ETV Bharat / city

ଲିଫ୍ଟ ଦେବା ଆଳରେ ଲୁଟ୍: ଟଙ୍କା ସୁନା ନେଇ ଧବଳେଶ୍ବର ଘାଟରେ ଫିଙ୍ଗିଦେଲେ

author img

By

Published : Feb 1, 2022, 8:03 PM IST

Updated : Feb 1, 2022, 8:09 PM IST

ଲିଫ୍ଟ ଦେବା ଆଳରେ ଲୁଟିନେଲେ ସୁନା ମୁଦି ସମେତ ନଗଦ ୬ ହଜାର ଟଙ୍କା । ଭୁବନେଶ୍ବରରୁ ଢେଙ୍କାନାଳ ଫେରିବା ସମୟରେ ଲୁଟ୍ ଅଭିଯୋଗ । ଅଧିକ ପଢନ୍ତୁ

ଲିଫ୍ଟ ଦେବା ଆଳରେ ଲୁଟ୍: ଟଙ୍କା ସୁନା ନେଇ ଧବଳେଶ୍ବର ଘାଟରେ ଫିଙ୍ଗିଦେଲେ
ଲିଫ୍ଟ ଦେବା ଆଳରେ ଲୁଟ୍: ଟଙ୍କା ସୁନା ନେଇ ଧବଳେଶ୍ବର ଘାଟରେ ଫିଙ୍ଗିଦେଲେ

ଭୁବନେଶ୍ବର: ଲିଫ୍ଟ ଦେବା ଆଳରେ ଲୁଟି ନେଲେ ସୁନା ମୁଦି । ରାଜଧାନୀ ଆଚାର୍ଯ୍ୟ ବିହାରରୁ ଉଠାଇ ନେଇ ଲୁଟ୍ ପରେ ରାସ୍ତାକଡକୁ ଫିଙ୍ଗି ଦେଲେ ଦୁର୍ବୃତ୍ତ । ଲୁଟ୍ ହୋଇଥିବା ବ୍ୟକ୍ତି ଜଣକ ଜଣେ ଶିକ୍ଷକ ବୋଲି ଜଣାପଡିଛି । ସମ୍ପର୍କୀୟଙ୍କ ଘରକୁ ଆସିଥିବା ସମୟରେ ଠକାମିର ଶିକାର ହୋଇଥିବା ସୂଚନା ।

ସୂଚନା ଅନୁଯାୟୀ, ଢେଙ୍କାନାଳ ଜରଡାର ଅକ୍ଷୟ କୁମାର ପାଲ ନାମକ ଜଣେ ବ୍ୟକ୍ତି ଭୁବନେଶ୍ବରର ତାଙ୍କ ଝିଆରିଙ୍କ ଘରକୁ ଆସିଥିଲେ । ଆଜି(ମଙ୍ଗଳବାର) ଘରକୁ ଫେରିବା ସମୟରେ ଆଚାର୍ଯ୍ୟ ବିହାରରେ କିଛି ବ୍ୟକ୍ତି ଲିଫ୍ଟ ଦେଇଥିଲେ । ପରେ ପାନୀୟ ଜଳରେ ନିଶା ଦେଇ ସୁନା ମୁଦି ସମେତ ନଗଦ ୬ ହଜାର ଟଙ୍କା ଲୁଟି ନେଇଛନ୍ତି । ଏଥିସହ ଲୁଟ୍ ପରେ ତାଙ୍କୁ କଟକ ଧବଳେଶ୍ବର ଘାଟରେ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି ।

ପରେ ଅଚେତ ଅବସ୍ଥାରେ କେତେକ ବ୍ୟକ୍ତି ତାଙ୍କୁ ଉଦ୍ଧାର କରି କଟକ ବଡମେଡିକାଲରେ ଭର୍ତ୍ତି କରିଥିଲେ । ପରିବାର ଲୋକେ ଏନେଇ ଖବର ପାଇ ଡାକ୍ତରଖାନାରେ ପହଞ୍ଚିବା ସହ ଶହୀଦ ନଗର ଥାନାରେ ଅଭିଯୋଗ କରିଛନ୍ତି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Feb 1, 2022, 8:09 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.