ETV Bharat / city

ଟିଭି ଫ୍ରିଜ୍‌ କିଣିବାକୁ ଆସିଥିଲେ, କାର କାଚ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ରାଜଧାନୀରେ ଦିନ ଦ୍ୱିପ୍ରହରରେ କାର୍ କାଚ ଭାଙ୍ଗି ଲୁଟି ନେଲେ ୨ ଲକ୍ଷ ୪୦ ହଜାର ଟଙ୍କା । ଗୁରୁବାର ବାପୁଜୀ ନଗର ଅଞ୍ଚଳରେ ଘଟିଛି ଏଭଳି ଏକ ଲୁଟ୍‌ ଘଟଣା । ଅଧିକ ପଢ଼ନ୍ତୁ

ଟିଭି ଫ୍ରିଜ୍‌ କିଣିବାକୁ ଆସିଥିଲେ, କାର କାଚ ଭାଙ୍ଗି ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ

author img

By

Published : Apr 7, 2022, 10:22 PM IST

ଭୁବନେଶ୍ବର: ରାଜଧାନୀରେ ଦିନ ଦ୍ୱିପ୍ରହରରେ କାର୍ କାଚ ଭାଙ୍ଗି ଲୁଟି ନେଲେ ୨ ଲକ୍ଷ ୪୦ ହଜାର ଟଙ୍କା । ଗୁରୁବାର ବାପୁଜୀ ନଗର ଅଞ୍ଚଳରେ ଘଟିଛି ଏଭଳି ଏକ ଲୁଟ୍‌ ଘଟଣା । ବ୍ରହ୍ମପୁରର ଏକ ପରିବାର ମାର୍କେଟିଂ କରି ଆସିଥିବା ସମୟରେ କାର୍‌ର କାଚ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ ।

ଟିଭି ଫ୍ରିଜ୍‌ କିଣିବାକୁ ଆସିଥିଲେ, କାର କାଚ ଭାଙ୍ଗି ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ

ବ୍ରହ୍ମପୁର ରବୀନ୍ଦ୍ର ପାତ୍ର ଓ ତାଙ୍କ ଝିଅ ଓ ଜ୍ବାଇଁ ଅପରାହ୍ନରେ ଟିଭି ଓ ଫ୍ରିଜ କିଣିବାକୁ ବାପୁଜୀ ନଗର ଆସିଥିଲେ । ତେବେ ସେମାନେ ଗ୍ରେଟ ଇଷ୍ଟର୍ଣ୍ଣ ଦୋକାନକୁ ଯାଇ ଟିଭି ଫ୍ରିଜ୍‌ ଦେଖିଥିଲେ । ଏହାପରେ ଟଙ୍କା ପାଇଁ ଗାଡ଼ି ପାଖକୁ ଜ୍ବାଇଁ ଆସିବା ବେଳକୁ ଗାଡ଼ି କାଚ ଭଙ୍ଗା ହୋଇଥିବା ଦେଖିବାକୁ ପାଇଥିଲେ । ଖାଲି ସେତିକି ନୁହେଁ କାର ଭିତରୁ ଦୁର୍ବୃତ୍ତମାନେ ଟଙ୍କା ମଧ୍ୟ ଲୁଟ୍‌ କରି ନେଇଥିବା ଜାଣିବାକୁ ପାଇଥିଲେ ।

ଏହି ଘଟଣାକୁ ନେଇ କ୍ୟାପିଟାଲ ଥାନାରେ ଅଭିଯୋଗ କରାଯାଇଛି । ତେବେ ଅଭିଯୋଗ ପାଇବା ପରେ ତଦନ୍ତ ଆଳରେ ଘଟଣା ସ୍ଥଳକୁ ନଯାଇ ଗାଡ଼ିରେ ବୁଲି ଭୁଆଁ ବୁଲାଇଲା ପୋଲିସ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.