ETV Bharat / city

ମହାପ୍ରଭୁଙ୍କର ରହିଛି 545 କୋଟି ଟଙ୍କା ସ୍ଥାୟୀ ଜମା - ଶ୍ରୀମନ୍ଦିର ପ୍ରଶାସନ

ମହାପ୍ରଭୁଙ୍କର ରହିଛି 545 କୋଟି ଟଙ୍କା ସ୍ଥାୟୀ ଜମା । ଏହାସହ ହଜାର ହଜାର ଏକର ଚାଷ ଜମି ରହିଛି । ଖାଲି ରାଜ୍ୟରେ ନୁହେଁ, ରାଜ୍ୟ ବାହାରେ ମଧ୍ୟ ରହିଛି ଚାଷ ଜମି । କେଉଁ ରାଜ୍ୟରେ କେତେ ଅଛି ବଡ ଠାକୁରଙ୍କ ସମ୍ପତ୍ତି, ପଢନ୍ତୁ ସଂପୂର୍ଣ୍ଣ ଖବର...

Low Minister Pratap jena
Low Minister Pratap jena
author img

By

Published : Feb 25, 2020, 2:02 PM IST

ଭୁବନେଶ୍ବର: ବିଶ୍ବ ନିୟନ୍ତା ବଡ ଠାକୁରଙ୍କ ରହିଛି ଅମାପ ସମ୍ପତ୍ତି । ରାଜ୍ୟ ବ୍ୟତୀତ ଦେଶର ଅନ୍ୟ 6 ଟି ରାଜ୍ୟରେ ମଧ୍ୟ ବଡ ଠାକୁରଙ୍କ ରହିଛି ସମ୍ପତ୍ତି ।

ବିଧାନସଭାରେ ଆଇନ ମନ୍ତ୍ରୀ ପ୍ରତାପ ଜେନା ଦେଇଥିବା ଲିଖିତ ଉତ୍ତର ଅନୁସାରେ ୟେସ ବ୍ୟାଙ୍କରେ ମହାପ୍ରଭୁଙ୍କ 545 କୋଟି ଟଙ୍କା ସ୍ଥାୟୀ ଜମା ରହିଛି । ଏହାଛଡା ଫ୍ଲେକ୍ସି ଜମାରେ 47 କୋଟି ଟଙ୍କା ରହିଛି । ଏପରି ଭାବେ ମୋଟ 592 କୋଟି ଟଙ୍କା ଜମା ଅଛି । ତେବେ ଯଦିଓ ଫ୍ଲେକ୍ସି ଜମାରେ ଥିବା 47 କୋଟି ଟଙ୍କା ପ୍ରତ୍ୟାହାର କରାଯାଇଛି ।

VIDEO
ମହାପ୍ରଭୁଙ୍କର ରହିଛି 545 କୋଟି ଟଙ୍କା ସ୍ଥାୟୀ ଜମା

ମୋଟ ସମ୍ପତ୍ତି 6,26 କୋଟି 44, 78,444 ଟଙ୍କା ରହିଛି । ଏହାବାଦ 7 ଟି ରାଜ୍ୟରେ ମହାପ୍ରଭୁଙ୍କ ଚାଷ ଜମି ରହିଛି ।

ପଶ୍ଚିମବଙ୍ଗରେ ସର୍ବାଧିକ 322 ଏକର, ଆନ୍ଧ୍ର ପ୍ରଦେଶରେ 17.020 ଏକର, ମହାରାଷ୍ଟ୍ରରେ 28.218 ଏକର, ବିହାରରେ 0.274 ଏକର, ଛତିଶଗଡରେ 1.700 ଏକର ଓ ମଧ୍ୟ ପ୍ରଦେଶରେ 15.110 ଏକର ଜମି ରହିଛି । ଅର୍ଥାତ ରାଜ୍ୟ ବାହାରେ ମହାପ୍ରଭୁଙ୍କ 395.252 ଏକର ଜମି ରହିଛି ।

ମହାପ୍ରଭୁଙ୍କ ମୋଟ ଜମି 60.426 ଏକର ଜମି ରହିଛି । ସେଥିରୁ ବର୍ତ୍ତମାନ 25 ହଜାର 623 ଏକର 930 ଡେସିମିଲ ଜମି ଜବର ଦଖଲରେ ଅଛି । ଅବଶିଷ୍ଟ 34.803 ଏକର ଜମି ଶ୍ରୀମନ୍ଦିର ପ୍ରଶାସନ ଖାତାକୁ ଫେରିଛି । ଯେଉଁ ଜମି ଜବରଦଖଲରେ ଅଛି ତାକୁ ଫେରାଇ ଆଣିବା ପାଇଁ ବେଆଇନ ଅବରୋଧ ମାମଲା ଚାଲିଛି ବୋଲି ଆଇନ ମନ୍ତ୍ରୀ ବିଧାନସଭାରେ ଉତ୍ତର ରଖିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.