ବରୁ ଗିରଫ ହୋଇଥିବା 5 ଜଣଙ୍କୁ ମଧ୍ୟ ରିମାଣ୍ଡରେ ନେବାକୁ ଆବେଦନ କରିବ କ୍ରାଇମବ୍ରାଞ୍ଚ।
ପୂର୍ବରୁ OIS ନିରଞ୍ଜନ ସେଠୀ ଗିରଫ ହୋଇଥିଲେ । ଏକ ମେମୋରୀ ଚିପ୍ ପାଇଁ ମାନସଙ୍କୁ ହତ୍ୟା ଅଭିଯୋଗ ଥିଲା । ଚାନ୍ଦବାଲିରୁ ଅପହରଣ କରି ଭୁବନେଶ୍ୱରରେ ହତ୍ୟା କରାଯାଇଥିଲା । ଭୁବନେଶ୍ୱରରେ ହତ୍ୟା ପରେ ନୟାଗଡ଼ରେ ମୃତଦେହକୁ ପୋତାଯାଇଥିଲା । ଶର୍ମିଷ୍ଠା ଓ ତାଙ୍କ ସହଯୋଗୀଙ୍କୁ ଭଦ୍ରକ ଜିଲ୍ଲା ନଳାଙ୍ଗରୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଉଭୟଙ୍କୁ ଆଜି ଚାନ୍ଦବାଲି JMFC କୋର୍ଟରେ ହାଜର କରାଯିବ । ୧୦ ଦିନ ରିମାଣ୍ଡରେ ନେବାକୁ ଆବେଦନ ହେବ । ଅନ୍ୟ ୫ ଅଭିଯୁକ୍ତଙ୍କ ସହ ୧୦ ଦିନ ରିମାଣ୍ଡ ପାଇଁ ଆବେଦନ ହେବା ନେଇ ସୂଚନା ମିଳିଛି ।
ପ୍ରକାଶ ଥାଉକି, ନୟାଗଡ଼ ଜିଲ୍ଲା ରଣପୁର ଥାନା ଗୋଡିପୋଖରୀ ଗାଁର ମାନସ ସ୍ୱାଇଁ ଭୁବନେଶ୍ୱରରେ ଏକ ୱେବ ପୋର୍ଟାଲରେ କ୍ୟାମେରା ମ୍ୟାନ୍ ଭାବେ କାମ କରୁଥିଲେ। ସେଠାରେ କାମ କରିବାର କିଛି ଦିନ ପରେ ଚାକିରି ଛାଡ଼ି ଦେଇଥିଲେ। ଚାକିରି ଛାଡ଼ିବା ବେଳେ ମାନସ ୱେବ୍ ପୋର୍ଟାଲର କିଛି ଗୁପ୍ତ ତଥ୍ୟ ଥିବା ମେମୋରୀ ଚିପ୍ ନେଇଯାଇଥିବା ଅଭିଯୋଗ ହୋଇଥିଲା । ଯାହାକୁ ନେଇ ବିଚଳିତ ହୋଇପଡ଼ିଥିଲେ ୱେବ୍ ପୋର୍ଟାଲ ମାଲିକାଣୀ ଶର୍ମିଷ୍ଠା ରାଉତ। ଚୋରି କରିଥିବା ମେମୋରୀ ଚିପ୍ ଦେବାକୁ ମାନସ ଧରାଛୁଆଁ ଦେଇ ନ ଥିବା ବେଳେ ତାଙ୍କୁ ରାସ୍ତାରୁ ହଟାଇବା ପାଇଁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।
- ତିହିଡ଼ି ଥାନାରେ ଶର୍ମିଷ୍ଠା
- ଗିରଫ ପରେ ତିହିଡ଼ି ଥାନାରେ ଶର୍ମିଷ୍ଠା ରାଉତ
- ସହଯୋଗୀ ଝୁନା ଭୋଇଙ୍କୁ ମଧ୍ୟ ତିହିଡ଼ି ଥାନାକୁ ଅଣାଗଲା
- ଉଭୟଙ୍କୁ କୋର୍ଟରେ ହାଜର ପାଇଁ ପ୍ରକ୍ରିୟା ଜାରି
- କଲିକତାରୁ ବସରେ ଭୁବନେଶ୍ବର ଫେରିବା ବେଳେ ବସ ଅଟକାଇ ବସ ଭିତରୁ ଗିରଫ କରିଛି ପୋଲିସ
- ରାଜ୍ୟ ବାହାରେ ଲୁଚିଥିଲେ ଶର୍ମିଷ୍ଠା
- କଲିକତା ଓ ଗୌହାଟୀରେ ଶରଣ ନେଇଥିଲେ ଶର୍ମିଷ୍ଠା
- କଲିକତାରୁ ବସରେ ଭୁବନେଶ୍ବର ଫେରିବା ବେଳେ ବସ ଅଟକାଇ ବସ ଭିତରୁ ଗିରଫ କଲା ପୋଲିସ
- ବହୁ ଦିନ ଧରି କଲିକତା ରେଳ ଷ୍ଟେସନରେ ଲୁଚିଥିଲା ଶର୍ମିଷ୍ଠା
ଭୁବନେଶ୍ବରରୁ ତାପସ ପରିଡା, କଟକରୁ ନାରାୟଣ ସାହୁ, ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ