ETV Bharat / city

ରାଜଧାନୀରେ କୋରୋନା କଟକଣାରେ ଆରମ୍ଭ ହେଲା ମା' ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା

author img

By

Published : Oct 30, 2020, 11:03 PM IST

ରାଜଧାନୀର ବିଭିନ୍ନ ପୂଜା ମଣ୍ଡପରେ ଆରମ୍ଭ ହେଲା ଧନଦାୟିନୀ ଦେବୀ ମା' ଲକ୍ଷ୍ମୀଙ୍କ ପୂଜା। କୋଭିଡ ଗାଇଡଲାଇନ ଅନୁଯାୟୀ ମା' ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା ଆରମ୍ଭ ହୋଇଛି। ଅଧିକ ପଢ଼ନ୍ତୁ...

ରାଜଧାନୀରେ କରୋନା କଟକଣା ମଧ୍ୟରେ ଆରମ୍ଭ ହେଲା ମା' ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା

ଭୁବନେଶ୍ବର: ଭୁବନେଶ୍ବରର ବିଭିନ୍ନ ପୂଜା ମଣ୍ଡପରେ ଧନଦାୟିନୀ ଦେବୀ ମା' ଲକ୍ଷ୍ମୀଙ୍କ ପୂଜା ଆରମ୍ଭ ହୋଇଛି। କୋଭିଡ କଟକଣା ମଧ୍ୟରେ ଏହି ପୂଜା ଆରମ୍ଭ କରିଥିବା ନେଇ ଆୟୋଜକମାନେ ସୂଚନା ଦେଇଛନ୍ତି। ଦେବୀ ମା' ଦୁର୍ଗାଙ୍କ ପୂଜା ଭଳି ମା' ଲକ୍ଷ୍ମୀ ପୂଜାରେ କୌଣସି ଭକ୍ତଙ୍କ ସମାଗମ ଉପରେ ରୋକ ଲଗା ଯାଇଛି। ପୂଜାରେ ମା'ଙ୍କ ମୃଣ୍ମୟୀ ମୂର୍ତ୍ତିର ଉଚ୍ଚତା 4 ଫୁଟରୁ ଅଧିକ କରାଯାଇନାହିଁ।

ପୂଜା ମଣ୍ଡପକୁ ଭକ୍ତଙ୍କ ଆସିବା ନେଇ ବାରଣ କରାଯାଇଛି। ମା'ଙ୍କ ମନ୍ତ୍ର ଧ୍ବନୀରେ ପ୍ରକମ୍ପିତ ହେଉଛି ରାଜଧାନୀର ବିଭିନ୍ନ ପୂଜା ମଣ୍ଡପ। କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ମା'ଙ୍କ ପୂଜା ମଣ୍ଡପ ନିକଟରେ କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ ନାହିଁ। ଏହାସହ ମଣ୍ଡପ ନିକଟରେ କେବଳ ପୂଜା କମିଟିର କେତେ ଜଣଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ବ୍ୟକ୍ତିଙ୍କୁ ଆସିବାକୁ ଦିଆଯାଉନାହିଁ।

ଭୁବନେଶ୍ବର ବାପୁଜୀ ନଗରରେ ମଧ୍ୟ ମା' ଲକ୍ଷ୍ମୀଙ୍କ ମୂର୍ତ୍ତି ସ୍ଥାପନା କରାଯାଇ ପୂଜା ଆରମ୍ଭ ହୋଇଛି। ପୂଜା ସମୟରେ କୋଭଡ କଟକଣାକୁ ଯଥେଷ୍ଟ ଭାବରେ ଧ୍ୟାନ ଦିଆଯାଉଛି। ଗୋଟିଏ ଥରରେ 5 ରୁ 7 ଜଣ ଭକ୍ତଙ୍କୁ ଦର୍ଶନ ପାଇଁ ଛଡ଼ା ଯାଉଛି। କୋରୋନା ମହାମାରୀ ଯୋଗୁଁ ଚଳିତ ବର୍ଷ ମା' 3 ଦିନ ପାଇଁ ରହଣି କାର୍ଯ୍ୟକ୍ରମ ହୋଇଛି। ଆଉ ଦୁଇ ଦିନ ପରେ ମା'ଙ୍କ ବିସର୍ଜନ ପୂଜା ସହ ଭଷାଣୀ କରାଯିବ। ତେବେ ଭଷାଣୀ କାର୍ଯ୍ୟକ୍ରମରେ ମଧ୍ୟ କୌଣସି ପ୍ରକାର ଜାକଜକମ କରାଯିବ ନାହିଁ ବୋଲି ପୂଜା କମିଟିମାନେ ସୂଚନା ଦେଇଛନ୍ତି।

ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.