ETV Bharat / city

ବଙ୍ଗୋପସାଗରରେ ଆସୁଛି ଲଘୁଚାପ ! କିଛି ଜିଲ୍ଲାରେ ପ୍ରବଳ ବର୍ଷିବ

ଆସନ୍ତା ୭ ତାରିଖ ସୁଦ୍ଧା ଉତ୍ତର ପଶ୍ଚିମ ପାଶ୍ୱବର୍ତ୍ତି ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ନେଇ ପୂର୍ବାନୁମାନ କଲା ଆଞ୍ଚଳିକ ପାଣିପାଗ ବିଭାଗ । ପ୍ରଭାବରେ ୫ ତାରିଖରୁ ବର୍ଷା ଆରମ୍ଭ । ଅଧିକ ପଢନ୍ତୁ

author img

By

Published : Aug 4, 2022, 4:38 PM IST

ପାଗରେ ଆସିବ ସୁଧାର, ଆସନ୍ତା 7 ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି ନେଇ ପୂର୍ବାନୁମାନ

ଭୁବନେଶ୍ବର: ଧାରା ଶ୍ରାବଣରେ ମଧ୍ୟ ଅସହ୍ୟ ଗୁଳୁଗୁଳି । ନିଅଣ୍ଟିଆ ବର୍ଷା ପାଇଁ ଚାଷୀକୂଳ ଚିନ୍ତାରେ ଓ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ । ଶ୍ରାବଣ ମାସରେ ବର୍ଷା ବଦଳରେ ଖରା ପାଇଁ ଛତା ନେଇ ବାହାରକୁ ଯାଉଛନ୍ତି ଲୋକେ । ତେବେ ଏସବୁ ସମସ୍ୟାରେ ସାମାନ୍ୟ ଆଶ୍ବସ୍ଥି ମିଳିପାରେ । ଆସନ୍ତା ୭ ତାରିଖ ବେଳକୁ ଉତ୍ତର ପଶ୍ଚିମ ପାଶ୍ୱବର୍ତ୍ତୀ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ ବୋଲି ଆକଳନ କରିଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ର ଭୁବନେଶ୍ବରର ପାଣିପାଗ ବୈଜ୍ଞାନିକ ।

ଏହାର ପ୍ରଭାବରେ ଆସନ୍ତା ୫ ତାରିଖରୁ ବର୍ଷା ବୃଦ୍ଧି ହେବ, ୭ ରୁ ୧୧ ସେଣ୍ଟିମିଟର ମଧ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି । ୬ ତାରିଖରୁ ପ୍ରବଳ ବର୍ଷା ଆରମ୍ଭ ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ପାଣିପାଗ ବିଭାଗ ବିଶେଷଜ୍ଞ ଉମାଶଙ୍କର ଦାସଙ୍କ ସୂଚନା ଅନୁସାରେ, ରାଜ୍ୟରେ ୧ ଜୁନରୁ ୪ ଅଗଷ୍ଟ ମଧ୍ୟରେ ୨୭ ମିଲିମିଟର ବୃଷ୍ଟିପାତ ହୋଇଥିଲେ ମଧ୍ୟ, ଏହା ସ୍ବାଭାବିକ ବର୍ଷା ତୁଳନାରେ ୧୨ ପ୍ରତିଶତ କମ୍ ରହିଛି ।

ସୁନ୍ଦରଗଡରେ ୪୧ ପ୍ରତିଶତ, ସମ୍ବଲପୁରରେ ୩୩ ପ୍ରତିଶତ, ବଲାଙ୍ଗୀର ଏବଂ ଭଦ୍ରକରେ ୨୪ ପ୍ରତିଶତ, ଝାରସୁଗୁଡାରେ ୨୩ ପ୍ରତିଶତ, କଳାହାଣ୍ଡି ଓ ମୟୂରଭଞ୍ଜରେ ୨୨ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି । ତେବେ ରାଜ୍ୟରେ କେବଳ କନ୍ଧମାଳ ଓ ବୌଦ୍ଧରେ ସ୍ବାଭାବିକ ଠାରୁ ଅଧିକ ବୃଷ୍ଟିପାତ ହୋଇଥିବାବେଳେ ଅନ୍ୟ ୨୯ ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇଥିବା ନେଇ ଆକଳନ କରିଛି ପାଣିପାଗ ବିଭାଗ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.