ETV Bharat / city

ଦୁର୍ବଳ ହେଉଛି ଲଘୁଚାପ, କମିପାରେ ବର୍ଷା - ଦୁର୍ବଳ ହେଉଛି ଲଘୁଚାପ

କିଛି ଦିନ ତଳେ ଲଘୁଚାପର ରୂପ ନେଇଥିବା ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଧିରେ ଧିରେ ଦୁର୍ବଳ ହେବାରେ ଲାଗିଛି । ଫଳରେ ବର୍ତ୍ତମାନ ରାଜ୍ୟରେ ଟଳିଛି ବର୍ଷାର ଭୟ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Sep 9, 2019, 8:28 PM IST

ଭୁବନେଶ୍ବର: କିଛି ଦିନ ତଳେ ଲଘୁଚାପର ରୂପ ନେଇଥିବା ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଧିରେ ଧିରେ ଦୁର୍ବଳ ହେବାରେ ଲାଗିଛି । ବର୍ତ୍ତମାନ ଓଡିଶା ଉପରେ ଏହାର ବିଶେଷ ପ୍ରଭାବ ରହିବ ନାହିଁ । ଅନ୍ୟପଟେ ଉତ୍ତର-ପୂର୍ବ ଉପକୂଳବର୍ତ୍ତୀ ଅଞ୍ଚଳ ଦେଇ ଯାଇଥିବା ମୌସୁମୀ ଟ୍ରପ ଲାଇନ ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ଆଭ୍ୟନ୍ତରୀଣ ରାଜ୍ୟର କେତେକ ଅଞ୍ଚଳରେ ଅଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି।

ଆଞ୍ଚଳିକ ପାଣିପାଗ ବିଭାଗ ଦ୍ବାରା କରାଯାଇଥିବା ଏହି ପୂର୍ବାନୁମାନ ଅନୁଯାୟୀ ରାଜ୍ୟର କେତେକ ଜିଲ୍ଲାରେ ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ରହିଛି । ସୁନ୍ଦରଗଡ, ଦେବଗଡ, କେନ୍ଦୁଝର, ଢେଙ୍କାନାଳ, ମୟୂରଭଞ୍ଜ, କଟକ, ବାଲେଶ୍ବର, ଭଦ୍ରକ, ଜଗତସିଂହପୁର, ଯାଜପୁର ଓ ଖୋର୍ଦ୍ଧା ଆଦି ଜିଲ୍ଲାକୁ ଏନେଇ ସତର୍କ ସୂଚନା ଦିଆଯାଇଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସେହିପରି ଏହି ସମୟରେ ସମୂଦ୍ରରେ ପ୍ରାୟ 4ମିଟର ଉଚ୍ଚର ଜୁଆର ଆସିବାର ପୂର୍ବାନୁମାନ କରାଯାଇଛି । ତେଣୁ ଆସନ୍ତା 24 ଘଣ୍ଟା ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବା ପାଇଁ ବାରଣ କରାଯାଇଛି।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Intro:ପାଣିପାଗ ସୂଚନା

Body:ରାଜ୍ୟରେ ଲଘୁଚାପ ଦୁର୍ବଳ।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.