ଭୁବନେଶ୍ବର: ବାଘୁଣି ସୁନ୍ଦରୀକୁ ନେଇ ଚିନ୍ତା । ମଧ୍ୟପ୍ରଦେଶରୁ ଆସୁଥିବା ବାଘୁଣୀ ସୁନ୍ଦରୀ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ । ବାଘୁଣୀର ଯତ୍ନ ନେବାକୁ ଚିଠିରେ ଅନୁରୋଧ କରିଛନ୍ତି ସେ । କାହ୍ନା ଟାଇଗର ରିଜର୍ଭକୁ ଫେରିବା ଯାଏ ସୁନ୍ଦରୀକୁ ଅନୁକୂଳ ପରିବେଶ ଦେବା ପାଇଁ ସେ ଚିଠିରେ ଉଲ୍ଲେଖ କରିଛନ୍ତି ।
ସୂଚନା ଥାଉକି, ସାତକୋଶିଆରେ ବ୍ୟାଘ୍ର ପ୍ରକଳ୍ପ ପାଇଁ ଦୁଇଟି ବାଘ ଅଣାଯାଇ ଅଭୟାରଣ୍ୟରେ ଛଡ଼ା ଯାଇଥିଲା । ଗୋଟିଏ ବାଘର ସନ୍ଦେହଜନକ ମୃତ୍ୟୁ ହୋଇଥିବା ବେଳେ ସୁନ୍ଦରୀ ମଣିଷ ମାରିଥିବା ଅଭିଯୋଗ ହୋଇଥିଲା । ତା’ପରଠାରୁ ‘ସୁନ୍ଦରୀ’କୁ ଏନ୍କ୍ଲୋଜରରେ ରଖାଯାଇଛି ।
ଏପଟେ ସୁନ୍ଦରୀକୁ ନେଇ ବିଶେଷଜ୍ଞ କହୁଛନ୍ତି କି, ସୁନ୍ଦରୀ ମଣିଷ ମାରିବା ପରେ ଏବେ ଏନକ୍ଲୋଜର ଭିତରେ ରହୁଥିବାରୁ ସାଧାରଣ ଭାବେ ଜୀବନ ଯାପନ କରୁଛି । ତେଣୁ ତାକୁ ପୁନଃ ବଣୁଆ ବା Re wilding କରାନଗଲେ ତା ସ୍ବଭାବରେ ପରିବର୍ତ୍ତନ ଆସିବନି । ଓଡ଼ିଶାରେ ସେଭଳି ବ୍ୟବସ୍ଥା ନଥିବାରୁ ମଧ୍ୟପ୍ରଦେଶର କାହ୍ନା ହିଁ ଏକମାତ୍ର ସ୍ଥାନ ଯେଉଁଠି ସୁନ୍ଦରୀକୁ ଟ୍ରେଣ୍ଡ କରାଯିବ । ଏପଟେ ସୁନ୍ଦରୀର ଯତ୍ନ ନେବାକୁ ମୁଖ୍ୟମନ୍ତ୍ରୀକୁ ଅନୁରୋଧ କରିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ