ଭୁବନେଶ୍ବର: ମହାନଦୀ ଟ୍ରିବ୍ୟୁନାଲରେ ଓଡ଼ିଶା-ଛତିଶଗଡ଼ ଜଳ ବିବାଦ ମାମଲାର ଆରମ୍ଭ ହୋଇଛି ଶୁଣାଣି । ଉକ୍ତ ବିବାଦର ସମାଧାନ ପାଇଁ ଗଠିତ ଟ୍ରିବ୍ୟୁନାଲ ମାମଲାର ଶୁଣାଣି କରିଛନ୍ତି । ପରସ୍ପରର ପ୍ରକଳ୍ପର ସମୀକ୍ଷା ପାଇଁ ଉଭୟ ରାଜ୍ୟ ସହମତି ଦେଇଛନ୍ତି । ଉଭୟ ରାଜ୍ୟର ବୈଷୟିକ ଟିମ୍ ଓଡ଼ିଶା-ଛତିଶଗଡ଼ ରାଜ୍ୟ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିବେ । ଏହା ପରେ ଏକ ଯୁଗ୍ମ ରିପୋର୍ଟ ପ୍ରସ୍ତୁତ ହେବ ।
ଅକ୍ଟୋବର 30ରୁ ନଭେମ୍ବର 2 ଯାଏଁ ଓଡ଼ିଶା ଟିମ ଛତିଶଗଡ଼ ଗସ୍ତରେ ଯିବ । ସେହିପରି ନଭେମ୍ବର 17ରୁ 19 ଯାଏଁ ଛତିଶଗଡ଼ ଟିମ ଓଡିଶା ଆସିବେ । ଉଭୟ ରାଜ୍ୟ ପରସ୍ପର ପ୍ରକଳ୍ପର ସ୍ଥିତି ପରଖିବା ପରେ ଏକ ଯୁଗ୍ମ ରିପୋର୍ଟ ପ୍ରସ୍ତୁତ କରି ପରବର୍ତ୍ତୀ ଶୁଣାଣିରେ ଦାଖଲ କରିବେ । ଆସନ୍ତା ନଭେମ୍ବର 30ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ତେବେ ଓଡିଶାର କେଉଁ ଅଞ୍ଚଳ ଟିମ୍ ଯିବ, ସେ ନେଇ ଖୁବ୍ ଶୀଘ୍ର ନିଷ୍ପତ୍ତି ନିଆଯିବ । ଏସମ୍ପର୍କରେ ଓଡ଼ିଶାର ଆଡଭୋକେଟ୍ ଜେନେରାଲ ଅଶୋକ ପରିଜା ସୂଚନା ଦେଇଛନ୍ତି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ