ETV Bharat / city

ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ, ଦକ୍ଷିଣ ଓଡିଶାରେ ବର୍ଷା ସମ୍ଭାବନା

ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ବଳୟ ସୃଷ୍ଟି ହୋଇଛି । ସିଧାସଳଖ ନହେଲେ ବି ଓଡ଼ିଶା ଉପରେ ଏହାର ଆଂଶିକ ପ୍ରଭାବ ରହିବା ନେଇ ଅନୁମାନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ । ଅଧିକ ପଢ଼ନ୍ତୁ...

author img

By

Published : Oct 29, 2021, 7:11 PM IST

ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି, ସ୍ବଳ୍ପ ବର୍ଷା ପୂର୍ବାନୁମାନ

ଭୁବନେଶ୍ବର: ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ବଳୟ ସୃଷ୍ଟି ହୋଇଛି । ସିଧାସଳଖ ନହେଲେ ବି ଓଡ଼ିଶା ଉପରେ ଏହାର ଆଂଶିକ ପ୍ରଭାବ ରହିବା ନେଇ ଅନୁମାନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ । ଫଳରେ ଆଗାମୀ ଆଗାମୀ ୫ ଦିନ ଦକ୍ଷିଣ ଉପକୂଳ ଓଡ଼ିଶାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।

ଦକ୍ଷିଣପଶ୍ଚିମ ବଙ୍ଗୋପସାଗର ଲଘୁଚାପ ବଳୟ ଯୋଗୁଁ ଦକ୍ଷିଣ ଉପକୂଳ ଜିଲ୍ଲା ଗୁଡ଼ିକରେ ବର୍ଷା ହେବାର ସମ୍ଭବନା ରହିଛି । ଫଳରେ କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ଗଜପତି, ରାୟଗଡ଼ା ଗଞ୍ଜାମ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ସ୍ବଳ୍ପ ବର୍ଷା ଦେଖିବାକୁ ମିଳିପାରେ । ବର୍ତ୍ତମାନ ସୁଦ୍ଧା ରାଜ୍ୟର କେତେକ ସ୍ଥାନରେ ସ୍ବାଭାବିକ ଠାରୁ କମ୍‌ ତାପମାତ୍ରା ରହିଛି । ଦାରିଙ୍ଗବାଡି଼ିରେ ସର୍ବନିମ୍ନ ୧୬ ଡୀଗ୍ରୀ ତାପ ମାତ୍ରା ରହିଛି । ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ତାପମାତ୍ରା ୨୩ରୁ ୨୪ ଡିଗ୍ରୀ ମଧ୍ୟରେ ରହିଛି । ମଧ୍ୟ ଓଡ଼ିଶାରେ ୧୯ରୁ ୨୦ ଡିଗ୍ରୀ ମଧ୍ୟରେ ତାପମାତ୍ରା ରହିଛି । ଏହାଛଡ଼ା କୋରାପୁଟରେ ୧୭ ଡିଗ୍ରୀ ଓ ଫୁଲବାଣୀରେ ୧୯ ଡିଗ୍ରୀ ତାପମାତ୍ରା ରହିଛି ।

ଗତ ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ହାଲୁକା ବର୍ଷା ହୋଇଛି । କେନ୍ଦ୍ରାପଡ଼ା, ପୁରୀ, ଜଗତସିଂହପୁର ଭଳି ଜିଲ୍ଲାରେ ସ୍ବଳ୍ପ ବର୍ଷା ରେକର୍ଡ କରାଯାଇଛି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.