ETV Bharat / city

ତାଲାବନ୍ଦ ଗାଇଡଲାଇନ: କଟକଣାରେ ଯାତାୟତ, ନିର୍ବାଚନ କାର୍ଯ୍ୟକୁ ଅନୁମତି

author img

By

Published : May 2, 2021, 12:18 PM IST

ଲୋକଙ୍କୁ ଘରେ ମଧ୍ୟରେ ରଖିବା ହେଉଛି ଲକଡାଉନର ଲକ୍ଷ୍ୟ । ଏଣୁ ଅତ୍ୟାବଶ୍ୟକ ସେବାକୁ ବାଦ ଦେଇ ସବୁ ଗତିବିଧି ଉପରେ ପଡିବ ତାଲା । ଜାଣନ୍ତୁ କଣ ଖୋଲା ରହିବ ଓ କଣ ବନ୍ଦ ? ...

ତାଲାବନ୍ଦ ଗାଇଡଲାଇନ: କଟକଣାରେ ଯାତାୟତ , ନିର୍ବାଚନ କାର୍ଯ୍ୟକୁ ଅନୁମତି

ଭୁବନେଶ୍ବର: ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି ରାଜ୍ୟରେ ପୁଣି ଲାଗୁ ହେଲା ଲକଡାଉନ । ଓଡିଶାରେ 14 ଦିନ ଲକଡାଉନ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଲକଡାଉନ ସମୟରେ ଜରୁରୀ ସେବାକୁ କଟକଣାରୁ ବାଦ ଦିଆଯାଇଥିଲା ବେଳେ ଜନସାଧାରଣଙ୍କ ଯାତାୟତ ବନ୍ଦ ରହିବ । ଏନେଇ ଗାଇଡଲାଇନ ଜାରି ହୋଇଛି । ଜାଣନ୍ତୁ କଣ ଖୋଲା ରହିବ ଓ କଣ ବନ୍ଦ ?

ଲୋକଙ୍କୁ ଘରେ ମଧ୍ୟରେ ରଖିବା ହେଉଛି ଲକଡାଉନର ଲକ୍ଷ୍ୟ । ଏଣୁ ଅତ୍ୟାବଶ୍ୟକ ସେବାକୁ ବାଦ ଦେଇ ସବୁ ଗତିବିଧି ଉପରେ ପଡିବ ତାଲା ।

କଣ ଖୋଲା -

  • ଘରରୁ ୫ଶହ ମିଟର ଭିତରେ ସକାଳ 6ଟାରୁ 12ଟା ଯାଏ ଗ୍ରୋସରୀ ଓ ପନିପରିବା କିଣିପାରିବେ
  • ଟିକାକରଣ ଓ ଟେଷ୍ଟିଂ ଖୋଲା
  • ନିର୍ବାଚନ ଜାରି ରହିବ
  • କ୍ଷୀର, ମାଛ, ମାଂସ ଓ ଅଣ୍ଡା ଦୋକାନ ଖୋଲା ରହିବ
  • ହସ୍ପିଟାଲ, ନର୍ସିଂହୋମ, ଟେଲି ମେଡିସିନ ସେବା ଜାରି ରହିବ
  • ଗ୍ୟାରେଜ ଓ ଗାଡି ମରାମତି ଦୋକାନ ଖୋଲା ରହିବ
  • ଅନଲାଇନ ଓ ହୋମ ଡେଲିଭରି ଜାରି ରହିବ
  • ଖୋଲା ରହିବ ଔଷଧ ଦୋକାନ, ଏଟିଏମ ଓ ବ୍ୟାଙ୍କ
  • ରାଜ୍ୟ ଭିତରେ ଓ ବାହାରେ ଅବାଧରେ ଚଳାଚଳ କରିବ ଆମ୍ବୁଲାନ୍ସ
  • ରେଷ୍ଟୁରାଣ୍ଟ ଓ ଢାବା କେବଳ ଖାଦ୍ୟ ପାର୍ସଲ ଦେଇପାରିବେ ।
  • ଫ୍ଲିପକାର୍ଟ, ଆମାଜନ, ଜୋମାଟୋ ଆଦିର ଡେଲିଭରି ବୟଙ୍କୁ ଅନୁମତି ।
  • ଗଣମାଧ୍ୟମକୁ ଅନୁମତି
  • ପେଟ୍ରୋଲ ପମ୍ପ, ରନ୍ଧନ ଗ୍ୟାସ୍ ଯୋଗାଣକୁ ଅନୁମତି
  • ଟ୍ରେନିଂ, ପୋଲିଂ ସେଣ୍ଟର ଯିବାକୁ ଅଧିକାରୀଙ୍କୁ ମିଳିବ ଅନୁମତି

କଣ ବନ୍ଦ

  • ବଜାର,ହାଟ ବନ୍ଦ,ବସ ଚଳାଚଳ ବନ୍ଦ ରହିବ
  • ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର ବନ୍ଦ
  • ଟ୍ୟାକ୍ସି, ଅଟୋ, ସାଇକେଲ, ରିକ୍ସା ଚଳାଚଳ ସମ୍ପୁର୍ଣ୍ଣ ବନ୍ଦ
  • ସିନେମା ହଲ, ମଲ, ମାର୍କେଟ କମ୍ପ୍ଲେସ, ଜିମ ବନ୍ଦ ରହିବ
  • ସାମାଜିକ, ଧାର୍ମିକ, କ୍ରୀଡ଼ା, ରାଜନୈତିକ ସମାବେଶ ବନ୍ଦ
  • ଯାତ୍ରା, ଅପେରା, ଖୋଲାମଞ୍ଚ ବନ୍ଦ
  • ସେଲୁନ, ପାର୍ଲର, ସ୍ପା ସେଣ୍ଟର ବନ୍ଦ
  • ବିବାହ ଆୟୋଜନ ପାଇଁ ଲୋଡା ଅନୁମତି
  • ବିବାହରେ 50 ଓ ଶୁଦ୍ଧି କ୍ରିୟାରେ 20 ଜଣଙ୍କୁ ଅନୁମତି
  • ସାପ୍ତାହିକ ଏବଂ ଦୈନିକ ହାଟ ବନ୍ଦ
  • ଧାର୍ମିକ ଅନୁଷ୍ଠାନରେ ଜନସମାଗମ ବନ୍ଦ

ମେ ମାସ 5 ବୁଧବାର ସକାଳୁ 19 ତାରିଖ ସକାଳ ଯାଏଁ ଲକଡାଉନ ଜାରି ରହିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.