ETV Bharat / city

TCS କର୍ମଚାରୀଙ୍କୁ ୨୦କୋଟି ଠକେଇ, ବିଲଡରଙ୍କ ନାଁରେ ଜାରି ହେଲା ଲୁକ ଆଉଟ ସର୍କୁଲାର

author img

By

Published : Sep 23, 2022, 3:50 PM IST

Updated : Sep 23, 2022, 6:38 PM IST

ବିଲଡରଙ୍କ ନାଁରେ ଲୁକ୍‌ଆଉଟ୍ ସର୍କୁଲାର ଜାରି କଲା ବ୍ୟୁରୋ ଅଫ୍ ଇମିଗ୍ରେସନ । କ୍ରାଇମବ୍ରାଞ୍ଚ EOWର ଅନୁରୋଧ ଆଧାରରେ ଓଡ଼ିଶା ହୋମ୍ସର ନିର୍ଦ୍ଦେଶକ ମନୋଜ ପଣ୍ଡାଙ୍କ ନାଁରେ ଲୁକ୍‌ଆଉଟ୍ ସର୍କୁଲାର ଜାରି । ଅଧିକ ପଢନ୍ତୁ

ଓଡ଼ିଶୀ ହୋମ୍ସର ନିର୍ଦ୍ଦେଶକଙ୍କ ନାଁରେ ଲୁକ ଆଉଟ ସର୍କୁଲାର ଜାରି

ଭୁବନେଶ୍ବର: ଫ୍ଲାଟ ଦେବା ନାଁରେ ୨୦ କୋଟିର ଠକେଇ । ବିଲଡରଙ୍କ ନାଁରେ ଲୁକ୍‌ଆଉଟ୍ ସର୍କୁଲାର ଜାରି କଲା ବ୍ୟୃରୋ ଅଫ୍ ଇମିଗ୍ରେସନ (BOI) । ଓଡ଼ିଶା ହୋମ୍ସ (Odyssa Homes) ର ନିର୍ଦ୍ଦେଶକ ମନୋଜ ପଣ୍ଡାଙ୍କ ନାଁରେ ଲୁକ୍‌ଆଉଟ୍ ସର୍କୁଲାର ଜାରି । କ୍ରାଇମବ୍ରାଞ୍ଚ EOWର ଅନୁରୋଧ ଆଧାରରେ ଓଡ଼ିଶା ହୋମ୍ସର ନିର୍ଦ୍ଦେଶକ ମନୋଜ ପଣ୍ଡାଙ୍କ ନାଁରେ ଲୁକ୍‌ଆଉଟ୍ ସର୍କୁଲାର ଜାରି । ଫ୍ଲାଟ ଦେବା ନାଁରେ ୨୦ କୋଟି ଠକିଥିବା ଅଭିଯୋଗ ହୋଇଛି ।

ଠକ ନାଁରେ ଜାରି ହେଲା ଲୁକ ଆଉଟ ସର୍କୁଲାର

ମନୋଜ ଓଡ଼ିଶା ହୋମ୍ସ ଆଣ୍ଡ କମର୍ସିଆଲ ପ୍ରାଇଭେଟ ଲିମିଟେଡ଼ କମ୍ପାନୀ ଖୋଲି ୨୦୧୩ରୁ ୨୦୧୬ ମସିହା ମଧ୍ୟରେ ୪୨ ଜଣ ଇନଭେଷ୍ଟରଙ୍କ ଠାରୁ ୨୦କୋଟି ଠକେଇ କରିଥିବା ଅଭିଯୋଗ ହୋଇଛି । ଭୁବନେଶ୍ୱର ସାଁପୁର ମୌଜାରେ ଗଣପତି ହୋମ୍ସ ନାଁରେ ଫ୍ଲାଟ ଓ ଆପାର୍ଟମେଣ୍ଟ ଦେବା ଆଳରେ ଏଭଳି ଠକେଇ କରିଥିଲେ । ଟିସିଏସ(TCS) ର କିଛି କର୍ମଚାରିଙ୍କୁ ଏହିଭଳି ଭାବେ ଫ୍ଲାଟ ଓ ଆପାର୍ଟମେଣ୍ଟ ଦେବା ନାଁରେ ଠକେଇ କରିଥିବା ଇଓଡବ୍ଲୁ ନିକଟରେ ଅଭିଯୋଗ ହୋଇଥିଲା । କମ୍ପାନୀର ନିର୍ଦ୍ଦେଶକ ମନୋଜ ପଣ୍ଡାଙ୍କ ସହ ତାଙ୍କ ଭାଇ ସରୋଜ ପଣ୍ଡା ଏବଂ ଏମ୍‌ଡି ଅରବିନ୍ଦ ସାମନ୍ତରାୟଙ୍କ ନାଁରେ ମଧ୍ୟ ଅଭିଯୋଗ ହୋଇଛି । ବସୁଧା ଆପାର୍ଟ ମେଣ୍ଟ ଭଳି ଅନେକ ପ୍ରୋଜେକ୍ଟ କରି ଠକୁଥିବା ନେଇ EOWଙ୍କ ନିକଟରେ ଜଣେ ଟିସିଏସର କର୍ମଚାରୀ ଅଭିଯୋଗ କରିଛନ୍ତି । ତେବେ ମନୋଜ ପଣ୍ଡା ଓ ସରୋଜ ପଣ୍ଡା ଫେରାର ରହିଥିବା ବେଳେ ଓଡିଶା ଛାଡି ଚାଲିଯିବାର ସମ୍ଭାବନାକୁ ଦୃଷ୍ଟିରେ ରଖି ଲୁକ୍ ଆଉଟ ସର୍କୁଲାର ଜାରି କଲା ବ୍ୟୁରୋ ଅଫ୍ ଇମିଗ୍ରେସନ ।

ଏହା ମଧ୍ୟ ପଢନ୍ତୁ: NIAର ଆକ୍ସନ ପରେ କେରଳରେ PFIର ହରତାଳ: ଗାଡି ଭଙ୍ଗାରୁଜା, 2 ପୋଲିସ ଆହତ

ଏନେଇ EOWର ଏସ୍‌ପି ଦିଲ୍ଲୀପ କୁମାର ତ୍ରିପାଠୀ କହିଛନ୍ତି ଯେ, "ଓଡ଼ିଶା ହୋମ୍ସର ନିର୍ଦ୍ଦେଶକ ମନୋଜ ପଣ୍ଡା ଓ ତାଙ୍କ ଭାଇଙ୍କ ନାମରେ 14/22ରେ କେସ ଦାୟର ହୋଇଛି । ସେମାନେ ୨୦୧୩ରୁ ୨୦୧୬ ମସିହା ମଧ୍ୟରେ ୪୨ ଜଣ ଇନଭେଷ୍ଟରଙ୍କ ଠାରୁ ୨୦ କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଥିଲା । ଫ୍ଲାଟ ଦେବା ନାଁରେ ଏହି ୨୦ କୋଟିର ଠକେଇ କରିଛନ୍ତି । ୨୦୧୮ ମସିହାରେ ଫ୍ଲାଟ ଦେବା ପାଇଁ କହିଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ଦେଇନାହାନ୍ତି । ଏହା ସହ ଜଣେ ଲେକଙ୍କୁ ଏକ ଫ୍ଲାଟ ବିକିବା ପରେ ସେହି ଫ୍ଲାଟକୁ ପୁଣି ଅନ୍ୟଜଣକ ନାଁରେ ବିକ୍ରି କରିଛନ୍ତି । ଏହାର ପ୍ରମାଣ ମଧ୍ୟ ମିଳିଛି । ଏହି ମାମଲାରେ କମ୍ପାନୀର ଏମ୍‌ଡି ଅରବିନ୍ଦ ସାମନ୍ତରାୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛୁ । କମ୍ପାନୀର ଡାଇରେକ୍ଟର ମନୋଜ ପଣ୍ଡା ଓ ସରୋଜ ପଣ୍ଡା ଉଭୟ ଭାଇ ଫେରାର ଅଛନ୍ତି । ଏପରିକି ଉଭୟଙ୍କ ନାଁରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଥିବା ବେଳେ କୋର୍ଟରେ ମଧ୍ୟ ମାମଲା ବିଚାରଧୀନ ରହିଛି । ମନୋଜ ପଣ୍ଡାଙ୍କ ପାସପୋର୍ଟ ରହିଥିବାରୁ ବିଦେଶକୁ ଚାଲିଯିବାର ସମ୍ଭାବନା ରହିଛି । ଏନେଇ ଆମେ ବ୍ୟୁରୋ ଅଫ୍ ଇମିଗ୍ରେସନକୁ ଚିଠି ଲେଖିଥିଲୁ । ବ୍ୟୁରୋ ଅଫ୍ ଇମିଗ୍ରେସନ ପକ୍ଷରୁ ଲୁକ୍ ଆଉଟ ସର୍କୁଲାର ଜାରି କରାଯାଇଛି ।"

ଇଟିଭି ଭାରତ, ଭୁବନେଶ୍ବର

Last Updated : Sep 23, 2022, 6:38 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.