ETV Bharat / city

Low pressure: ପ୍ରବଳ ବର୍ଷିବ; ଫସଲ ସୁରକ୍ଷିତ ରଖିବାକୁ ପରାମର୍ଶ Depression Over Bay Of Bengal

author img

By

Published : Nov 29, 2021, 9:14 PM IST

ଆଶା ଆଶଙ୍କାରେ ବାତ୍ୟା । ଏବେବି ଅସ୍ପଷ୍ଟ ରହିଛି ବାତ୍ୟା । ଆସନ୍ତାକାଲି କିନ୍ତୁ ଲଘୁଚାପ ସ୍ପଷ୍ଟ ହେବ। ଚଳିତ ବର୍ଷ ବଙ୍ଗୋପସାଗରରେ ଘନୀଭୂତ ହେବାକୁ ଯାଉଛି ତୃତାୟ ଲଘୁଚାପ । ପୂର୍ବରୁ ୟସ ଓ ଗୁଲାବ ପରେ ଚଳିତ ସପ୍ତାହରେ ତୃତୀୟ ଲଘୁଚାପ ନେଇ କଳ୍ପନାଜଳ୍ପନା ଜାରି ରହିଛି । ଅଧିକ ପଢନ୍ତୁ

Low pressure
Low pressure

ଭୁବନେଶ୍ବର: ଆଶା ଆଶଙ୍କାରେ ବାତ୍ୟା । ଏବେବି ଅସ୍ପଷ୍ଟ ରହିଛି ବାତ୍ୟା । ଆସନ୍ତାକାଲି (ମଙ୍ଗଳବାର) କିନ୍ତୁ ଲଘୁଚାପ (Low pressure) ସ୍ପଷ୍ଟ ହେବ । ଚଳିତ ବର୍ଷ ବଙ୍ଗୋପସାଗରରେ ଘନୀଭୂତ ହେବାକୁ ଯାଉଛି ତୃତାୟ ଲଘୁଚାପ । ପୂର୍ବରୁ ୟସ ଓ ଗୁଲାବ ପରେ ଚଳିତ ସପ୍ତାହରେ ତୃତୀୟ ଲଘୁଚାପ ନେଇ କଳ୍ପନାଜଳ୍ପନା ଜାରି ରହିଛି । ବିଭିନ୍ନ ବିଦେଶୀ ମଡେଲ ମୁତାବକ ୩୦ ତାରିଖରେ ଲଘୁଚାପ ଘନୀଭୂତ ହେବା ପରେ ୨ ସୁଦ୍ଧା ବାତ୍ୟା ରୂପ ନେଇ ୪ ତାରିଖ ସୁଦ୍ଧା କ୍ରମଶଃ ଦୂର୍ବଳ ଅବସ୍ଥାରେ ବିଶାଖାପାଟଣାମରୁ ବାଲେଶ୍ବର (Balasore to Vishakhapatnam) ମଧ୍ୟରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ଅଧିକ ରହିଛି ।

Low pressure ସାମ୍ଭାବ୍ୟ ଲଘୁଚାପ ପ୍ରବଳ ବର୍ଷିବ; ଫସଲ ସୁରକ୍ଷିତ ରଖିବାକୁ ପରାମର୍ଶ

ତେବେ ବାତ୍ୟା ହେବ କି ନାହିଁ ଲଘୁଚାପ ପରେ ସ୍ପଷ୍ଟ ହେବାକୁ ଥିବା ବେଳେ ବର୍ଷା ଓ ସମୁଦ୍ର ଅଶାନ୍ତ ରହିବା ସୁନିଶ୍ଚିତ । ତେଣୁ ଚାଷୀ ଓ ମସ୍ତ୍ରଜୀବୀ ମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ୨୪ ଘଣ୍ଟାରେ ଲଘୁଚାପ ହେବାପରେ ପୁଣି ଏକ ବାତ୍ୟା ଆସିବ ନାଁ ଏହା ସମୁଦ୍ର ମଧ୍ୟରେ ଦୁର୍ବଳ ହେବ ଜଣାପଡିବ । ତେବେ ଏଯାଏଁ ଅସ୍ପଷ୍ଟ ରହିଛି । ୩୦ ତାରିଖ ସୁଦ୍ଧା ଦକ୍ଷିଣ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇ ସେହି ସ୍ଥାନରେ ୧ ତାରିଖ ସୁଦ୍ଧା ଅବପାତ ଓ ୨ ତାରିଖ ସୁଦ୍ଧା ଗଭୀର ଅବପାତ ପରେ ଏକ ସାମୁଦ୍ରିକ ଝଡ ବା ବାତ୍ୟାର ରୂପ ନେଇପାରେ । ଏହାପରେ ଗତିପଥ ବଦଳାଇ ଉପକୂଳ ମୁହାଁ ହେବା ସହ ୪ ତାରିଖ ସୁଦ୍ଧା ସାମାନ୍ୟ ଦୂର୍ବଳ ହୋଇ ବିଶାଖାପାଟଣାମରୁ ବାଲେଶ୍ବର ମଧ୍ୟରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି । ତେବେ ଲଘୁଚାପ ଘନୀଭୂତ ହୋଇ ଏହାର ପ୍ରଭାବରେ ବର୍ଷା ସୁନିଶ୍ଚିତ ହେବ। ତେଣୁ ଚାଷୀ ମାନେ ଫସଲ ପନିପରିବା ଅମଳ କରି ସୁରକ୍ଷିତ ସ୍ଥାନରେ ରଖିବାକୁ ପରାମର୍ଶ ଦେଇଛନ୍ତି ପାଣିପାଗ ବିଶେଷଜ୍ଞ ।

ସେପଟେ ଭାରତୀୟ ପାଣିପାଗ ବିଭାଗ (India Meteorological Department ) ର ଆକଳନ ଅନୁସାରେ ଆସନ୍ତା ୨୪ ଘଣ୍ଟାରେ ଦକ୍ଷିଣ ଆଣ୍ଡାମାନ ସାଗର (South Andaman Sea) ରେ ଏକ ଲଘୁଚାପ ଘନୀଭୂତ ହୋଇ ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରି ଅବପାତରେ ପରିଣତ ହେବ । ଯାହାର ପ୍ରଭାବରେ ଆସନ୍ତା ୨ ତାରିଖରୁ ପାଗରେ ପାଗରେ ପରିବର୍ତ୍ତନ ହୋଇ ବର୍ଷା ଆରମ୍ଭ ହେବ ।

ବିଶେଷ କରି ଗଜପତି, ଗଞ୍ଜାମ, ପୁରୀ, ଜଗତସିଂହପୁର ଜିଲ୍ଲାରେ ବର୍ଷା ପରିମାଣ ଅଧିକ ରହିବା ଏହାସହ ୩ ତାରିଖ ବେଳକୁ 3 ଟି ଜିଲ୍ଲା ଗଜପତି, ଗଞ୍ଜାମ ଓ ପୁରୀରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଏହାସହ ସମୁଦ୍ର ଅଶାନ୍ତ ରହିବା କାରଣରୁ ଆସନ୍ତା ୨ ତାରିଖରୁ ଗଭୀର ସମୁଦ୍ରକୁ ନଯିବାକୁ ମତ୍ସ୍ୟଜିବୀଙ୍କୁ ବାରଣ କରାଯାଇଛି ।

ଯଦି ସାମ୍ଭାବ୍ୟ ଲଘୁଚାପ ବାତ୍ୟାରେ ପରିଣତ ହୁଏ ତେବେ ଚଳିତ ବର୍ଷ ଓଡିଶା ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ତିନୋଟି ବାତ୍ୟାର ସମ୍ମୁଖିନ ହେବ । ହେଲେ ବର୍ତ୍ତମାନ ଏହା କେବଳ ସମ୍ଭାବ୍ୟ ବାତ୍ୟା ଅବସ୍ଥାରେ ଥିବାରୁ ଏହାର ପ୍ରଭାବ, ଦିଗ ଓ ବେଗ ଆଗାମୀ କିଛି ଘଣ୍ଟା ମଧ୍ୟରେ ସ୍ପଷ୍ଟ ହେବ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.