ETV Bharat / city

ମହାପ୍ରଭୁ ଲିଙ୍ଗରାଜଙ୍କ ଜମି ହଡପ ପ୍ରସଙ୍ଗ: ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଲେ ସୁର

author img

By

Published : Jan 29, 2022, 10:56 PM IST

ଲିଙ୍ଗରାଜଙ୍କ ଜମି ହଡପ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଲେ କଂଗ୍ରେସ ବିଧାୟକ ସୁର ରାଉତରାୟ । ଅଧିକ ପଢନ୍ତୁ

ମହାପ୍ରଭୁ ଲିଙ୍ଗରାଜଙ୍କ ଜମି ହଡପ ପ୍ରସଙ୍ଗ: ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଲେ ସୁର
ମହାପ୍ରଭୁ ଲିଙ୍ଗରାଜଙ୍କ ଜମି ହଡପ ପ୍ରସଙ୍ଗ: ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଲେ ସୁର

ଭୁବନେଶ୍ବର: ଲିଙ୍ଗରାଜଙ୍କ ଜମି ହଡପ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଲେ କଂଗ୍ରେସ ବିଧାୟକ ସୁର ରାଉତରାୟ । ଖଣି ବିକି ଖାଇଲା ପରେ ଏବେ ମହାପ୍ରଭୁ ଲିଙ୍ଗରାଜଙ୍କ ଜମିକୁ ହଡପ କରାଯାଉଥିବା ଅଭିଯୋଗ କରିଛନ୍ତି । ଏହି ଜମି ହଡପକୁ କଂଗ୍ରେସ କେବେ ବରଦାସ୍ତ କରିବ ନାହିଁ ବୋଲି ସୁର ରାଉତରାୟ କହିଛନ୍ତି ।

ଆଗକୁ ଏହାକୁ ନେଇ ଆନ୍ଦୋଳନ ଓ ବିକ୍ଷୋଭ ଜୋର ଧରିବ ବୋଲି ଚେତାବନୀ ଦେଇଛନ୍ତି । ତୁରନ୍ତ ମାମଲାର ସମାଧାନ କର, ନଚେତ ପରିସ୍ଥିତି ସଙ୍ଗୀନ ହେବ ବୋଲି କହିଛନ୍ତି । ତେବେ ଲିଙ୍ଗରାଜଙ୍କର ୧୦୦ ଏକର ଜମିକୁ କେତେକ ପ୍ରଭାବଶାଳୀ ବ୍ୟକ୍ତି ଓ ନେତାମାନେ ହଡପ କରି ବିକି ଦେଉଥିବା ଅନେକ ଦିନରୁ ଅଭିଯୋଗ ହେଇଆସୁଛି । ଏପରିକି ଏହାକୁ ସର୍ବସମ୍ମୁଖରେ ବ୍ୟକ୍ତିଗତ ସମ୍ପତ୍ତିରେ ପରିଣତ କରି କିଣାବିକା କରାଯାଉଛି ବୋଲି ଅଭିଯୋଗ ହେଉଛି ।

ଏପରିକି ଅନେକ ଅଭିଯୋଗ ଓ ବିବାଦ ପରେ ଏହାର ପଟ୍ଟା ତହସିଲଦାର ରଦ୍ଦ କରିବା ପରେବି ଘର ନିର୍ମାଣ ଚାଲିଛି । ସମସ୍ତେ ଏହାକୁ ଦେଖି ବି ପ୍ରତିବାଦ କରୁ ନ ଥିବାବେଳେ ଜମି ସୁରକ୍ଷାରେ ଥିବା ଅଧିକାରୀ ଏହି ଜମି କରବାରର ମୁଖ୍ୟ ଖଳନାୟକ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

ଭୁବନେଶ୍ବରରୁ ଦେବଶ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.