ETV Bharat / city

ଦିନ ଦ୍ବିପ୍ରହରେ ଘରେ ପଶି ଲୁଟିନେଲେ 15 ଲକ୍ଷ

author img

By

Published : Aug 30, 2019, 7:34 PM IST

ଶୁକ୍ରବାର ଭୁବନେଶ୍ବରର ଜଗନାଥ ନଗର ଏକ ନମ୍ବର ଲେନରେ ଲୁଟେରାମାନେ ଦିନ ଦ୍ବିପ୍ରହରେ ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟିଛନ୍ତି  ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ରାଜଧାନୀରେ ଦ୍ବିପ୍ରହରେ ଲୁଟ୍ । ଶୁକ୍ରବାର ଭୁବନେଶ୍ବରର ଜଗନାଥ ନଗର ଏକ ନମ୍ବର ଲେନରେ ଲୁଟେରା ମାନେ ଦିନ ଦ୍ବିପ୍ରହରେ ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସୂଚନା ଅନୁଯାୟୀ, ଭୁବନେଶ୍ବରର ଜଗନାଥ ନଗର ଏକ ନମ୍ବର ଲେନରେ ଦୁଇ ଭାଇ ନିଜ ପରିବାର ସହ ରୁହନ୍ତି । ତେବେ ଶୁକ୍ରବାର ପରିବାରର ସମସ୍ତ ସଦସ୍ୟ ଗୋଟିଏ ରୁମରେ ଥିବାବେଳେ ଅପରାହ୍ନ ପ୍ରାୟ ଦିନ 2'ଟା 30 ସମୟରେ ଲୁଟେରା ମାନେ ଅତି ଚତୁରତାର ସହ ଅନ୍ୟ ଘରର କବାଟ ଲକ କାଟି ଘର ଭିତରକୁ ପଶିଥିଲେ । ଏହାପରେ ଘରେ ଥିବା ଆଲମୀରା ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟିଥିଲେ।

ଏହାପରେ ଦିନ 3ଟାରେ ପରିବାର ଲୋକ ଏହି ଘଟଣା ସମ୍ପର୍କରେ ଜାଣିବାକୁ ପାଇ ଲକ୍ଷ୍ମୀସାଗର ଥାନାରେ ଏତଲା ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ବିଲ୍ଡିଂରେ ସିସିଟିଭି କ୍ୟାମେରା ନଥିବା ଘଟଣାକୁ ଗମ୍ଭୀର କରିଛି । ତେବେ ଲୁଟ୍ ହୋଇଥିବା ଅଳଙ୍କାରର ଆନୁମାନିକ ମୂଲ୍ୟ 15 ଲକ୍ଷରୁ ଉର୍ଦ୍ଧ୍ବ ହେବ ବୋଲି ଜଣାପଡିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:ଅସୁରକ୍ଷିତ ରାଜଧାନୀ, ଦିନ ଦିହିପହରରେ ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି।

ରାଜଧାନୀରେ ଦିନ ଦିହିପହରରେ ଲୁଟ। ଘରେ ଲୋକ ଥିବା ଅବସ୍ଥାରେ କଲା କନା ବୁଲେଇଛନ୍ତି ଲୁଟେରା। ଲୁଟେରା ବହୁ ଚତୁରତାର ସହ କବାଟ ଲକ କାଟି ଲୁଟି ନେଇଛି। ଅପରପକ୍ଷରେ ଅଟେ ବଡ ବୁଲଡିଂ ହୋଇଥିବା ବେଳେ କୌଣସି ସ୍ଥାନରେ ସିସିଟିଭି ଲାଗିନଥିବା ଜଣାପଡିଛି।

Body:

ଭୁବନେଶ୍ୱର ର ଜଗନାଥ ନଗର ଏକ ନମ୍ବର ଲେନରେ ଘଟିଛି ଏଭଳି ଘଟଣା। ଦିନ ପ୍ରାୟ 2 ଟା30 ରୁ 3 ଟା ଭିତରେ ଏଭଳି ଘଟଣା ଘଟିଛି ବୋଲି ପରିବାର ଲୋକ କହିଛନ୍ତି। ଘରର କବାଟ ଲକ କାଟି ଆଲମୀରା ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଛନ୍ତି। କାହା ଉପରେ ସନ୍ଦେହ ହେଉନଥିବା ବେଳେ ସିସିଟିଭି କ୍ୟାମେରା ନଥିବା ଘଟଣାକୁ ଗମ୍ଭୀର କରିଦେଇଛି। ପରିବାର ଲୋକ ଦିନ 3 ଟା ରେ ଆସି ଦେଖନ୍ତି ତ ଘରର ତାଲା ଭଙ୍ଗା ହୋଇଠୁବା ବେଳେ ଆଲମୀରା ଲକ ଭାଙ୍ଗି ସମସ୍ତ ସୁନା ଗହଣା ନେଇଯାଇଛନ୍ତି। ପାଖା ପାଖି 20 ଭାରି ସୁନା ରହିଥିବା ବେଳେ 15 ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି। ଘଟଣା ପରେ ସମ୍ପୂର୍ଣ ରୂପେ ପରିବାର ଲୋକ ଦାରିଯାଇଥିବା ବେଳେ ସୁରକ୍ଷାରେ ଉପରେ ପ୍ରଶ୍ନ କରିଛନ୍ତି। ଯଦି ଦିନ ଦିହିପହରରେ ଏଭଳି ଘଟଣା ଘଟଣା ଘଟିବା ବିଶ୍ୱାସ କରିପାରୁନହାନ୍ତି ପରିବାର ଲୋକ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.