ETV Bharat / city

Nuakhai festival: ନୂଆଁଖାଇ ପାଇଁ ୨ ଦିନ ଛୁଟି ଦାବି କଲେ ବିରୋଧୀ ଦଳନେତା - Nuakhai festival in Western Odisha

ନୂଆଁଖାଇ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖିଲେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ଆଜି (ଶୁକ୍ରବାର) ଚିଠି ଲେଖି ଜୟ କହିଛନ୍ତି ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ଅବସରରେ ୨ ଦିନ ସରକାରୀ ଛୁଟି ଦିଆଯାଉ । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Aug 26, 2022, 10:29 PM IST

ଭୁବନେଶ୍ବର: ନୂଆଁଖାଇ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖିଲେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ଆଜି (ଶୁକ୍ରବାର) ଚିଠି ଲେଖି ଜୟ କହିଛନ୍ତି ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ଅବସରରେ ୨ ଦିନ ସରକାରୀ ଛୁଟି ଦିଆଯାଉ ।

ଆସନ୍ତା ‌ସେପ୍ଟେମ୍ବର ୧ ତାରିଖରେ ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ । ଏହି ପର୍ବ ପାଇଁ କିନ୍ତୁ ଜିଲ୍ଲା ପ୍ରଶାସନ ସରକାରୀ କର୍ମଚାରୀ ଓ ଜନସାଧାରଣଙ୍କୁ ଗୋଟିଏ ଦିନ ଛୁଟି ମିଳୁଛି । ଯାହା ପର୍ଯ୍ୟାପ୍ତ ନୁହେଁ । ତେଣୁ ରାଜ୍ୟ ସରକାର ନୂଆଁଖାଇ ପାଇଁ ୨ ଦିନ ସ୍ଥାନୀୟ ‌ଛୁଟି ଘୋଷଣା କରାଯାଉ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଦାବି କରିଛନ୍ତି ଜୟ ।

ଏହାସହ ଜୟ ଚିଠିରେ ଦର୍ଶାଇଛନ୍ତି ପଶ୍ଚିମ ଓଡିଶାରେ ନୂଆଁଖାଇ ବ୍ୟାପକ ଭାବେ ପାଳନ ହୋଇଥାଏ । ପୁରା ପଶ୍ଚିମାଞ୍ଚଳରେ ନୂଆଁଖାଇକୁ ଧୂମଧାମରେ ପାଳନ କରାଯାଇଥାଏ । ଖରିଫ ଋତୁରେ ଫସଲ ଅମଳ ପୂର୍ବରୁ ଚାଷୀମାନେ ଇଷ୍ଟଦେବୀଙ୍କୁ ନୂଆ ଫସଲ ଅର୍ପଣ କରିଥାନ୍ତି । ଏହି ଗଣ ପର୍ବ ପାଇଁ ପୁରା ପରିବାର ଏକାଠି ହୋଇଥାନ୍ତି । ଏହାସହ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ହୋଇଥାଏ । ସମସ୍ତେ ଏକାଠି ନବାନ୍ନ ପାଇଥାନ୍ତି । ତେଣୁ ବୃହତର ସ୍ବାର୍ଥ ଦୃଷ୍ଟିରୁ ଦୁଇଦିନ ଛୁଟି ଦେବାକୁ ଦାବି କରିଛନ୍ତି ବିରୋଧୀ ଦଳନେତା ଜୟ ମିଶ୍ର ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.