ETV Bharat / city

ମଦ୍ରାସା ବୋର୍ଡ ପରୀକ୍ଷା ଫଳ ପ୍ରକାଶିତ, ଭଦ୍ରକ ଜିଲ୍ଲାର ଶେଖ ସରଫରାଜ୍ ଆଲମ୍ ପ୍ରଥମ - ଶେଖ ସରଫରାଜ୍ ଆଲମ୍

ଆଜି(ଶନିବାର) ମଦ୍ରାସା ବୋର୍ଡ ପରୀକ୍ଷା ଫଳ ପ୍ରକାଶିତ ହୋଇଛି । ଭଦ୍ରକ ଜିଲ୍ଲାର ଶେଖ ସରଫରାଜ୍ ଆଲମ୍ ପ୍ରଥମ ହୋଇଛନ୍ତି । ଅଧିକ ପଢନ୍ତୁ...

ମଦ୍ରାସା ବୋର୍ଡ ପରୀକ୍ଷା ଫଳ ପ୍ରକାଶିତ, ଭଦ୍ରକ ଜିଲ୍ଲାର ଶେଖ ସରଫରାଜ୍ ଆଲମ୍ ପ୍ରଥମ

author img

By

Published : Aug 14, 2021, 6:26 PM IST

ଭୁବନେଶ୍ବର: ଆଜି(ଶନିବାର) ଓଡ଼ିଶା ମଦ୍ରାସା ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ମାହିର(ଯୁକ୍ତ-୨)ର ପରୀକ୍ଷା ଫଳ ପ୍ରକାଶ ପାଇଛି । ଭଦ୍ରକ ଜିଲ୍ଲାର ଶେଖ ସରଫରାଜ୍ ଆଲମ୍ ଏହି ପରୀକ୍ଷାରେ ୮୨.୫ ପ୍ରତିଶତ ନମ୍ବର ରଖି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ।

ମଦ୍ରାସା ବୋର୍ଡ ପରୀକ୍ଷା ଫଳ ପ୍ରକାଶିତ, ଭଦ୍ରକ ଜିଲ୍ଲାର ଶେଖ ସରଫରାଜ୍ ଆଲମ୍ ପ୍ରଥମ

ଏହି ମାହିର ପରୀକ୍ଷାରେ ୫୮ ଜଣ ରେଗୁଲାର ପରୀକ୍ଷାର୍ଥୀଙ୍କ ମଧ୍ୟରୁ ସମସ୍ତ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି ଏବଂ ୩୪୭ ଜଣ ପ୍ରାଇଭେଟ୍‌ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୩୩୪ ଜଣ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ମୋଟ ୪୦୫ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୩୯୨ ଜଣ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଥିବାବେଳେ ପାସ୍‌ ହାର ୯୬.୬ ପ୍ରତିଶତ ରହିଛି ।

ଭଦ୍ରକ ଜିଲ୍ଲାର ଶେଖ ସରଫରାଜ୍ ଆଲମ୍ ଏହି ପରୀକ୍ଷାରେ ୮୨.୫ ପ୍ରତିଶତ ନମ୍ବର ରଖି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ମଦ୍ରାସ ବୋର୍ଡର ୱେବ୍‌ସାଇଟ୍‌ osbme.org.inରୁ ଛାତ୍ରୀଛାତ୍ରୀ ସେମାନଙ୍କର ପରୀକ୍ଷା ଫଳ ଜାଣିପାରିବେ ବୋଲି ମଦ୍ରାସା ଶିକ୍ଷା ପରିଷଦ ପକ୍ଷରୁ କୁହାଯାଇଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.