ETV Bharat / city

ଚକମା ଦେଇ ଚୋରି କରୁଥିଲା ଚାକରାଣୀ, ପ୍ରମାଣ ସତ୍ତ୍ବେ ପୋଲିସ ଶୁଣୁନଥିବା ଅଭିଯୋଗ - କଳା କନା ବୁଲାଉଥିଲା ଚାକରାଣୀ

ମାଲିକ ଉପରେ ସନ୍ଦେହ କରୁଥିଲେ ମାଲିକାଣି । କିନ୍ତୁ ଘରେ କଳାକନା ବୁଲାଉଥିଲା ଚାକରାଣୀ । ପ୍ରମାଣ ସତ୍ତ୍ବେ ପୋଲିସ ଶୁଣୁନଥିବା ଅଭିଯୋଗ । ଅଧିକ ପଢନ୍ତୁ

ଚକମା ଦେଇ ଚୋରି କରୁଥିଲା ଚାକରାଣୀ, ପ୍ରମାଣ ସତ୍ତ୍ବେ ପୋଲିସ ଶୁଣୁନଥିବା ଅଭିଯୋଗ

author img

By

Published : Apr 2, 2022, 5:36 PM IST

ଭୁବନେଶ୍ବର: ମାଲିକ ଉପରେ ସନ୍ଦେହ କରୁଥିଲେ ମାଲିକାଣି । କିନ୍ତୁ ଘରେ କଳାକନା ବୁଲାଉଥିଲା ଚାକରାଣୀ । ନିତିଦିନ ଚୋରି କରୁଥିଲା ବିଭିନ୍ନ ସ୍ଥାନରୁ ଟଙ୍କା । ଅର୍ଥାତ କେତେବେଳେ ମାଲିକ ପୁଅର ଓ୍ବାଲେଟରୁ ତ ଆଉ କେତେବେଳେ ମାଲିକ ତକିଆ ତଳୁ । ମାଲିକାଣୀଙ୍କ ପାଉଁଜି ସମେତ ଘର ଖର୍ଚ୍ଚ ଟଙ୍କା ବି ହେଉଥିଲା ଖାଲି ।

ଚକମା ଦେଇ ଚୋରି କରୁଥିଲା ଚାକରାଣୀ, ପ୍ରମାଣ ସତ୍ତ୍ବେ ପୋଲିସ ଶୁଣୁନଥିବା ଅଭିଯୋଗ

ନିଇତି କମୁଥିଲା ଘରର ଖର୍ଚ୍ଚ ପାଇଁ ରହୁଥିବା ଟଙ୍କାର ପରିମାଣ । ଶେଷରେ ସନ୍ଦେହ ହେବାରୁ ସିସିଟିଭି ଯାଞ୍ଚ ପରେ ଜଣାପଡିଛି ସତ । କାମ ବାହାନାରେ ନିଇତି ଚାକରାଣୀ କରୁଥିଲା ଚୋରି । ଏନେଇ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ ଆଇଆରସି ଭିଲେଜର ଜ୍ୟୋସ୍ନା ଆପାର୍ଟମେଣ୍ଟର ରହୁଥିବା କବିତା ମହାନ୍ତି । ଗତ ମାସରେ ଚାକିରୀରେ ରଖିଥିବା ପୂର୍ଣ୍ଣିମା ଦାସ ନାମକ ଚାକରାଣୀ ନାଁରେ ଚୋରି ଅଭିଯୋଗ ପରେ କିନ୍ତୁ ଶୁଣିନଥିଲା ପୋଲିସ ।

ଅଭାବରେ ପଡି ଏପରି କରିଥିବା କହି ପୋଲିସ ଚାକରାଣୀକୁ ଛାଡିଦେଇ ଥିବାବେଳେ ଅଭିଯୋଗକାରିଣୀଙ୍କୁ ପୋଲିସର ବ୍ୟବହାର ନେଇ ଉଠାଇଛନ୍ତି ପ୍ରଶ୍ନ । ପ୍ରମାଣ ସହ ଅଭିଯୋଗ କଲେ ବି ପୋଲିସ କିଛି ଶୁଣୁନି ଚୋରି ଅଭିଯୋଗ ରଖୁନାହାନ୍ତି କି ଏଫଆଇଆର କପି ବି ଦେଉନାହାନ୍ତି ବୋଲି ଅଭିଯୋଗ କରିଛନ୍ତି । ତେବେ ଅନେକ ସମୟରେ ପୋଲିସ ଧରୁଥିବା ସାମଗ୍ରୀ ସତ କି ନାହିଁ ବୋଲି ସନ୍ଦେହ କରିଛନ୍ତି ଅଭିଯୋଗକାରୀ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.