ETV Bharat / city

ଦକ୍ଷିଣ ଆଣ୍ଡମାନ ସାଗରରେ ସୃଷ୍ଟି ହେଲା ଲଘୁଚାପ, ସ୍ପଷ୍ଟ ହେବ ବାତ୍ୟା ପଥ

author img

By

Published : May 6, 2022, 8:45 AM IST

Updated : May 6, 2022, 9:03 AM IST

ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର । ଦକ୍ଷିଣ ଆଣ୍ଡାମାନ ସାଗରରେ ଏବଂ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଆଜି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଅଧିକ ପଢନ୍ତୁ

ଦକ୍ଷଣି ଆଣ୍ଡମାନ ସାଗରରେ ସୃଷ୍ଟି ହେଲା ଲଘୁଚାପ

ଭୁବନେଶ୍ବର: ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର । ଦକ୍ଷିଣ ଆଣ୍ଡାମାନ ସାଗରରେ ଏବଂ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଆଜି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ଟ୍ବିଟ କରି ସୂଚନା ଦେଇଛି । ପରବର୍ତ୍ତୀ 48 ଘଣ୍ଟା ପରେ ଏହା ଅବପାତରେ ପରିଣତ ହେବା ପରେ ବାତ୍ୟାର ସ୍ଥିତି ଜଣାପଡିବ ବୋଲି ଟ୍ବିଟ କରି କହିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

  • ଗତିକାଲିର ସକ୍ରିୟ ଘୁର୍ଣ୍ଣିବଳୟ ପ୍ରଭାବରେ ଆଜି ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ପାର୍ଶ୍ଵବର୍ତ୍ତୀ ଦକ୍ଷିଣପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଏକ #ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି | ଏହି ଲଘୁଚାପ କ୍ଷେତ୍ର ଉତ୍ତର ପଶ୍ଚିମ ଦିଗରେ ଗତି କରିବା ସହ ପରବର୍ତ୍ତୀ #୪୮ଘଣ୍ଟା ରେ ଘନୀଭୂତ ହୋଇ #ଅବପାତ ରେ ପରିଣତ ହେବାର ସମ୍ଭାବନା ରହିଛି pic.twitter.com/InkUtMIF0N

    — Meteorological Centre, Bhubaneswar (@mcbbsr) May 6, 2022 " class="align-text-top noRightClick twitterSection" data=" ">

ଗତିକାଲିର ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ପାର୍ଶ୍ଵବର୍ତ୍ତୀ ଦକ୍ଷିଣପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହି ଲଘୁଚାପ କ୍ଷେତ୍ର ଉତ୍ତର ପଶ୍ଚିମ ଦିଗରେ ଗତି କରିବା ସହ ପରବର୍ତ୍ତୀ 48 ଘଣ୍ଟାରେ ଘନୀଭୂତ ହୋଇ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି । ବିଭିନ୍ନ ସାମୁଦ୍ରିକ ପ୍ରକ୍ରିୟା ନେଇ ଲଘୁଚାପରେ ବାଧା ସୃଷ୍ଟି ହେଉଥିବାରୁ ଏହା ଘନୀଭୂତ ହେବାରେ ବିଳମ୍ବ ହେଉଛି । ତେବେ ପରବର୍ତ୍ତୀ ସମୟରେ ଏହାର ପ୍ରଭାବ ସ୍ପଷ୍ଟ ହେବ ।

ସେପଟେ ରାତିରୁ କାଳବୈଶାଖୀ ବର୍ଷା 22 ଜିଲ୍ଲାରେ ଲାଗିରହିଛି । ଗତକାଲି ରାତିରୁ ଭୁବନେଶ୍ୱରରେ ମଧ୍ୟ ବର୍ଷା ଲାଗିରହିଛି । ବିଜୁଳି ଘଡ ଘଡି ସହ ବର୍ଷା ଲାଗି ରହିଛି । କଟକ ଜିଲ୍ଲା ସହ କଟକ ସହର, ଭୁବନେଶ୍ୱର, ଅନୁଗୁଳ, ବର୍ଷା ଲାଗି ରହିବ। 30 ରୁ 40 କିମି ବେଗରେ ପବନ ହେବାର ସମ୍ଭାବନା ରହିଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Last Updated : May 6, 2022, 9:03 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.