ନୂଆପଡା: ବହୁ ପ୍ରତୀକ୍ଷିତ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ଲୋକାର୍ପିତ ହୋଇଛି । ଏହାକୁ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନୂଆପଡା ଜିଲ୍ଲା ତିଖାଲିରେ 1754 କୋଟି ଟଙ୍କା ବ୍ୟୟରେ ଏହି ଜଳସେଚନ ପ୍ରକଳ୍ପ ହୋଇଛି ।
ପ୍ରକଳ୍ପ ଲୋକାର୍ପିତ ହେବା ଫଳରେ ସମୁଦାୟ 30 ହଜାର ହେକ୍ଟର ଜମି ଜଳସେଚିତ ହେବ । ବଲାଙ୍ଗୀରର 17 ହଜାର ହେକ୍ଟର ଓ ନୂଆପଡାର 13 ହଜାର ହେକ୍ଟର ଜମି ଜଳସେଚିତ ହେବ ।
ଏହି ପ୍ରକଳ୍ପକୁ 2000 ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଳାନ୍ୟାସ କରିଥିଲେ ।
ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ