ETV Bharat / city

ସୃଷ୍ଟି ହେଲା ଲଘୁଚାପ, ୭ ଜିଲ୍ଲାରେ ବର୍ଷିବ ! - low pressure

ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଓ ଶ୍ରୀଲଙ୍କା ଉପକୂଳରେ ଏକ ଲଘୁଚାପ ସୃଷ୍ଟି । ଏହାର ପ୍ରଭାବରେ ରାଜ୍ୟରେ କିଛି ଜିଲ୍ଲାରେ ସ୍ବଳ୍ପ ଧରଣର ବର୍ଷା ସମ୍ଭାବନା । ଅଧିକ ପଢନ୍ତୁ...

ସୃଷ୍ଟି ହେଲା ଲଘୁଚାପ, ରାଜ୍ୟରେ ପୁଣି ବର୍ଷିବ !

author img

By

Published : Oct 29, 2021, 9:37 AM IST

ଭୁବନେଶ୍ବର: ରାଜ୍ୟରେ ପୁଣି ବର୍ଷିବ । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଓ ଶ୍ରୀଲଙ୍କା ଉପକୂଳରେ ଏକ ଲଘୁଚାପ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ରାଜ୍ୟର କେତେକ ଜିଲ୍ଲାରେ ସ୍ବଳ୍ପ ଧରଣର ବର୍ଷା ହେବ । ଏନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।

ଲଘୁଚାପ ସୃଷ୍ଟି ହେବା ସହ ସମାନ୍ତରାଳ ଭାବେ ଏକ ଘୂର୍ଣ୍ଣିବଳୟ ମଧ୍ୟ ସୃଷ୍ଟି ହୋଇଛି । ଏହା ପ୍ରଭାବରେ ରାଜ୍ୟରେ ଆଜିଠୁ ୨ ତାରିଖ ଯାଏଁ ପାଗରେ ପରିବର୍ତ୍ତନ ହେବ । ଲଘୁଚାପ ଯୋଗୁଁ ୭ଟି ଜିଲ୍ଲାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଏହି ଜିଲ୍ଲା ଗୁଡିକ ହେଲେ, ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡା, କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର । ସେହିପରି ଅନ୍ୟ କେତେକ ଜିଲ୍ଲାରେ କୋହଲା ପାଗ ସାଙ୍ଗକୁ ହାଲୁକା ପବନ ମଧ୍ୟ ବହିପାରେ । ବର୍ତ୍ତମାନ ସାରା ରାଜ୍ୟରେ ଶୀତର ପହିଲି ସ୍ପର୍ଶ ଅନୁଭୂତ ହେଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.