ETV Bharat / city

ଗାନ୍ଧିଜୀଙ୍କ ସ୍ମୃତିର ସ୍ବାକ୍ଷର ନିକୁଞ୍ଜ ବିହାରୀ ପୀଠ

ସ୍ବାଧୀନତା ସଂଗ୍ରାମ ସମୟରେ ଗାନ୍ଧିଜୀ ଓଡିଶାକୁ ୮ ଥର ଆସିଛନ୍ତି । ଗୋପବନ୍ଧୁ, ମଧୁସୂଦନ ଦାସ, ମାଳତୀ ଦେବୀ ଭଳି ଅନେକ ସ୍ବାଧୀନତା ସଂଗ୍ରାମୀ ଗାନ୍ଧୀଙ୍କର ଓଡିଶା ଗସ୍ତକୁ କେବଳ ସୁଫଳ କରିନଥିଲେ ବରଂ ଗାନ୍ଧୀଙ୍କ ପଛରେ କିଭଳି ଓଡିଶା ଛିଡା ହେବ ସେ ନେଇ ପ୍ରଚେଷ୍ଟା ମଧ୍ୟ କରିଥିଲେ।

author img

By

Published : Aug 14, 2019, 3:14 PM IST

Updated : Aug 15, 2019, 3:05 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଗାନ୍ଧିଜୀଙ୍କ ୧୫୦ ତମ ଜନ୍ମଜୟନ୍ତୀ ପାଳନ କରୁଛି ସାରା ଦେଶ । ଗାନ୍ଧୀଙ୍କ ସ୍ପର୍ଶରେ ଓଡ଼ିଶାର ଜନମାନସରେ ସ୍ବାଧୀନତା ସଂଗ୍ରାମର ଯେଉଁ ଉଦଘୋଷ ଆରମ୍ଭ ହୋଇଥିଲା ତାକୁ ମଧ୍ୟ ଆଜି ମନେପକାଉଛି ଓଡିଶା ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ସ୍ବାଧୀନତା ସଂଗ୍ରାମ ସମୟରେ ଗାନ୍ଧିଜୀ ଓଡିଶାକୁ ୮ ଥର ଆସିଛନ୍ତି । ଗୋପବନ୍ଧୁ, ମଧୁସୂଦନ ଦାସ, ମାଳତୀ ଦେବୀ ଭଳି ଅନେକ ସ୍ବାଧୀନତା ସଂଗ୍ରାମୀ ଗାନ୍ଧୀଙ୍କର ଓଡିଶା ଗସ୍ତକୁ କେବଳ ସୁଫଳ କରିନଥିଲେ ବରଂ ଗାନ୍ଧୀଙ୍କ ପଛରେ କିଭଳି ଓଡିଶା ଛିଡା ହେବ, ସେ ନେଇ ପ୍ରଚେଷ୍ଟା ମଧ୍ୟ କରିଥିଲେ। ସ୍ଵାଧୀନତା ସମୟରେ ଗାନ୍ଧିଜୀ ଯେଉଁ ସବୁ ସ୍ଥାନକୁ ଆସିଥିଲେ ସେହି ପୀଠ ଆଜି ପବିତ୍ର ସ୍ଥାନରେ ପରିଣତ ହୋଇଛି । ପୁରୀ ଜିଲ୍ଲା ଡେଲାଙ୍ଗର ବେରବୋଇ, ବାଳିଅନ୍ତାର ନିକୁଞ୍ଜ ବିହାରୀ ପୀଠ, କଟକର ତେଲେଙ୍ଗାପେଣ୍ଠ । ୧୯୨୧ ମସିହା ମାର୍ଚ୍ଚ ୨୩ ତାରିଖ ଦୋଳ ପୂର୍ଣ୍ଣିମା ଦିନ ଗାନ୍ଧିଜୀ ନିଜର ସହଧର୍ମିଣୀ କସ୍ତୁରବା ଗାନ୍ଧୀଙ୍କ ସହ ପ୍ରଥମେ ଓଡିଶା ଆସିଥିଲେ।

ପ୍ରଥମେ କଟକର କଦମ ଇ ରସୁଲରେ ସଭା କରିଥିଲେ ଗାନ୍ଧିଜୀ । ସେହିଭଳି ୧୯୨୫,୧୯୨୮ , ୧୯୩୪,୧୯୩୬,୧୯୩୮,୧୯୪୬ ଇତ୍ୟାଦି ବିଭିନ୍ନ ସମୟରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ସେ ବୁଲିଥିଲେ। ସେଥିମଧ୍ୟରୁ ରାଜଧାନୀ ଉପକଣ୍ଠ ବାଲିଅନ୍ତା ନିକୁଞ୍ଜ ବିହାରୀ ପୀଠ । ଏଠାରୁ ହିଁ ଜାତିଭେଦ ଭାବର ପ୍ରଥାକୁ ବିଲୋପ ପାଇଁ ନୀତିଗତ ଉଦ୍ୟମ କରିଥିଲେ ଜାତିର ଜନକ ମହାତ୍ମା ଗାନ୍ଧୀ । କାରଣ ତାଙ୍କ ଉଦ୍ୟମରେ ଏକାଧିକ ଓଡିଶା ଗସ୍ତ କାଳରେ ନିକୁଞ୍ଜ ବିହାରୀ ପୀଠରେ ହରିଜନଙ୍କୁ ମନ୍ଦିର ଭିତରେ ପ୍ରବେଶ କରାଇ କୀର୍ତ୍ତି ସ୍ତମ୍ଭ ସ୍ଥାପନ କରିଥିଲେ ମହାତ୍ମା। ଆଜି ୧୫୦ ତମ ଜନ୍ମ ଜୟନ୍ତୀ ଅବସରରେ ଏହି ପୀଠ ଏକ ବ୍ୟତିକ୍ରମ ଉଦ୍ୟମର ମୁକସାକ୍ଷୀ ନିଶ୍ଚିତ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

Intro:ଗାନ୍ଧିଜୀଙ୍କ ୧୫୦ ତମ ଜନ୍ମଜୟନ୍ତୀ ପାଳନ କରୁଛି ସାରା ଦେଶ।ଗାନ୍ଧୀଙ୍କ ସ୍ପର୍ଶରେ ଓଡ଼ିଶାର ଜନମାନସରେ ସ୍ୱାଧୀନତା ସଂଗ୍ରାମର ଯେଉଁ ଉଦଘୋଷ ଆରମ୍ଭ ହୋଇଥିଲା ତାକୁ ମଧ୍ୟ ଆଜି ମନେପକାଉଛି ଓଡିଶା।

Body:ସ୍ୱାଧୀନତା ସଂଗ୍ରାମ ସମୟରେ ଗାନ୍ଧିଜୀ ଓଡିଶାକୁ ୮ ଥର ଆସିଛନ୍ତି।ଗୋପବନ୍ଧୁ ,ମଧୁସୁଧନ ଦାସ,ମାଳତୀ ଦେବୀ ଭଳି ଅନେକ ସ୍ୱାଧୀନତା ସଂଗ୍ରାମୀ ଗାନ୍ଧୀଙ୍କର ଓଡିଶା ଗସ୍ତକୁ କେବଳ ସୁଫଳ କରିନାହାନ୍ତି ,ଗାନ୍ଧୀଙ୍କ ପଛରେ କିଭଳି ଓଡିଶା ଛିଡା ହେବ ସେ ନେଇ ପ୍ରଚେଷ୍ଟା ମଧ୍ୟ କରିଛନ୍ତି।ସ୍ଵାଧୀନତା ସମୟରେ ସେ ଯେଉଁ ସବୁ ସ୍ଥାନକୁ ଆସିଛନ୍ତି ସେହି ପୀଠ ଆଜି ପବିତ୍ର ସ୍ଥାନରେ ପରିଣତ ହୋଇଛି।ପୁରୀ ଜିଲ୍ଲା ଡେଲାଙ୍ଗର ବେରବୋଇ,ବାଳିଅନ୍ତାର ନିକୁଞ୍ଜ ବିହାରୀ ପିଠ,କଟକର ତେଲେଙ୍ଗାପେଣ୍ଠ ।କେତେବେଳେ ଗୋପବନ୍ଧୁ ସହ ଏକାଠି ହୋଇ କାମକରିବା ତ କେତେବେଳେ କଟକରେ ସୁବାସ ବୋଷଙ୍କ ସହ ବସି ଆଲୋଚନା କରିବା।ପଦଯାତ୍ରା ଠାରୁ ଆରମ୍ଭକରି ସ୍ୱାଧୀନତା ନେଇ ବିଭିନ୍ନ ସ୍ଥାନରେ ବୈଠକ କରିବା ଗାନ୍ଧିଜୀଙ୍କ ଓଡିଶା ରହଣି କାଳର ସ୍ମୃତି।୧୯୨୧ ମସିହା ମାର୍ଚ୍ଚ ୨୩ ତାରିଖ ଦୋଳ ପୂର୍ଣ୍ଣିମା ଦିନ ଗାନ୍ଧିଜୀ ନିଜର ସହଧର୍ମିଣୀ କସ୍ତୁରବା ଗାନ୍ଧୀଙ୍କ ସହ ପ୍ରଥମେ ଓଡିଶା ଆସିଥିଲେ।ପ୍ରଥମେ କଟକର କଦମ ଇ ରସୁଲ ରେ ସଭା କରିଥିଲେ।ସନ୍ଧ୍ୟାରେ ଗୋପବନ୍ଧୁଙ୍କ ସହ କାଠଯୋଡ଼ି ବାଲିରେ ଏକ ବଡ ସଭାକୁ ସମ୍ବୋଧନ କରିଥିଲେ।୧୯୨୫,୧୯୨୮ , ୧୯୩୪,୧୯୩୬,୧୯୩୮,୧୯୪୬ ଇତ୍ୟାଦି ବିଭିନ୍ନ ସମୟରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ସେ ବୁଲୁଥିଲେ। ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ନିକୁଞ୍ଜ ବିହାରୀ ପୀଠ,ଏହିଠାରୁ ହିଁ ଜାତି ଭେଦ ଭାବର ପ୍ରଥାକୁ ବିଲୋପ ପାଇଁ ନୀତିଗତ ଉଦ୍ୟମ କରିଥିଲେ ଜାତିର ଜନକ ମହାତ୍ମା ଗାନ୍ଧୀ ,କାରଣ ତାଙ୍କରି ଉଦ୍ୟମରେ ଏକାଧିକ ଓଡିଶା ଗସ୍ତ କାଳରେ ନିକୁଞ୍ଜ ବିହାରୀ ପୀଠରେ ହରିଜନ ମାନଙ୍କୁ ମନ୍ଦିର ଭିତରେ ପ୍ରବେଶ କରାଇ କୀର୍ତ୍ତି ସ୍ତମ୍ଭ ସ୍ଥାପନ କରିଥିଲେ ମହାତ୍ମା।ଆଜି ବି ସେ ସ୍ମୃତି ପୀଠ ତାଙ୍କ ଐତିହାସିକ ଉଦ୍ୟମର ସ୍ଵାକ୍ଷର ବହନ କରୁଛି।ଓଡିଶାକୁ ପ୍ରାୟ ୮ ଥର ଗସ୍ତ ଅବସରରେ ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତାର ନିକୁଞ୍ଜ ବିହାରୀ ପୀଠରେ ୧୯୩୬ ମସିହା ମଇ ୧୩,୧୪,୧୫ ତାରିଖରେ ତିନି ଦିନ ଧରି ଅବସ୍ଥାନ କରିଥିଲେ ଗାନ୍ଧୀ,ଯାହା ସାରା ଦେଶରେ ଏକ ନୂଆ ସମ୍ଭାବନା ସୃଷ୍ଟି କରିଥିଲା।

ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ସାରା ଦେଶରେ ଧୁମଧାମରେ ପାଳନ ହେଉଛି ସତ ,କିନ୍ତୁ ବାଲିଅନ୍ତାର ନିକୁଞ୍ଜ ବିହାରୀ ପିଠ ଏହି ୧୫୦ ତମ ଜୟନ୍ତୀର ଏକ ଉଜ୍ବଳ ସ୍ଵାକ୍ଷର ବହନ କରେ ,କାରଣ ଓଡିଶାକୁ ପ୍ରାୟ ୮ ଥର ଆସିଥିଲେ ମହାତ୍ମାଗାନ୍ଧୀ ।ବିଭିନ୍ନ ସ୍ଥାନରେ ପଦଯାତ୍ରା କରିଥିଲେ,ଲୋକମାନଙ୍କୁ ଅହିଂସାର ମାର୍ଗରେ ଯିବା ପାଇଁ ପ୍ରବର୍ତ୍ତାଇ ଥିଲେ କିନ୍ତୁ ଜାତିଆନ ଭାବକୁ ଦୂର କରିବା ପାଇଁ ତାଙ୍କ ଉଦ୍ୟମରେ ଥିଲା ବ୍ୟତିକ୍ରମ। ଜାତିଗତ ଭାବନା ଦୂର କରିବା ପାଇଁ ଏକ ନୀତିଗତ ଉଦ୍ୟମ କରିଥିଲେ ଯାହାକୁ ସ୍ୱାଗତ କରିବା ସହିତ ମନ୍ଦିର ଭିତରେ ପ୍ରବେଶ କରିଥିଲେ ହରିଜନ ଯାହା ଥିଲା ସେ ସମୟରେ ସାରା ଦେଶରେ ସବୁଠୁ ଚର୍ଚ୍ଚିତ ପ୍ରସଙ୍ଗ।ଆଜି ୧୫୦ ତମ ଜନ୍ମ ଜୟନ୍ତୀ ଅବସରରେ ଏହି ପୀଠ ଏକ ବ୍ୟତିକ୍ରମ ଉଦ୍ୟମର ମୁକସାକ୍ଷୀ।

ଓଡ଼ିଶାର ପ୍ରଖ୍ୟାତ ଗାନ୍ଧିବାଦୀ ନେତା ଏବଂ ଗାନ୍ଧିଜୀଙ୍କ ଆଦର୍ଶରେ ନିଜ ଜୀବନକୁ ସମର୍ପିତ କରିଥିବା ଭବାନୀ ଚରଣ ପଟ୍ଟନାୟକ କହିବାନୁସାରେ ଗାନ୍ଧିଜୀ ସ୍ୱାଧୀନତା ସଂଗ୍ରାମ ସମୟରେ ଗାନ୍ଧିଜୀ ୮ ଥର ଓଡିଶା ଆସିଥିଲେ।ଗାନ୍ଧିଜୀ ୧୯୩୪ ମସିହାରେ ଉତ୍କଳ ପଦଯାତ୍ରା ସମୟରେ ବାଲିଅନ୍ତା ନିକୁଞ୍ଜ ବିହାରୀ ପୀଠରେ ୩ ଦିନ ଅବସ୍ତାନ କରିଥିଲେ।ସେ ସମୟରେ ହରିଜନଙ୍କୁ ନେଇ ମନ୍ଦିର ଭିତରେ ପ୍ରବେଶ କରାଇଥିଲେ।ପୁରୀରୁ ଚାଲି ଚାଲି ସାକ୍ଷୀଗୋପାଳ,ବାଳକାଟି ନଇଁ ବନ୍ଧ ଦେଇ ଆସି ବାଳିଅନ୍ତା ନିକୁଞ୍ଜ ବିହାରୀ ପୀଠରେ ଅବସ୍ଥାନ କରି କଟକ ଦେଇ କେନ୍ଦ୍ରାପଡା ଯାଇଥିଲେ।

୧୫୦ ତମ ଜୟନ୍ତୀ ପାଳନ ଅବସରରେ ଏହି ପୀଠ ସରକାରଙ୍କ ଉଦ୍ୟମରେ ଏକ ପ୍ରସିଦ୍ଧ ଐତିହ ସ୍ଥଳୀରେ ପରିଣତ ହୋଇଛି।ଗାନ୍ଧୀଙ୍କ ସ୍ମୃତି ବହନ କରି ଏ ସ୍ଥାନ ଧନ୍ୟ ହୋଇଛି।ଖାସ କରି ଗାନ୍ଧୀ ଅବସ୍ଥାନ କରିବା ସମୟରେ କଣ କଣ କରିଥିଲେ,ସେ ସବୁକୁ ସାଧାରଣରେ ଜାଣିବା ପାଇଁ ତାଙ୍କର ଗାନ୍ଧୀ ମୂର୍ତ୍ତି ପ୍ରତିଷ୍ଠା ହୋଇଛି।

ସ୍ତାନୀୟ ଲୋକଙ୍କ ମତରେ ଏ ପିଠକୁ ସ୍ୱତନ୍ତ୍ର ମାନ୍ୟତା ଦିଆଯିବା ଦରକାର।ଜାତିଆନ ଭେଦଭାବ ଦୂର କରିବାର ମହାର୍ଗ ଉଦ୍ୟମ।ଜାତୀୟ ସ୍ତରର ଐତିହ୍ୟର ମାନ୍ୟତା ଦେବା ପାଇଁ ରାଜ୍ୟ ସରକାର ଉଦ୍ୟମ କରିବା ଦରକାର।ଗାନ୍ଧୀଙ୍କର ସ୍ୱାଧୀନତା ସମୟରେ ଓଡ଼ିଶାରେ ସବୁଠୁ ବଡ ନିଷ୍ପତ୍ତି ଥିଲା ଜାତିଆନ ଭେଦଭାବ ଦୂର କରିବା ବୋଲି ବଳିଅନ୍ତାର ବରିଷ୍ଠ ନାଗରିକ ପ୍ରସନ୍ନ କୁମାର ରାୟ କହିଛନ୍ତି।

ଗାନ୍ଧୀଜୀ ପଦଯାତ୍ରା ସମୟରେ ପୁରୀରୁ ବାହାରି ସାକ୍ଷୀଗୋପଲ ହୋଇ ଆସି ନିକୁଞ୍ଜ ବିହାରୀ ପୀଠରେ ୧୯୩୪ ମସିହା ମଇ ମାସ ୧୩,୧୪,୧୫ ତାରିଖରେ ଏହି ପୀଠରେ ଅବସ୍ଥାନ କରିଥିଲେ।ଆମେ ତାଙ୍କ ସ୍ମୃତି ଉଦ୍ଧେଶ୍ୟରେ ପ୍ରତିବର୍ଷ ଅକ୍ଟୋବର ୨,ଜାନୁଆରୀ ୩୦ ତାରିଖରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରୁ ବୋଲି ପଦଯାତ୍ରା ସ୍ମୃତି କମିଟିର ସଭ୍ୟ ଧୀରେନ କରଙ୍କ କହିଛନ୍ତି।

ବାଇଟ 1-ଭବାନୀ ଚରଣ ପଟ୍ଟନାୟକ ସ୍ୱାଧୀନତା ସଂଗ୍ରାମୀ

ବାଇଟ2- ପ୍ରସନ୍ନ କୁମାର ରାୟ ,ନାଗରିକ ବଳିଅନ୍ତା
ବାଇଟ3- ଧୀରେନ କର, ସଭ୍ୟ ଗାନ୍ଧୀ ପଦଯାତ୍ରା ସ୍ମୃତି କମିଟି।

Conclusion:ସରକାରୀ ଭାବେ ଏହି ପୀଠର ଉନ୍ନତି ହେଇଛି ସତ, କିନ୍ତୁ ଏଭଳି ଏକ ପୀଠର ଆହୁରି ବ୍ୟାପକ ପ୍ରଚାର ପ୍ରସାର ହେବ ଦରକାର ଏବଂ ଖାସକରି ଲୋକ ଲୋଚନ ଆଢୁଆଳରେ ରହିଯାଇଥିବା ଏହି ପିଠ ପାଇଁ ବ୍ୟକ୍ତିଗତ ଉଦ୍ୟମର ଆବଶ୍ୟକତା ରହିଛି ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ଅବସରରେ।
Last Updated : Aug 15, 2019, 3:05 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.