ETV Bharat / city

‘ମହକ’ରେ ମହକିଲା ରାଜ୍ୟ, ବିଭିନ୍ନ ପ୍ରାନ୍ତରୁ ଶିଶୁ ସାମିଲ - mahak program in Children's Day at bhubaneswar

ଶିଶୁ ଦିବସରେ ରାଜ୍ୟସ୍ତରୀୟ ମହକ କାର୍ଯ୍ୟକ୍ରମ ଆୟୋଜିତ । ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଶିଶୁ ସାମିଲ । ଗୁରୁବାର, ଭୁବନେଶ୍ବର ଜୟଦେବ ଭବନରେ ଏକ ସ୍ବତନ୍ତ୍ର ଢଙ୍ଗରେ ପାଳିତ ହୋଇଛି ରାଜ୍ୟସ୍ତରୀୟ ମହକ କାର୍ଯ୍ୟକ୍ରମ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Nov 14, 2019, 10:11 PM IST

ଭୁବନେଶ୍ବର: ଶିଶୁ ଦିବସରେ ରାଜ୍ୟସ୍ତରୀୟ ମହକ କାର୍ଯ୍ୟକ୍ରମ ଆୟୋଜିତ । ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଶିଶୁ ସାମିଲ । ଗୁରୁବାର, ଭୁବନେଶ୍ବର ଜୟଦେବ ଭବନରେ ଏକ ସ୍ବତନ୍ତ୍ର ଢଙ୍ଗରେ ପାଳିତ ହୋଇଛି ରାଜ୍ୟସ୍ତରୀୟ ମହକ କାର୍ଯ୍ୟକ୍ରମ ।

ଶିଶୁ ଦିବସରେ ରାଜ୍ୟସ୍ତରୀୟ ମହକ କାର୍ଯ୍ୟକ୍ରମ, ବିଭିନ୍ନ ପ୍ରାନ୍ତରୁ ଶିଶୁ ସାମିଲ

ଏହି ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା 248 ଟି ଶିଶୁ ସୁରକ୍ଷା ସଂଗଠନର ଶିଶୁଙ୍କ ଦ୍ବାରା ବିଭିନ୍ନ ସାମାଜିକ ସଚେତନତା ସାଂସ୍କୃତିକ କାର୍ଯ୍ୟକ୍ରମ ମଞ୍ଚରେ ପ୍ରଦର୍ଶନ କରାଯାଇଛି । ତେବେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ଯୋଗ ଦେଇ କହିଛନ୍ତି, ‘ଆଜିର ଶିଶୁ କାଲିର ଭବିଷ୍ୟତ । ଶିଶୁ ଦିବସରେ ଶିଶୁ ମାନଙ୍କ ମହକ ବିଛୁରିତ ହେଉ । ରାଜ୍ୟ ସରକାର ଶିଶୁର ବିକାଶ ନେଇ ଅହରହ ଉଦ୍ୟମ ଜାରି ରଖିଛନ୍ତି । ଶିକ୍ଷା, ଖାଦ୍ୟ ଏବଂ ପ୍ରତିଟି ଶିଶୁର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ଆମେ କାର୍ଯ୍ୟ କରୁଛୁ ।’ ଏହାସହ ସମସ୍ତ ସିସିଆଇରେ ଥିବା ଶିଶୁଙ୍କ ଯତ୍ନ ନିଆଯାଉଛି ବୋଲି ସେ କହିଛନ୍ତି ।

ଅନ୍ୟପଟେ ମହକ କାର୍ଯ୍ୟକ୍ରମ ପାଇଁ ଆମେ ଆଜି ନିଜ ଦକ୍ଷତା ପ୍ରତିପାଦନ କରି ପୁରସ୍କୃତ ହେଉଛୁ । ମହକ ଆମ ଜୀବନରେ ସରସ ସୁନ୍ଦର ଭରିଦେଇଛି । ଆମ ସ୍ବପ୍ନ ଆଜି ସାକାର ହୋଇଛି ବୋଲି ପୁରୀ ନୀଳାଚଳ ସେବା ପ୍ରତିଷ୍ଠାନର ଛାତ୍ରୀ ମିନତୀ ମୁର୍ମୁ କହିଛନ୍ତି । ସେହିପରି ଏଠାରେ କଳା ପ୍ରଦର୍ଶନ କରି ବହୁତ ଖୁସି ଲାଗୁଛି ବୋଲି କନ୍ଧମାଳର ବନବାସ ସେବା ସମିତିର ବନ୍ଦିତା ମଲିକ କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Intro:ମହକରେ ମହକିଲା ରାଜଧାନୀ।

Body:ଶିଶୁ ଦିବସରେ ରାଜ୍ୟସ୍ତରୀୟ ମହକ କାର୍ଯ୍ୟକ୍ରମ ରେ ବିଛୁରିତ ହେଲା ଶିଶୁଙ୍କ ମହକ ।ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଶିଶୁ ମାନେ ଏଠି ନିଖୁଣ ପଦର୍ଶନ କରିଥିଲେ।ଶିଶୁ ଦିବସ ଉପଲକ୍ଷେ ମହକ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି।ଗୁରୁବାର ଭୁବନେଶ୍ୱର ଜୟଦେବ ଭବନରେ ଏକ ସ୍ୱତନ୍ତ୍ର ଢଙ୍ଗରେ ପାଳିତ ହୋଇଯାଇଛି ରାଜ୍ୟସ୍ତରୀୟ ମହକ କାର୍ଯ୍ୟକ୍ରମ।ରାଜ୍ୟର ବିଭିନ୍ନ ପ୍ରାନ୍ତରେ ଥିବା ୨୪୮ ଟି ଶିଶୁ ସୁରକ୍ଷା ସଂଗଠନ ଗୁଡିକରେ ଥିବା ଶିଶୁ ମାନଙ୍କ ଦ୍ୱାରା ବିଭିନ୍ନ ସାମାଜିକ ସଚେତନତା ସାଂସ୍କୃତିକ କାର୍ଯ୍ୟକ୍ରମ ମଞ୍ଚରେ ପଦର୍ଶନ କରାଯାଇଥିଲା।

ଆଜିର ଶିଶୁ କାଲିର ଭବିଷ୍ୟତ।ଶିଶୁ ଦିବସରେ ଶିଶୁ ମାନଙ୍କ ମହକ ବିଛୁରିତ ହେଉ।ରାଜ୍ୟ ସରକାର ଶିଶୁର ବିକାଶ ନେଇ ଅହରହ ଉଦ୍ୟମ ଜାରି ରଖିଛନ୍ତି।ଶିକ୍ଷା,ଖାଦ୍ୟ ଏବଂ ପ୍ରତିଟି ଶିଶୁର ସର୍ବାଙ୍ଗୀନ ଉନ୍ନତି ନିମତେ ଆମେ କାର୍ଯ୍ୟ କରୁଛୁ।ସମସ୍ତ ସିସିଆଇ ରେ ଥିବା ଶିଶୁ ମାନଙ୍କର ଯତ୍ନ ନିଆଯାଉଛି ବୋଲି ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି।

ମହକ କାର୍ଯ୍ୟକ୍ରମ ଯୋଗୁ ଆମେ ଆଜି ନିଜ ଦକ୍ଷତା ପ୍ରତିପାଦନ କରି ପୁରସ୍କୃତ ହେଉଛୁ।ମହକ ଆମ ଜୀବନରେ ସରସ ସୁନ୍ଦର ଭରିଦେଇଛି।ଆମ ସ୍ବପ୍ନ ଆଜି ସାକାର ହୋଇଛି ବୋଲି ପୁରୀ ନୀଳାଚଳ ସେବାପ୍ରତିଷ୍ଠାନର ଛାତ୍ରୀ ମିନତୀ ମୁର୍ମୁ କହିଛନ୍ତି।

ଆଜି ସୁଦୂର କନ୍ଧମାଳ ରୁ ଆସି ଏଠି ବିଭିନ୍ନ କଳା ପଦର୍ଶନ କଲୁ।ମିମିକ୍ରି, ନାଚ ଏବଂ ଅଭିନୟ ମାଧ୍ୟମରେ ସଚେତନତା ବାର୍ତା ନେଇ କାର୍ଯ୍ୟକ୍ରମ ରେ ସାମିଲ ହେଲୁ ।ବହୁତ ଖୁସି ଲାଗୁଛି କି ମହକ ଆମ ଜୀବନରେ ମହକ ଭରିଦେଲା ବୋଲି କନ୍ଧମାଳ ର ବନବାସ ସେବା ସମିତିର ବନ୍ଦିତା ମଲିକ କହିଛନ୍ତି।

ଆଜି ଶିଶୁ ଦିବସ ଉପଲକ୍ଷେ ରାଜ୍ୟସ୍ତରୀୟ ମହକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।ବିଭିନ୍ନ ପ୍ରାନ୍ତରୁ 248 ଟି ଶି

ଶୁ ସୁରକ୍ଷା ସଂଗଠନର ଶତାଧିକ ଛାତ୍ରଛାତ୍ରୀ ଯୋଗଦେଇଥିଲେ।ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ ପୁରସ୍କୃତ ମଧ୍ୟ ହୋଇଥିଲେ।ଶିଶୁ ଦିବସରେ ଶିଶୁଙ୍କ ସାମୟିକ ବିକାଶ ନେଇ ସରକାର ଙ୍କ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ପାଳନ କରାଯାଇଛି।

byt1-tukuni sahu, wcd minister govt of odisa

byt2-minati murmu ,puri nilachal ପ୍ରତିଷ୍ଠାନ।

byt3-bandita malik ,kandhamal।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.